‘ଜମ୍ବି ଆଞ୍ଜେଲିନା ଜୋଲି’ଙ୍କୁ ୧୦ବର୍ଷ ଆଜୀବନ ଜେଲଦଣ୍ଡ : ଈଶ୍ବରନିନ୍ଦା ସମେତ ବେଆଇନ୍ ଭାବେ ଟଙ୍କା ରୋଜଗାର କରିବା ଅଭିଯୋଗ

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩/୧୨: ଇରାନର ସହର ତବରଙ୍କୁ ୧୦ବର୍ଷ ଆଜୀବନ ଜେଲଦଣ୍ଡ ଶୁଣାଯାଇଛି। ତବରଙ୍କ ବିରୋଧରେ ଈଶ୍ବରନିନ୍ଦା,ଅନୁଚିତ୍ ଉପାୟରେ ଟଙ୍କା ରୋଜଗାର କରିବା ଏବଂ ଦୁର୍ନୀତି ପାଇଁ ପ୍ରୋତ୍ସାହିତ କରିବା ଭଳି ଅଭିଯୋଗ ହୋଇଛି।

{"id":376678,"sizeSlug":"large","linkDestination":"none"}

୧୯ବର୍ଷୀୟା ତବର ପ୍ରସିଦ୍ଧ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ଭଳି ଦେଖାଯିବା ପାଇଁ ନିଜର ଅନେକ ପ୍ଲାଷ୍ଟିକ୍ ସର୍ଜରି କରିଥିଲେ। ସେ ଇନଷ୍ଟାଗ୍ରାମରେ ସବୁବେଳେ ସକ୍ରିୟ ଥାଆନ୍ତି। ଏବର୍ଷ ଅକ୍ଟୋବର ମାସରେ ତାଙ୍କୁ ସୋସିଆଲ୍ ମିଡିଆରେ ନିଜ ପୋଷ୍ଟ ପାଇଁ ଗିରଫ କରାଯାଇଥିଲା। ତାଙ୍କ ଓକିଲ କହିଥିଲେ ଯେ ତାଙ୍କୁ ଏବେ ୧୦ବର୍ଷର ଜେଲ୍ ଦଣ୍ଡ ଶୁଣାଯାଇଛି।

{"id":376679,"sizeSlug":"large","linkDestination":"none"}

ତବର ପ୍ଲାଷ୍ଟିକ୍ ସର୍ଜରି ମାଧ୍ୟମରେ ନିଜ ମୁହଁର ଫଟୋର ଏକ ସିରିଜ ପୋଷ୍ଟ୍ କରିବା ପରେ ଇନଷ୍ଟାଗ୍ରାମରେ ଲୋକପ୍ରିୟ ହୋଇଥିଲେ। ତବର କସମେଟିକ୍ ସର୍ଜରି କରି ନିଜ ଚେହେରା ବଦଳାଇ ଦେଇଥିଲେ। ତାଙ୍କ ମୁହଁ ଆଞ୍ଜେଲିନା ଜୋଲିଙ୍କ ଭଳି ମିଶିଥାଏ କିନ୍ତୁ ଏବେ ତାଙ୍କ ମୁହଁ ଅତ୍ୟଧିକ ଭୟାନକ ଦେଖାଯାଉଛି। ଏହି ଫଟୋକୁ ‘ଜମ୍ବି ଆଞ୍ଜେଲିନା ଜୋଲି’ ଭାବେ ଡବ୍ କରାଯାଇଥିଲା।

{"id":376680,"sizeSlug":"large","linkDestination":"none"}

 ସହର ତବର,ଜୋଲିଙ୍କ ଭଳି ଦେଖାଯିବା ପାଇଁ ୫୦ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି। ତାଙ୍କ ପୋଷ୍ଟ କରାଯାଇଥିବା ଅଧିକାଂଶ ଫଟୋକୁ ବହୁତ ଏଡିଟ୍ କରାଯାଇଥିଲା। ତବର ନିଜକୁ ଆଞ୍ଜେଲିନା ଜୋଲିଙ୍କ ସବୁଠୁ ବଡ଼ ଫ୍ୟାନ୍ ବୋଲାନ୍ତି। ନିଜ ଚେହେରା ସହ ଏଭଳି ପ୍ରୟୋଗକୁ ସେ ଆର୍ଟ କୁହନ୍ତି।

{"id":376681,"sizeSlug":"large","linkDestination":"none"}


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.