Zomatoରୁ ଖାଦ୍ୟ ଅର୍ଡର କରିବା ପଡ଼ିଲା ମହଙ୍ଗା, ୧୪୨ଟଙ୍କା କଟିବା ବଦଳରେ ଆକାଉଣ୍ଟରୁ ଗାୟବ ହୋଇଗଲା ୯୧ ହଜାର ୧୯୬ ଟଙ୍କା, ଗୋଟିଏ ଲିଙ୍କ୍‌ରେ ଆକାଉଣ୍ଟ ଖାଲି

Published By : Prameya-News7 Bureau | December 11, 2019 IST

ନୂଆଦିଲ୍ଲୀ୧୧/୧୨: ଜୋମାଟୋରେ ଖାଦ୍ୟ ଅର୍ଡର କରୁଥିଲେ ସାବଧାନ। ଦିଲ୍ଲୀର ଏନସିଆର୍‌ରେ ରହୁଥିବା ଜଣେ ଇଞ୍ଜିନିୟର ଛାତ୍ର ସିଦ୍ଧାର୍ଥ ଅନଲାଇନରେ ଖାଦ୍ୟ ଅର୍ଡର କରି ଠକାମିର ଶିକାର ହୋଇଛନ୍ତି। ସିଦ୍ଧାର୍ଥ ଜୋମାଟୋ ଆପ୍‌ରୁ ଖାଦ୍ୟ ଅର୍ଡର କରିଥିଲେ। ଡେଲିଭରି ବୟ ଖାଦ୍ୟ ନେଇ ଆସିବା ପରେ ସିଦ୍ଧାର୍ଥ ଖାଦ୍ୟ ରଖିବେ ନାହିଁ ବୋଲି ମନା କରି ଦେଇଥିଲେ। ଖାଦ୍ୟ ଅର୍ଡର କରିବା ପୂର୍ବରୁ ସିଦ୍ଧାର୍ଥ ନିଜ ଆକାଉଣ୍ଟରୁ ୧୪୨ ଟଙ୍କା ଆଡ୍‌ଭାନ୍‌ସ ପେମେଣ୍ଟ କରି ଦେଇଥିଲେ।

ଆଡ୍‌ଭାନ୍ସରେ ଯେଉଁ ଟଙ୍କା ପେମେଣ୍ଟ କରିଥିଲେ ସେହି ଟଙ୍କା ଫେରାଇବା ଲାଗି ସିଦ୍ଧାର୍ଥ ଜୋମାଟୋର ଗ୍ରାହକ ସେବା ଅଧିକାରୀଙ୍କୁ ଫୋନ କରି କହିଥିଲେ। ଅନଲାଇନରେ ପେମେଣ୍ଟ କରିଥିବା ଲିଙ୍କ୍‌ ଦେବା ପାଇଁ ସିଦ୍ଧାର୍ଥଙ୍କୁ କୁହାଯାଇଥିଲା। ସେ  ଲିଙ୍କ୍‌ ଦେବା ପରେ ତାଙ୍କ ଆକାଉଣ୍ଟରୁ ୯୨ ହଜାର ୧୯୬ ଟଙ୍କା କୁଆଡ଼େ ଗାୟବ ହୋଇଯାଇଥିଲା।

ସିଦ୍ଧାର୍ଥଙ୍କ ବାପା ଦିଲ୍ଲୀ ହାଇକୋର୍ଟରେ ଓକିଲ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ମାଆ ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟ କରନ୍ତି। ଏହି ଘଟଣା ସଂପର୍କରେ ସିଦ୍ଧାର୍ଥଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.