ନୂଆ ବର୍ଷ ୨୦୨୦ ଆରମ୍ଭରୁ ଶେଷ ରହିବ କେମିତି... କଣ କହୁଛି ଆପଣଙ୍କ ରାଶି-ଜାତକ

Published By : Prameya-News7 Bureau | January 01, 2020 IST

ନୂଆ ବର୍ଷ ୨୦୨୦ ଆରମ୍ଭ ହୋଇସାରିଛି। ୨୦୨୦ ବର୍ଷ କିଛି ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ। ଅପରପକ୍ଷରେ କିଛି ରାଶିର ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ହେବ। ଚଳିତ ବର୍ଷ ଶନି,ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଗ୍ରହମାନଙ୍କର ରାଶି ବଦଳିବା ଖାସ ହୋଇଥାଏ। ଜାନୁଆରୀ ମାସ ୨୩ ତାରିଖରେ ଶନି ଧନୁ ରୁ ମକରକୁ ପ୍ରବେଶ କରିବେ। ସେପଟେମ୍ବର ମାସ ୨୨ ତାରିଖରେ ରାହୁ ମିଥୁନରୁ ବୃଷକୁ ପ୍ରବେଶ କରିବେ। ଏହା ସହ କେତୁ ଧନୁରୁ ବିଚ୍ଛାକୁ ପ୍ରବେଶ କରିବେ। ତେବେ କେଉଁ ରାଶିର ଲୋକମାନଙ୍କ ପାଇଁ କେମିତି ରହିବ ନୂଆ ବର୍ଷ ଜାଣନ୍ତୁ।

ମେଷ ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ ମେଷ ରାଶିର ଲୋକଙ୍କ ପାଇଁ ନୂଆ ବର୍ଷ ୨୦୨୦ ବହୁତ ଭଲ ରହିବ। ନୂଆ ବର୍ଷରେ ମେଷ ରାଶିର ଲୋକଙ୍କୁ ଅନେକ ସଫଳତା ମିଳିବ। ଚାକିରି କରୁଥିବା ଲୋକେ ତଥା ବ୍ୟବସାୟୀମାନଙ୍କୁ ବିଷେଶ ସଫଳତା ମିଳିବ। ଛାତ୍ର ଛାତ୍ରୀଙ୍କ ପାଇଁ ସକରାତ୍ମକତା ଯୋଗ ରହିବ। ମେଷ ରାଶିର ଛାତ୍ର ଛାତ୍ରୀ ନିୟମିତ ପଢା ପଢି ସହ ଅନ୍ୟ ପରୀକ୍ଷା ଯେମିତି ୟୁପିଏସି, ପିଏସସି, ପିଏମ୍‌ଟି, ପିଇଟି ପାଇଁ ପ୍ରସ୍ତୁତି କରୁଥିଲେ ସଫଳ ହେବାର ସମ୍ଭାବନା ରହିଛି। ବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ ସଫଳ ହେବେ।

ବୃଷ ରାଶି- ୨୦୨୦ ମସିହାରେ ବୃଷ ରାଶିର ଲୋକଙ୍କୁ ସୁଖ, ସମୃଦ୍ଧି, କାର୍ଯ୍ୟକ୍ଷେତ୍ରରେ ଉନ୍ନତି, ସଫଳ ଯାତ୍ରା, ପରିବାର ଓ ଜୀବନସାଥୀଙ୍କ ସହଯୋଗ ମିଳିବାର ସମ୍ଭାବନା ରହିଛି। ସବୁ ସମସ୍ୟାର ସମାଧାନ ହେବ। ଛାତ୍ର ଛାତ୍ରୀଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ପରିଶ୍ରମ କଲେ ହିଁ ଭଲ ପରିଣାମ ମିଳିବ। ବୃଷ ରାଶିର ଲୋକଙ୍କର ଆର୍ଥିକ ସ୍ଥିତି ବୃଦ୍ଧି ହେବ।    

ମିଥୁନ ରାଶି- ୨୦୨୦ ମସିହା ମିଥୁନ ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ରହିବ। ମାନ ସମ୍ମାନରେ ବୃଦ୍ଧି ହେବା ସହ ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ଏହି ରାଶିର ଲୋକଙ୍କୁ ଅନେକ ସଫଳତା ମିଳିବ। ଚାକିରି କରୁଥିବା ଲୋକେ ତଥା ବ୍ୟବସାୟୀମାନଙ୍କୁ ବିଷେଶ ସଫଳତା ମିଳିବ। ଜାଗା ବାଡି କିଣିବା ପାଇଁ ଆଜି ଶୁଭ ସମୟ ରହିଛି। କର୍ମଚାରୀମାନଙ୍କୁ ଅନେକ ଖୁସି ଖବର ମିଳିବ ଓ ଦରମା ବୃଦ୍ଧି ହେବ। ପ୍ରତ୍ୟେକ କାର୍ଯ୍ୟରେ ମାଆ ବାପାଙ୍କ ସହ ଗୁରୁଜନଙ୍କ ସହଯୋଗ ମିଳିବ। ପାଠ ପଢୁଥିବା ପିଲାମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଇପାରନ୍ତି।

