ଟ୍ରମ୍ପଙ୍କ ମନ୍ତବ୍ୟର ସେନସର କରିବ ଫେସବୁକ୍, ଭିଉର୍ସଙ୍କ ରିଆକ୍ସନ ପରେ ଜୁକରବର୍ଗ କହିଲେ ନୀତିର ସମୀକ୍ଷା ହେବ, ବିବାଦୀୟ ପୋଷ୍ଟରେ ଚେକ୍ ଲାଗିବ

Published By : Prameya-News7 Bureau | June 06, 2020 IST

ନୂଆଦିଲ୍ଲୀ ୦୬।୦୬: ଫେସବୁକ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମାର୍କ ଜୁକରବର୍ଗ ଶୁକ୍ରବାର ସାମାଜିକ ଗଣମାଧ୍ୟମ ପଲିସିର ସମୀକ୍ଷା କରାଯିବ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ବିବାଦୀୟ ସନ୍ଦେଶକୁ ଦୃଷ୍ଟିରେ ରଖି ଫେସବୁକ୍‌ର ପଲିସି ସମୀକ୍ଷା କରାଯିବ ବୋଲି ଜୁକରବର୍ଗ କହିଛନ୍ତି। ଏହାକୁ ନେଇ ଶୁକ୍ରବାର ଜୁକରବର୍ଗ କର୍ମଚାରୀଙ୍କ ଲାଗି ଏକ ପତ୍ର ଜାରି କରିଛନ୍ତି।

କମ୍ପାନୀରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବା, ୫୫୦୦ କର୍ମଚାରୀ ଅଭିଯୋଗ କରିବା ଏବଂ କିଛି ଇସ୍ତଫା କଥା କହିବା ପରେ କାର୍ଯ୍ୟକାରୀ ଅଧିକାରୀ ଜୁକରବର୍ଗ ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ସାମାଜିକ ଗଣମାଧ୍ୟମରେ ହେଉଥିବା ପୋଷ୍ଟକୁ  ନେଇ ପଲିସିର ସମୀକ୍ଷା କରି ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି।

ଫେସବୁକ୍‌ ବିରୋଧରେ ଲୋକଙ୍କ ସହିତ କର୍ମଚାରୀ ସେହି ସମୟରେ ନିଜର ଅସନ୍ତୋଷ ଜାହିର କଲେ ଯେତେ ବେଳେ ଜୁକରବର୍ଗ ସ୍ପଷ୍ଟ କଲେ ଯେ, ଫେସବୁକ୍‌ ନା ଟ୍ରମ୍ପଙ୍କ ଦ୍ଵାରା ନିକଟରେ କରାଯାଇଥିବା ପୋଷ୍ଟକୁ ହଟାଇବ ନା ଏହାକୁ ବିରୋଧ କରିବ। କୁହାଯାଉଛି ଯେ ଟ୍ରମ୍ପଙ୍କ ପୋଷ୍ଟ ଯାହା ପୋଲିସର ଜାତିଭେଦକୁ ବିରୋଧ କରୁଥିବା ଲୋକଙ୍କ ବିରୋଧରେ ହିଂସାକୁ ଉତ୍ସାହିତ କରିବ।

{"id":282275,"sizeSlug":"large"}

ଏହି ପୋଷ୍ଟରେ ଟ୍ରମ୍ପ ବିକ୍ଷୋଭକାରୀଙ୍କୁ ଠଗ୍ସ ବୋଲି କହିଥିଲେ ଏବଂ ହିଂସା ପାଇଁ ସମାଲୋଚିତ ହୋଇଥିବା ଜାତିପ୍ରଥା ପରି ଶବ୍ଦ ବ୍ୟବହାର କରିଥିଲେ। ଟ୍ରମ୍ପ ଲେଖିଥିଲେ ଯେ, ଏହି  ଠଗ୍ସ ମାନେ ଜର୍ଜ ଫ୍ଲୋଏଡଙ୍କ ସ୍ମୁତିକୁ ଅନାଦାର କରୁଛନ୍ତି। ମୁଁ ଏମିତି ହେବାକୁ ଦେବି ନାହିଁ। ଗଭର୍ଣ୍ଣର ଟିମ୍ ଓ୍ଵାଲ୍‌ଜଙ୍କ ସହ  ସେ କଥା ହୋଇଛନ୍ତି ଏବଂ ମିଲିଟାରୀ ସେମାନଙ୍କ ସହ ଥିବା ଟ୍ରମ୍ପ ଲେଖିଥିଲେ।

