Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଜୋଜିବିନି ତୁଞ୍ଜି ହେଲେ ୨୦୧୯ ମିସ ୟୁନିଭର୍ସ

9/12/2019 at 2:15 PM

ନୂଆଦିଲ୍ଲୀ ୦୯।୧୨: ଜୋଜିବିନି ତୁଞ୍ଜି ୨୦୧୯ ମିସ ୟୁନିଭର୍ସ ଜିତିଛନ୍ତି । ଜୋଜିବିନି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୯୦ଜଣ ସୁନ୍ଦରୀଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଦକ୍ଷିଣ ଆଫ୍ରିକା ସୁନ୍ଦରୀ  । ଆମେରିକାର ଅଟଲାଣ୍ଟା ସହରରେ ଆୟୋଜିତ ୬୮ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ୯୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜିଜୋବିନି ମିସ ୟୁନିଭର୍ସ  ମୁକୁଟ ପିନ୍ଧିଛନ୍ତି ।  

ଆଟଲାଣ୍ଟା ଠାରେ ଆୟୋଜିତ ମିସ୍ ୟୁନିଭର୍ସ ୨୦୧୯ର ଟାଇଟେଲ ଜିତିଛନ୍ତି ଦକ୍ଷିଣ ଆଫ୍ରିକାର ଜୋଜିବିନି ତୁଞ୍ଜି । ମିସ୍ ୟୁନିଭର୍ସ ଟାଇଟଲ୍ ପାଇଁ ଜୋଜିବିନି ଏବଂ ମାଡିସନ୍ ଆଣ୍ଡର ସନ୍ ଦୁଇ ଶୀର୍ଷ ସ୍ତରୀୟ ପ୍ରତିଯୋଗୀ ବିବେଚିତ ହୋଇଥିଲେ ।୨୦୧୮ର ମିସ୍ ୟୁନିଭର୍ସ କାଟ୍ରିଓନା ଗ୍ରେ, ଜୋଜିବିନି ତୁଞ୍ଜିଙ୍କୁ ଆଟଲାଣ୍ଟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁକୁଟ ପିନ୍ଧାଇ ଥିଲେ । ସେହିପରି ମିସ୍ ୟୁନିଭର୍ସ ମେକ୍ସିକୋ ସେକେଣ୍ଡ୍ -ରନର୍ ଅପ୍ ହୋଇଛନ୍ତି ।  ଏଥିରେ ଭାରତରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବର୍ତ୍ତିକା ସିଂହ ଶ୍ରେଷ୍ଠ ଦଶ ତାଲିକାରେ ମଧ୍ୟ ରହି ପାରିନାହାନ୍ତି । ୨୬ ବର୍ଷୀୟ ଜୋଜିବିନି ତୁଞ୍ଜିଙ୍କ ଘର ଦକ୍ଷିଣ ଆଫ୍ରିକାର ସୋଲୋ ଠାରେ ।  ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଂଗ୍ରାମ କରିବାରେ ସେ ଖୁବ୍  ସକ୍ରିୟ ।  ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ପ୍ରଦେଶର ରାଜଧାନୀ ଆଟଲଣ୍ଟା ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୯୦ ଜଣ ମଡେଲ ଅଂଶ ଗ୍ରହଣ କରିଥିଲେ ।

   Related Posts