Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଦ ମାର୍କେଟ ଉପରେ Zomatoର ନଜର, ଫୁଡ୍‌ ଡେଲିଭରି ସଂସ୍ଥା ଏବେ ଘରେ ମଦ ପହଞ୍ଚାଇବା ଯୋଜନାରେ

7/05/2020 at 12:43 PM

ନୂଆଦିଲ୍ଲୀ ୦୭।୦୫: ଖାଦ୍ୟ ହୋମ୍‌ ଡେଲିଭରି ସଂସ୍ଥା Zomato ଏବେ ମଦ ହୋମ୍‌ ଡେଲିଭରି  କରିବ ।  ଲୋକମାନଙ୍କ ଘର ଘର ବୁଲି ମଦ ହୋମ୍‌ ଡେଲିଭରି କରିବ ବୋଲି ଜଣାପଡିଛି । ଲକ୍‌ଡାଉନ୍‌ ଚାଲିଥିବା ବେଳେ ଦେଶର ବିଭିନ୍ନ ଅଂଶରେ ମଦ କାରବାରକୁ ଅନୁମତି ଦିଆଯାଇଛି । ଯାହାଦ୍ୱାର ଲୋକମାନ ମଦର ଖୁବ ବିକ୍ରି ମଧ୍ୟ ହେଉଛି । ତେବେ ଏତେ ପରିମାଣର ମଦ ବିକ୍ରି ଦେଖି କମ୍ପାନୀ ଏହାର ଫାଇଦା ନେବାକୁ ଯାଉଛି ।

କମ୍ପାନୀର ପ୍ରସ୍ତାବ କ’ଣ?

ନ୍ୟୁଜ୍ ଏଜେନ୍ସି ରଏଟର୍ସ ପକ୍ଷରୁ ଏକ ଖବର ପ୍ରକାଶ ପାଇଛି ଯେ, କମ୍ପାନୀ ଏଥିପାଇଁ ଇଣ୍ଟରନ୍ୟାସନାଲ ସ୍ପିରିଟ୍ସ ଆଣ୍ଡ ୱାଇନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ISWAI) କୁ ଏକ ଅଫର ଦେଇଛି। ଲକ୍‌ଡାଉନ୍‌ ଯୋଗୁଁ କମ୍ପାନୀର ଖାଦ୍ୟ ହୋମ୍‌ ଡେଲିଭରି ବ୍ୟବସାୟ ବହୁତ ପରିମାଣରେ ହ୍ରାସ ପାଇଛି । ତେଣୁ ଏଥିଲାଗି କମ୍ପାନୀ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ  ଉଦ୍ୟମ  କରିଛି । ନିକଟରେ Zomato ଗ୍ରୋସରୀ  ମଧ୍ୟ ହୋମ୍‌ ଡେଲିଭରି କରିବା ଆରମ୍ଭ କରିଛି |  

ମଦ ଦୋକାନ ଖୋଲିଛି –

ଦେଶରେ କରୋନା ସ୍ଥିତିକୁ ଦେଖି ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ମାର୍ଚ୍ଚ ୨୫ରୁ ଲାଗୁ କରାଯାଇଥିଲା । ଯାହା ପରେ ମଦ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। କିନ୍ତୁ ରାଜସ୍ୱ ଅଭାବରୁ ମଦ ବ୍ୟବସାୟ ଖୋଲିବାକୁ ରାଜ୍ୟ ସରକାର ଚାପ ପକାଉଥିଲେ। ଏହି କାରଣରୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କେନ୍ଦ୍ର ସରକାର ମଦ ବ୍ୟବସାୟ ଅନୁମିତ ଦେଇଥିଲେ । ତେବେ  ମଦ ବ୍ୟବସାୟ ଖୋଲିବା ମାତ୍ରେ ଦେଶରେ ଥିବା ଦୋକାନକୁ ବହୁ ସଂଖ୍ୟାରେ ଜନସମାଗମ ଏବଂ ଲମ୍ବା ଲାଇନର ଖବର ଆସିବାକୁ ଲାଗିଲା।

ସୂଚନାଯୋଗ୍ୟ ଯେ, ଦେଶରେ ବର୍ତ୍ତମାନ ମଦ ହୋମ ଡେଲିଭରି କରିବାକୁ ଅନୁମତି ନାହିଁ। ଏଥିପାଇଁ କମ୍ପାନୀମାନେ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ISWAI ଏଥିପାଇଁ ଜୋରଦାର ଲବି ମଧ୍ୟ କରୁଥିବା କରୁଛି | ଯଦି  ସରକାର ଏହି ରିହାତି ଦିଅନ୍ତି,  ତେବେ Zomato ମଦ୍ୟପାନର ହୋମ୍‌ ଡେଲିଭରି ଆରମ୍ଭ କରିପାରିବ ବୋଲି ସୂଚନା ରହିଛି  | ସେହିପରି ଇତିମଧ୍ୟରେ ଅନେକ ରାଜ୍ୟ ମଦ ଉପରେ ଟ୍ୟାକ୍ସ ବୃଦ୍ଧି କରିସାରିଛନ୍ତି ।

   Related Posts