Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୋମାଟୋ’ର ସ୍ବାଗତଯୋଗ୍ୟ ପଦକ୍ଷେପ: ବର୍ଷକରେ ୧୦ ଦିନ ମିଳିବ ‘ପିରିୟଡ‌ ଲିଭ୍‌’

9/08/2020 at 7:31 PM

ନୂଆଦିଲ୍ଲୀ୯/୮: ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋ (Zomato) ମହିଳା କର୍ମଚାରୀଙ୍କ ଲାଗି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି।ବର୍ତ୍ତମାନ ସମୟରେ ବିଭିନ୍ନ ସରକାରୀ ଏବଂ ବେସରକାରୀ କମ୍ପାନୀରେ ଅନେକ ମହିଳା କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଏହି ସମୟରେ ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏକ ବର୍ଷରେ ୧୦ ଦିନ ମହିଳା କର୍ମଚାରୀଙ୍କୁ ପିରିୟଡ ଲିଭ୍‌( Period Leave)  ଦିଆଯାଯିବ। ମହିଳାମାନଙ୍କର ମାସିକ ମାସିକ ଧର୍ମ ବା ପିରିୟଡ ବାବଦରେ ସେମାନଙ୍କୁ ଏହି ୧୦ ଦିନ ଲିଭ୍‌ ବା ଛୁଟି ଦିଆଯିବ।

ଏ ନେଇ ଜୋମାଟୋର ସିଇଓ ଦୀପିନ୍ଦର ଗୋୟଲ ସମସ୍ତ କର୍ମଚାରୀଙ୍କୁ ଇ-ମେଲ କରି ଅବଗତ କରିଛନ୍ତି। ଦୀପିନ୍ଦର କହିଛନ୍ତି ଯେ, ୨୦୦୮ ମସିହାରେ ଆରମ୍ଭ ହୋଇଥିବା ଏହି ଫୁଡ୍ ଡେଲିଭରି କମ୍ପାନୀ ଦେଶରେ ଅନ୍ୟତମ। ଏହି ଏମିତି ଏକ କମ୍ପାନୀ ମହିଳା କର୍ମଚାରୀଙ୍କୁ ଏଭଳି ସୁବିଧା ଯୋଗାଉଛି। ସେ ଆହୁରି ମଧ୍ୟ କହିଛନ୍ତି, ପିରିୟଡ ଲିଭ୍ ବା ଋତୁସ୍ରାବ ଛୁଟି ଆବେଦନ କରିବା ବେଳେ କୌଣସି କର୍ମଚାରୀ ସଙ୍କୋଚ କରିବେ ନାହିଁ। ଏହି କମ୍ପାନୀରେ ୫ ହଜାରରୁ ଉର୍ଦ୍ଧ୍ବ ଲୋକ କାମ କରୁଥିବା ସେ ଦୀପିନ୍ଦର କହିଛନ୍ତି।

ଇଣ୍ଟରନାଲ ବା ଇ-ମେଲ ମାଧ୍ୟମରେ ପିରିୟଡ‌ ଲିଭ୍ ଆବେଦନ କରିପାରିବେ। ଏହି ଇ-ମେଲରେ ପୁରୁଷ କର୍ମଚାରୀମାନଙ୍କ ପାଇଁ ମଧ୍ୟ ଦୀପିନ୍ଦର ଏକ ଆଦେଶ ଜାରି କରିଛନ୍ତି।  ସେ ଉଲ୍ଲେଖ କରିଛନ୍ତି ଯେ, ମହିଳା କର୍ମଚାରୀମାନେ ପିରିୟଡ ଲିଭ୍‌ ଆବେଦନ କରିବେ ବେଳେ ଯଦି କୌଣସି ପୁରୁଷ ସହକର୍ମୀ ଜାଣି ପାରନ୍ତି, ତେବେ ଯେମିତି ଉକ୍ତମହିଳା କର୍ମଚାରୀଙ୍କ କୌଣସି ଅସୁବିଧା ନ ନୁହେଁ ସେଥିପ୍ରତି ଧ୍ୟାନ ଦେବେ।ସେହିପରି ଜୋମାଟୋ କାର୍ଯ୍ୟରତ ଟ୍ରାଂଜଜେଣ୍ଡରଙ୍କୁ ମଧ୍ୟ ସମାନ ଅଧିକାର ଦିଆଯାଇଛି। ସେମାନେ ମଧ୍ୟ  ବର୍ଷକରେ ୧୦ ଦିନ ପିରିୟଡ୍‌ସ ଲିଭ ନେଇ ପାରିବେ।

   Related Posts