Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ମଜାକିଆ ଢଙ୍ଗରେ ଅନୁଷ୍କା ଓ ବିରାଟଙ୍କୁ ଶୁଭେଚ୍ଛା ଜଣାଇଲା ଜୋମାଟୋ, କହିଲା…

28/08/2020 at 1:34 PM

ମୁମ୍ବାଇ ୨୮/୦୮ : ବିରାଟ କୋହଲି ଓ ଅନୁଷ୍କା ଶର୍ମା ସୋସିଆଲ ମିଡ଼ିଆରେ ଏକ ଖୁସି ଖବର ସେୟାର କରିଛନ୍ତି | ଖୁବ ଶୀଘ୍ର ସେମାନେ ମା’ବାପା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡ଼ିଆରେ ଘୋଷଣା କରିଛନ୍ତି | ଏହି ଖବର ସାମ୍ନାକୁ ଆସିବା ପରେ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଫୁଡ ଡେଲିଭରୀ ପ୍ଲାଟଫର୍ମ ଜୋମାଟୋ ଖାସ ଅନ୍ଦାଜରେ ଅନୁଷ୍କା ବିରାଟଙ୍କୁ ଶୁଭେଚ୍ଛା ଜଣାଇଛି | ଜୋମାଟୋର ଟ୍ୱିଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି |

ଜୋମାଟୋ ବିରାଟ ଓ ଅନୁଷ୍କାଙ୍କ ଏହି ଖୁସି ଖବରରେ ତାଙ୍କୁ ଶୁଭକାମନା ଜଣାଇ ଟ୍ୱିଟରରେ ଲେଖିଛି, “ଏହା ଏକ ବହୁତ ଭଲ ଓ ଖୁସି ଖବର ! କିଛି ମିଠା ଖାଇବାକୁ ଇଛା ହେଲେ ଲାଜ କରିବେନି ବିରାଟ…ୟୋର ସର୍ଭିସ”

View this post on Instagram

And then, we were three! Arriving Jan 2021 ❤️🙏

A post shared by Virat Kohli (@virat.kohli) on

ଭାରତୀୟ କ୍ରିକେଟ ଟିମ ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଗୁରୁବାର ଦିନ ସୋସିଆଲ ମିଡ଼ିଆରେ ତାଙ୍କ ଘରକୁ ନୂଆ ଅତିଥି ଆସିବା ନେଇ ଘୋଷଣା କରିଛନ୍ତି | ବିରାଟ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଛନ୍ତି | ଅନୁଷ୍କା ଗର୍ଭବତୀ ଥିବା ଫଟୋ ସେୟାର କରି ସେ ଏହି ଘୋଷଣା କରିଛନ୍ତି | ଆସନ୍ତା ଜାନୁଆରୀ ମାସରେ ତାଙ୍କର ପ୍ରଥମ ସନ୍ତାନ ଏ ଦୁନିଆକୁ ଆସିବ ବୋଲି ସେ କହିଛନ୍ତି | ଏହି ଘୋଷଣା ପରେ ଉଭୟଙ୍କ ସମ୍ପର୍କୀୟ, ବନ୍ଧୁ ପରିଜନ ତାଙ୍କୁ ଶୁଭକାମନା ଜଣାଇଛନ୍ତି |

   Related Posts