ସୋସିଆଲ ମିଡିଆ ସମ୍ପର୍କରେ ମାର୍କ ଜୁକରବର୍ଗ କହିଲେ ଏପରି, ଜାଣନ୍ତୁ କ’ଣ

Published By : Prameya-News7 Bureau | October 18, 2019 IST

ନୂଆଦିଲ୍ଲୀ୧୮|୧୦: ସୋସିଆଲ ମିଡିଆର ଫେସବୁକ ପ୍ଲାଟଫର୍ମକୁ ସମାଜର ପଞ୍ଚମ ସ୍ତମ୍ଭ ବୋଲି କହିଛନ୍ତି ଏହାର ସିଇଓ ମାର୍କ ଜୁକରବର୍ଗ । ୱାସିଙ୍ଗଟନ ଡିସିସ୍ଥିତ ଜର୍ଜ ଟାଉନ ବିଶ୍ୱ ବିଦ୍ୟାଳୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ସେ ଏହା କହିଛନ୍ତି। ସୋସିଆଲ ମଡିଆ ମାଧ୍ୟମରେ ଲୋକେ ଏବେ ନିଜ ସମ୍ପର୍କରେ ଜଣାଇବାକୁ ସକ୍ଷମ ହେଉଥିବା ଜୁକରବର୍ଗ କହିଛନ୍ତି।

 ସେ କହିଛନ୍ତି ଯେ  ୟୁଜର୍ସ ନିଜ ବିଚାର ସୋସିଆଲ ମିଡିଆ ମାଧ୍ୟମରେ ପ୍ରକାଶ କରୁଛନ୍ତି। ଯାହା ଜନତାଙ୍କ ଲାଗି ଏବେ ଏକ ଆୟୁଧ ପାଲଟିଛି।  ତେବେ ସୋସିଆଲ ମିଡିଆରେ ଡାଟା ଚୋରି, ପ୍ରାଇଭେସିକୁ ନେଇ ଉଠୁଥିବା ଗୁଜବକୁ  ଜୁକରବର୍ଗ ଅସ୍ୱୀକାର କରିଛନ୍ତି। ଏଥିଲାଗି  ସୁରକ୍ଷାର ସମ୍ପୂର୍ଣ୍ଣ  ବ୍ୟବସ୍ଥା  ହୋଇଥିବା ସେ କହିଛନ୍ତି।

ଲୋକେ ସୋସାଲ ମିଡିଆ ଯୋଗେ ଏବେ ନେତା ଓ ସରକାରଙ୍କୁ ଟାର୍ଗେଟ କରିପାରୁଛନ୍ତି। ନିଜର ଅସନ୍ତୋଷ ଓ ସମର୍ଥନ ମଧ୍ୟ ଜଣାଉଛନ୍ତି। ଏଣୁ  ଲୋକମାନଙ୍କ ଲାଗି ଏବେ ଏହି ପ୍ଲାଟଫର୍ମ ସବୁଠୁ ପ୍ରଭାବଶାଳୀ ହୋଇପାରିଥିବା ଜୁକରବର୍ଗ କହିଛନ୍ତି। ଏବେ ପଞ୍ଚମ ସ୍ତମ୍ଭ ଭାବେ ସୋସିଆଲ ମିଡିଆ ସମାଜରେ କାମ କରୁଛି।

 ନିଜ ବକ୍ତବ୍ୟରେ ରାଜନୈତିକ ବିଜ୍ଞାପନ ସମ୍ପର୍କରେ ମଧ୍ୟ ଜୁକରବର୍ଗ କହିଛନ୍ତି । ତେବେ ଏଭଳି  ବିଜ୍ଞାପନଗୁଡିକର  ଯାଞ୍ଚ କରା ଯାଏନି । କାରଣ  ସେ ଚାହାନ୍ତି କେବଳ ଲୋକ ନୁହେଁ  ନେତାଙ୍କ କଥା ମଧ୍ୟ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ତେବେ ସୋସିଆଲ ମିଡିଆ ମାଧ୍ୟମରେ ଏବେ ବିଶ୍ୱର କୋଟି କୋଟି ଲୋକ ଉପକୃତ ହେବଉଥିବା କଥା ଜୁକରବର୍ଗ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.