କକର୍ଟ ରାଶି- କର୍କଟ ରାଶିର ବ୍ୟକ୍ତିଙ୍କ ଘରେ ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି ହେବା ସହ ଧନ ଲାଭର ଯୋଗ ରହିଛି । ଏମାନେ କିଛି ନୂତନ ଯୋଜନା କରିବାର ସମ୍ଭାବନା ରହିଛି । ପ୍ରେମୀମାନଙ୍କର ସବୁ ବାଦ-ବିବାଦ ଶେଷ ହେବ। ଧନ ଉପାର୍ଜନର ନୂଆ ଅବସର ସୃଷ୍ଟି ହେବାର ଯୋଗ ରହିଛି । ଏମାନଙ୍କ ଜୀବନ ସୁଖମୟ ହେବ ।କଠିନ ପରିଶ୍ରମ କଲେ ସଫଳତା ହାସଲ ହେବ। କାର୍ଯ୍ୟସ୍ଥାନରେ ମାନ ସମ୍ମାନ ବୃଦ୍ଧି ହେବ। ଏହି ରାଶିର ଲୋକଙ୍କର ସ୍ବପ୍ନ ପୂରଣ କରିବା ପାଇଁ ୨୦୨୦ ମସିହା ସମ୍ପୂର୍ଣ୍ଣ ଠିକ୍‌।

ସିଂହ ରାଶି- ନୂଆ ବର୍ଷ ସିଂହ ରାଶିର ଲୋକଙ୍କ ପାଇଁ ଟିକେ କଷ୍ଟକର ହୋଇପାରେ। ଶନିଙ୍କର ରାଶି ପରିବର୍ତ୍ତନର ପ୍ରଭାବ ସିଂହ ରାଶିର ଲୋକଙ୍କ ଉପରେ ପଡିବ। ହେଲେ ଏମାନଙ୍କର ଚତ୍ମକାର ଲୋକଙ୍କ ଉପରେ ପ୍ରଭାବ ପକାଇବ। ସିଂହ ରାଶିର ଲୋକଙ୍କ ପ୍ରତି ବିପରିତ ଲିଂଗ ଖୁବ ଆକର୍ଷିତ ହେବେ। ଏହା ସହ ଆଗାମୀ ଦିନରେ ଏହି ରାଶିର ବ୍ୟକ୍ତିଙ୍କ ନିକଟରେ ଧନ ସମ୍ପତ୍ତିର ଅଭାବ ରହିବନାହିଁ ।  

କନ୍ୟା ରାଶି- ୨୦୨୦ ମସିହା କନ୍ୟା ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ହୋଇପାରେ। ଏହି ରାଶିର ବ୍ୟକ୍ତିମାନେ ନିଜ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ । ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବାର ସମ୍ଭାବନା ରହିଛି । ସନ୍ତାନସନ୍ତତିଙ୍କ ପକ୍ଷରୁ ଶୁଭ ଖବର ମିଳିପାରେ । ବ୍ୟବସାୟରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ।   

