ଏହି ବ୍ୟକ୍ତିଙ୍କ ପାଇଁ ବରଦାନ ସାଜିଲା କରୋନା: କିଛି ମିନିଟରେ ରୋଜଗାର କଲେ ୨୯ ହଜାର କୋଟି ଟଙ୍କା
2/09/2020 at 4:45 PM

ନୂଆଦିଲ୍ଲୀ ୦୨/୦୯ : କରୋନା ମହାମାରୀ ଯୋଗୁଁ ସାରା ଦୁନିଆରେ ଆର୍ଥିକ ସଙ୍କଟ ଦେଖାଦେଇଛି | କରୋନା ଯୋଗୁଁ ଆର୍ଥିକ ଗତିବିଧି ପ୍ରାୟତଃ ଠପ ହୋଇଯାଇଛି | କିନ୍ତୁ ଏହି ଆର୍ଥିକ ସଙ୍କଟ ମଧ୍ୟରେ ଦୁନିଆର ଟେକ ସେକ୍ଟର ରୋଜଗାର ବୃଦ୍ଧି ପାଇଛି | ଭର୍ଚୁଆଲ ମିଟିଂ ସୁବିଧା ଦେଉଥିବା କମ୍ପାନୀ ଜୁମ (Zoom)ର ସିଇଓ ଏରିକ ୟୁଆନଙ୍କ କରୋନା ଭାଇରସ ଯୋଗୁଁ ଜାରି ପ୍ରତିବନ୍ଧକ ପରେ କମ୍ପାନୀର ଅନେକ ଲାଭ ହୋଇଛି | ଜୁନ ତ୍ରୟମାସିକରେ କମ୍ପାନୀର ହୋଇଥିବା ଲାଭରେ ଏରିକଙ୍କ ସମ୍ପତ୍ତି ମାତ୍ରା କିଛି ଘଣ୍ଟାରେ ୪୦୦ କୋଟି (୨୯ ହଜାର କୋଟି ଟଙ୍କା)ଡଲାର ବୃଦ୍ଧି ପାଇଥିଲା |

ଏରିକଙ୍କ ସମ୍ପତ୍ତିରେ ଏହି ବୃଦ୍ଧି ତ୍ରୟମାସିକ ଫଳାଫଳ ପରେ କମ୍ପାନୀ ସେୟାରରେ ହୋଇଥିବା ବୃଦ୍ଧି ଯୋଗୁଁ ଦେଖିବାକୁ ମିଳିଛି | ସୋମବାର ଦିନ କମ୍ପାନୀ ଘୋଷଣା କରିଥିଲା ଯେ ତାର ବିକ୍ରି ତ୍ରୟମାସିକରେ ୩୫୫ ପ୍ରତିଶତ ବୃଦ୍ଧି ପାଇ ୬୩ କୋଟି ଡଲାର ସ୍ଥରରେ ପହଞ୍ଚିଛି | କମ୍ପାନୀ ଅନୁମାନ କରିଛି ଯେ ତାର ରୋଜଗାର ବର୍ଷ ସାରା ୨୩୯ କୋଟି ଟଙ୍କା ସ୍ଥରରେ ପହଞ୍ଚିପାରେ |

ଖବର ପରେ କମ୍ପାନୀ ସେୟାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି | ସେୟାର ପାଖାପାଖି ୨୬ ପ୍ରତିଶତ ବୃଦ୍ଧି ହୋଇ ୪୧୦ ଡଲାର ସ୍ଥରରେ ପହଞ୍ଚିଥିଲା | ଏହି ଅଭିବୃଦ୍ଧି ଯୋଗୁଁ କାଲିଫର୍ନିଆ ସ୍ଥିତ କମ୍ପାନୀର ଫାଉଣ୍ଡର ଓ ସିଇଓ ଏରିକଙ୍କ ସମ୍ପତ୍ତି ୪୦ କୋଟି ଡଲାର ବୃଦ୍ଧି ପାଇଛି | ଚଳିତ ବର୍ଷ ଜୁମ ସିଇଓଙ୍କ ମୋଟ ସମ୍ପତ୍ତି ୧୨.୮ କୋଟି ଡଲାର ବୃଦ୍ଧି ପଇସାରିଛି |
କରୋନା ଭାଇରସ ଯୋଗୁଁ ଜାରି ହୋଇଥିବା ପ୍ରତିବନ୍ଧକ ଯୋଗୁଁ ଟେକ ସେକ୍ଟରର କମ୍ପାନୀଗୁଡିକର ରୋଜଗାର ଅନେକ ମାତ୍ରାରେ ବୃଦ୍ଧି ପାଇଛି | ସେହିସବୁ କମ୍ପାନୀର ବିକ୍ରି ବୃଦ୍ଧି ପାଇଛି ଯିଏ ସାମାଜିକ ଦୂରତା ସହ ବ୍ୟବସାୟିକ ଆବଶ୍ୟକତା ପୁରା କରିପାରିଛି |