ବିଶ୍ବର ସବୁଠୁ ଦାମି ଔଷଧ, ମୂଲ୍ୟ ହେଉଛି ୧୪ କୋଟି ଟଙ୍କା, ଏହି ରୋଗରୁ କରେ ମୁକ୍ତ

Published By : Prameya-News7 Bureau | May 28, 2019 IST

ସ୍ବିଜରଲାଣ୍ଡର ପ୍ରସିଦ୍ଧ ଫାର୍ମାସି କମ୍ପାନୀ ନୋର୍ଭାଟିସ ଏବେ ଏକ ନୂଆ ଥେରାପି କରିବାର ଅନୁମତି ମିଳିଛି। ରିପୋର୍ଟ ଅନୁସାରେ ଏହା ବିଶ୍ବର ସବୁଠୁ ଦାମି ଔଷଧ ହୋଇପାରେ। ଏହି ଥେରାପିର ନାଁ ହେଉଛି ଜଲଗେନସ୍ମା। ଏହି ଔଷଧକୁ ସ୍ପାଇନାଲ ମସକ୍ୟୁଲାର ଏଟ୍ରୋପିରେ ବ୍ୟବହାର କରାଯାଏ।   

{"id":116963,"width":566,"height":377}

ସ୍ପାଇନାଲ ମସକ୍ୟୁଲାର ଏଟ୍ରୋପି ଏକ ଜନ୍ମସମ୍ବନ୍ଧୀୟ ମସଲ ୱେଷ୍ଟିଙ୍ଗ ଡିସଅର୍ଡର ଯେଉଁଥିରେ ହାଡରେ ନ୍ୟୁରୋନ୍‌ସ କମ ହୋଇଥାଏ। ଏହା ଦ୍ବାରା ସ୍ପାଇନାଲ କର୍ଡର ମୋଟର ନର୍ଭ ପ୍ରଭାବିତ ହୋଇଥାଏ।ଏହି ରୋଗ ହେଲେ ଶରୀରରେ ଶକ୍ତି କମିଯାଏ। ଶରୀର ଦୁର୍ବଳ ହେବାରୁ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ। କେବଳ ସେତିକି ନୁହେଁ ଏହା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ହୋଇଥାଏ। ସାଧାରଣତଃ ଏହି ରୋଗ ଶିଶୁ ଓ ପିଲା ଛୁଆଙ୍କୁ ପ୍ରଭାବିତ କରିଥାଏ। ଫଳରେ ମାଂସପେଶୀ ଚଳପ୍ରଚଳ କରିବା କଷ୍ଟକର ହୋଇଥାଏ।  

{"id":116965,"width":427,"height":240}

ସ୍ପାଇନାଲ ମସକ୍ୟୁଲାର ଏଟ୍ରୋପିରେ ପିଡୀତ ଲୋକଙ୍କ ପାଇଁ ଏହି ଔଷଧ ଥରକରେ କାମ ଦିଏ। ରିପୋର୍ଟ ଅନୁସାରେ ଏହି ରୋଗ ଯୋଗୁଁ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଛି। ୨ ବର୍ଷରୁ କମ ଥିବା ଶିଶୁଙ୍କୁ ଏହି ଉପଚାରର ଉପଲବ୍ଧ କରାଯିବ। ଏହି ରୋଗର ଅନେକ ଔଷଧ ବଜାରକୁ ଆସିସାରିଛି। ଏହା ପୂର୍ବରୁ ସ୍ପିନରାଜା ନାମକ ଏକ ଔଷଧକୁ ମଞ୍ଜୁରି ମିଳିଥିଲା। ଏହାର ମୂଲ୍ୟ ୭୫୦,୦୦୦(୫,୨୦,୩୫,୩୭୫ ଟଙ୍କା)  ଡଲାର ଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.