ନୂଆଦିଲ୍ଲୀ ୦୫।୧୧ : ସୋସିଆଲ ମିଡିଆରେ ଏକ ସୁନ୍ଦର ହୃଦୟସ୍ପର୍ଶୀ ପୋଷ୍ଟ ଦେଖିବାକୁ ମିଳିଛି । ନଭେମ୍ବର ୪ରେ ଜୋମାଟୋ ଦୀପାବଳି ପାଳନ କରିବା ଉପଲକ୍ଷେ ପ୍ରଶଂସକ ଏବଂ ଅନୁଗାମୀମାନଙ୍କ ପାଇଁ ଏକ ଭାବପ୍ରବଣ ବାର୍ତ୍ତା ବାଣ୍ଟିଥିଲେ । ଜୋମାଟୋ, ତାହାର ଏହି ପୋଷ୍ଟରେ, ମହାମାରୀ କରୋନା ଦ୍ୱିତୀୟ ଲହରରେ ପରିବାର କିମ୍ବା ସମ୍ପର୍କୀୟ ସଦସ୍ୟଙ୍କୁ ହରାଇଥିବା ପରିବାର ପାଇଁ ଏକ ବିବୃତ୍ତି ସେୟାର କରିଛି । ଜୋମାଟୋର ଏହି ବାର୍ତ୍ତା ପଢିବା ପରେ ନେଟିଜେନ୍ସ ମଧ୍ୟ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ ।
ଜୋମାଟୋ ଏହାର ପୋଷ୍ଟରେ ଲେଖିଛନ୍ତି, 'ସେହି ଘରେ, ଯେଉଁଠାରେ ଚଳିତ ବର୍ଷ ଆଲୋକ ଜଳି ନଥିଲା, ଯେଉଁଠାରେ ମିଠାର ସ୍ୱାଦ ସମସ୍ତଙ୍କ ପାଇଁ କ୍ଷୀଣ ହୋଇଯାଇଥିଲା, ଯେଉଁଠାରେ ବର୍ଷ ଆରମ୍ଭରେ ଲୋକମାନେ ନିଜ ପ୍ରିୟଜନଙ୍କୁ ହରାଇଥିଲେ, ସେମାନେ ବର୍ତ୍ତମାନ ପ୍ରତ୍ୟେକ ପର୍ବକୁ ଛୋଟ ଅନୁଭବ କରି ଦେଇଛନ୍ତି।, କିନ୍ତୁ ଆମେ ଆଶା କରୁଛୁ ତୁମେ ଶୀଘ୍ର ସବୁ ଠିକ୍ ହେବ ଓ ସୁଖ ମିଳିବ ।
wp:html— zomato (@zomato) November 3, 2021/wp:html
ଜୋମାଟୋ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହାକୁ ପୋଷ୍ଟ କରିବା ମାତ୍ରେ ୨୫ହଜାର ରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିଲେ। କେବଳ ଏତିକି ନୁହେଁ, ଏହି ପୋଷ୍ଟ ସୋସିଆଲ ମିଡିଆରେ ୪ହଜାରରୁ ଅଧିକ ରିଟ୍ୱିଟ ସହିତ ଭାଇରାଲ ହୋଇଥିଲା। ଜୋମାଟୋର ଏହି ପୋଷ୍ଟକୁ ଲୋକମାନେ ବହୁତ ପସନ୍ଦ କରୁଥିବା ବେଳେ ଶହ ଶହ ୟୁଜର୍ସମାନେ ହୃଦୟସ୍ପର୍ଶୀ ପ୍ରତିକ୍ରିୟା ଦେଇଥିଲେ।