ଜୋମାଟୋରୁ ୩ ଲକ୍ଷ ଟଙ୍କା ଜିତିବାର ମଉକା: ୱେବସାଇଟରେ କିମ୍ବା ଆପରେ ବଗ୍ ଖୋଜିଲେ କମ୍ପାନୀ ତରଫରୁ ପୁରସ୍କାର

Published By : Prameya-News7 Bureau | July 09, 2021 IST


ନୂଆଦିଲ୍ଲୀ ୦୯/୦୭ : ଅନଲାଇନ ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋ ଗୁରୁବାର ଦିନ ଏକ ଘୋଷଣା କରିଛି। କମ୍ପାନୀ ଘୋଷଣା କରିଛି ଯେ କମ୍ପାନୀ ୱେବସାଇଟ କିମ୍ବା ଆପରେ ତ୍ରୁଟି ଖୋଜିବା ବ୍ୟକ୍ତିକୁ ୩ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। କମ୍ପାନୀର ବୟାନ ଅନୁଯାୟୀ, ବଗ୍ ବାଉଣ୍ଟି ପ୍ରୋଗ୍ରାମ (Zomato Bug Bounty) କମ୍ପାନୀର ସୁରକ୍ଷା ବଢାଇବା ପ୍ରୟାସର ଏକ ଗୁରୁତ୍ତ୍ୱପୂର୍ଣ ଅଂଶ। ଏହାଦ୍ୱାରା ହ୍ୟାକର କମ୍ୟୁନିଟିକୁ ବଗ୍ ଖୋଜିବାରେ ପ୍ରୋତ୍ସାହନ ମିଳିବ ବୋଲି କମ୍ପାନୀ ଆଶା କରିଛି। କମ୍ପାନୀ କହିଛି, "ଆମ ପ୍ରୋଗ୍ରାମରେ ଆପଣ ସାମିଲ ହୋଇଥିବାରୁ ଧନ୍ୟବାଦ। ଆମେ ଆପଣଙ୍କ ରିପୋର୍ଟକୁ ଅପେକ୍ଷା କରିବୁ।

ଜୋମାଟୋର ସିକ୍ୟୁରିଟି ଇଞ୍ଜିନିୟର ୟଶ ସୋଢା ଟ୍ୱିଟ୍ କରି ଜୋମାଟୋ ବଗ୍ ବାଉଣ୍ଟି ପ୍ରୋଗ୍ରାମ ସମ୍ପର୍କରେ ସୂଚନା ଦେଇଛନ୍ତି। ବଗ୍ ଯୋଗୁଁ କମ୍ପାନୀର ସିକ୍ୟୁରିଟିକୁ କେତେ କ୍ଷତି ହୋଇପାରେ ତାର ଯାଞ୍ଚ CVSS (Common Vulnerability Scoring System) ଅନୁଯାୟୀ କରାଯିବ। ଏହା ଆଧାରରେ ପୁରସ୍କାର ଦିଆଯିବ। CVSS ୧୦.୦ ହୋଇଥିଲେ ଖୋଜିଥିବା ବ୍ୟକ୍ତିକୁ ୪ ହଜାର ଡଲାର ପୁରସ୍କାର ଦିଆଯିବ। CVSS ବଗ ୯.୫ ଥିଲେ ୩ ହଜାର ଡଲାର ପୁରସ୍କାର ମିଳିବ। ଜୋମାଟୋ ବଗ୍ ବାଉଣ୍ଟି ପ୍ରୋଗ୍ରାମରେ ସାମିଲ ହେବାକୁ ଦୁଇ ଫ୍ୟାକ୍ଟର ପ୍ରମାଣୀକିକରଣ ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.