ଅନଲାଇନ୍ ଖାଇବା ମଗାଇବା ହେଲା ମହଙ୍ଗା : ସ୍ବିଗି-ଜୋମାଟୋ ବଢ଼ାଇଲା ଡେଲିଭରି ଚାର୍ଜ

Published By : Prameya-News7 Bureau | January 27, 2020 IST

ନୂଆଦିଲ୍ଲୀ ୨୭/୧: ଗତ ଛଅ ମାସ ମଧ୍ୟରେ ଖାଦ୍ୟ ମଗାଇବା ଅତ୍ୟଧିକ ମହଙ୍ଗା ହୋଇଗଲାଣି। କାରଣ ଏଥିରେ ଛାଡ଼ ଦେବା ବନ୍ଦ କରି ଦେଇଥିବାବେଳେ ଡେଲିଭରି ଚାର୍ଜ ମଧ୍ୟ ବଢ଼ାଇ ଦେଇଛି। ଫଳରେ ଏବେ ଲୋକେ ଆଗ ଭଳି ରେଷ୍ଟୁରାଣ୍ଟରେ ସିଧା ଫୋନ୍ କରି ଖାଇବା ମଗାଉଛନ୍ତି।

ଖାଦ୍ୟ ​‌ଡେଲିଭରି ଆପ୍ ଜୋମାଟୋ ଏବଂ ସ୍ବିଗି ଏପରି କରିବା ଫଳରେ ରେଷ୍ଟୁରାଣ୍ଟର ବିକ୍ରି ମଧ୍ୟ ପ୍ରଭାବିତ ହୋଇଛି। କମ୍ପାନୀ ଅର୍ଡ଼ର କ୍ୟାନସଲ୍ କଲେ ମଧ୍ୟ ଟଙ୍କା ଆଦାୟ କରିବା ଆରମ୍ଭ କରି ଦେଇଛି। ଏବେ ଗ୍ରାହକଙ୍କୁ କେବଳ କିଛି ବଛାବଛା ରେଷ୍ଟୁରାଣ୍ଟରୁ ହିଁ ଛାଡ଼ ମିଳୁଛି,ଏହା ବ୍ୟତୀତ ଏହି କମ୍ପାନୀଗୁଡ଼ିକ ନିଜ ରୟାଲଟି ପ୍ରୋଗ୍ରାମ୍ ମଧ୍ୟ ବଢ଼ାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.