ଯେ କୌଣସି କଠିନ ପରିସ୍ଥିତିକୁ ଆମେ ନିୟନ୍ତ୍ରଣ କରିବୁ, ମାତ୍ର ଯେବେ ଲୁଟ୍‌ ଆରମ୍ଭ ହୁଏ ତେବେ ସୁଟିଂ ମଧ୍ୟ ଆରମ୍ଭ ହୁଏ।

ଟ୍ରମ୍ପଙ୍କ ପୋଷ୍ଟକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶର ମାହୋଲ ସୃଷ୍ଟି ହୋଇଥିଲା। ସାମାଜିକ ଗଣମାଧ୍ୟମ ପ୍ରତି ଲୋକଙ୍କ କ୍ରୋଧ ପ୍ରକାଶ ପାଇଥିଲା। ଏହା ପରେ ଜୁକରବର୍ଗ ଲୋକ ଏବଂ କର୍ମଚାରୀଙ୍କ କ୍ରୋଧକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି ଆମେ ନିଜର ସାମାଜିକ ଗଣମାଧ୍ୟମ ନୀତିରେ ସମୀକ୍ଷା କରିବୁ। ପ୍ରତ୍ୟେକ ପୋଷ୍ଟ ଉପରେ ନଜର ରଖିବୁ। ଏହାର ସତ୍ୟାସତ୍ୟ ପରିଖିବୁ।

ରାଷ୍ଟ୍ରପତ ଟ୍ରମ୍ପଙ୍କ ଟିପ୍ପଣୀ କାରଣରୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ଲୋକଙ୍କ କ୍ରୋଧ ଏବଂ କଲ୍‌ର ସମ୍ମୁଖୀହ ନେବାକୁ ପଡିଛି। ବିଶେଷ କରି କୃଷକାୟ ବର୍ଗ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପୋଲିସ ହାତରେ ହେବା ପରେ ଆମେରିକାର ରାଜ୍ୟ ଗୁଡିକରେ ଅଶାନ୍ତିର ମାହୋଲ ଲାଗି ରହିଛି।

ଜୁକରବର୍ଗ ନିଜର ପତ୍ରରେ ଲେଖିଛନ୍ତି ଯେ, ଗତ ସପ୍ତାହରେ ମୁଁ ଯେଉଁ ନିଷ୍ପତ୍ତି ନେଇଥିଲି, ସେଥିରେ ଆପଣଙ୍କ ମଧ୍ୟରୁ ଅନେକଙ୍କୁ ଅସନ୍ତୁଷ୍ଟ, ନିରାଶ ଏବଂ ଆଘାତ ଲାଗିଛି। ଏହା ପରେ ଟ୍ରମ୍ପ ସାମାଜିକ ଗଣମାଧ୍ୟମ ନୀତିରେ ସମୀକ୍ଷା କରିବା ସହ ସମସ୍ତ ନେତାଙ୍କ ଦ୍ଵାରା ହେଉଥିବା ପୋଷ୍ଟକୁ ଯାଞ୍ଚ କରାଯିବ ବୋଲି କହିଛନ୍ତି।

ଜୁକରବର୍ଗ କହିଛନ୍ତି କମ୍ପାନୀ ମତଦାତାଙ୍କ ଉପରେ ହେଉଥିବା ଦମନ ନୀତିକୁ ସମୀକ୍ଷା କରିବ ଏବଂ ଏହାକୁ ଆହୁରି ପାରଦର୍ଶୀ କରିବ। ଅନ୍ୟପଟେ ଫେସବୁକ୍ କର୍ମଚାରୀ ମଧ୍ୟ ଚାହୁଁଥିଲେ ଜୁକରବର୍ଗ ରାଜନେତାଙ୍କ ପୋଷ୍ଟ ଯାଞ୍ଚ କରନ୍ତୁ। ଜୁକରବର୍ଗ କହିଛନ୍ତି. ଫେସବୁକ୍‌ ନୀତିଗତ ନିଷ୍ପତ୍ତି ନେବ ଏବଂ ଜାତିଭେଦ ଟିପ୍ପଣୀ ସହିତ ମତଦାତାଙ୍କୁ ପ୍ରଲୋଭିତ କରାଯାଉଥିବା ପୋଷ୍ଟକୁ ଯାଞ୍ଚ କରିବା ପ୍ରକ୍ରିୟାରେ ସମ୍ଭାବିତ ପରିବର୍ତ୍ତନ ଉପରେ କାମ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.