ତୁଳା ରାଶି- ତୁଳା ରାଶିର ଲୋକଙ୍କ ପାଇଁ ୨୦୨୦ ମସିହା ବହୁତ ଭଲ ରହିବ। ଏମାନେ କିଛି ନୂଆ ବନ୍ଧୁ କରିପାରନ୍ତି । ସାମାଜିକ ଦୂରାଚାର ଅଧିକ ବଢିବ । ପାଖ ପଡିଶା ଲୋକଙ୍କଠାରୁ ସାହାଯ୍ୟ ମିଳିପାରେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦୈନନ୍ଦିକ କାର୍ଯ୍ୟରେ ଏମାନଙ୍କୁ ସଫଳତା ମିଳିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଦୁହେଁ ଦୁହିଁଙ୍କୁ ବୁଝିବାରୁ ଯଥେଷ୍ଟ ପ୍ରୟାସ କରିବେ । କିଛି ମାମଲାରେ ଖୁବ ସଫଳତା ମିଳିପାରେ। ଘର ପରିବାରରେ ମାଙ୍ଗଳିକ ରାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ବିଚ୍ଛା ରାଶି- ୨୦୨୦ ମସିହା ବିଚ୍ଛା ରାଶିର ଲୋକଙ୍କ ପାଇଁ ବେଶ ଲାଭଦାୟକ ରହିବ। ପ୍ରତି କାର୍ଯ୍ୟରେ ଭାବି ଚିନ୍ତି ନିଷ୍ପତ୍ତି ନେବା ଜରୁରୀ। ସବୁ ସମସ୍ୟାର ସମାଧାନ କରିଲେ ଭଲ ପରିଣାମ ହାସଲ ହେବ। ବିଦେଶ ଯାତ୍ରା ବା ବିଦେଶରେ ଚାକିରି କରିବାର ଯୋଗ ରହିଛି। ଏମାନଙ୍କ ଆଗାମୀ ଦିନ ଅତ୍ୟନ୍ତ ଶୁଭଦାୟକ ରହିବ । ବ୍ୟବସାୟରେ ଅଚାନକ ଧନ ଲାଭର ଯୋଗ ରହିଛି ।

ଧନୁ ରାଶି- ୨୦୨୦ ମସିହାରେ ଧନୁ ରାଶିର ଲୋକଙ୍କୁ ଅନେକ ନୂଆ ନୂଆ ଖବର ମିଳିପାରେ। ବୈବାହିକ ଜୀବନ ସୁଖମୟ ରହିବ। ଶନିଙ୍କ ରାଶି ପରିବର୍ତ୍ତନର ପୂରା ପ୍ରଭାବ ଧନୁ ରାଶିର ଲୋକଙ୍କ ଉପରେ ପଡିପାରେ। ଏହା ଦ୍ବାରା ଧନୁ ରାଶିର ଲୋକଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଭାଗ୍ୟ ଉପରେ ନିର୍ଭର ନକରି କଠିନ ପରିଶ୍ରମ କଲେ ସଫଳତା ମିଳିବ। ବର୍ଷ ଆରମ୍ଭରୁ ଟିକେ ସତର୍କ ରହିବା ଜରୁରୀ। ଦୈନଦିନ କାର୍ଯ୍ୟରେ ଏମାନଙ୍କୁ ସଫଳତା ମିଳିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଦୁହେଁ ଦୁହିଁଙ୍କୁ ବୁଝିବାରୁ ଯଥେଷ୍ଟ ପ୍ରୟାସ କରିବେ ।

ମକର ରାଶି- ୨୦୨୦ ମସିହାରେ ମକର ରାଶିର ଲୋକଙ୍କୁ ଜୁନ ମାସ ୨୧ ତାରିଖ ପର୍ଯ୍ୟନ୍ତ ସାବଧାନ ରହିବାକୁ ପଡିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପୁଯିବାର ସମ୍ଭାବନା ରହିଛି। ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ ଯାହା ପରିବାରରେ ଅଶାନ୍ତି ଆଣିପାରେ। ମକର ରାଶିର ଲୋକଙ୍କର ୨୦୨୦ ମସିହାରେ ଉଭୟ ସକରାତ୍ମକତା ଓ ନକରାତ୍ମକତା ଯୋଗ ରହିଛି। କିଛି ଜିନିଷ ଶୁଭ ହେବ ତ କିଛି ଅଶୁଭ।

କୁମ୍ଭ ରାଶି- ୨୦୨୦ ମସିହା କୁମ୍ଭ ରାଶିର ଲୋକଙ୍କ ପାଇଁ ଭଲ ଓ ମହତ୍ତ୍ବପୂର୍ଣ୍ଣ ପ୍ରମାଣିତ ହୋଇପାରେ। ଏହି ରାଶିର ଲୋକମାନେ ବିଦେଶ ଗ୍ରସ୍ଥ କରିପାରନ୍ତି। ଏହି ରାଶିର ବ୍ୟକ୍ତିଙ୍କ ଜୀବନ ସୁଖମୟ ହେବ । ଏହି ରାଶିର ବ୍ୟକ୍ତିମାନେ ଏକ ସଫଳ ଜୀବନ ଅତିବାହିତ କରିପାରନ୍ତି । ଏମାନଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇପାରେ । ଧନ, ସମ୍ପତ୍ତିରେ ବୃଦ୍ଧି ହୋଇପାରେ । ଏହି ବ୍ୟକ୍ତିମାନେ ଆର୍ଥିକ କ୍ଷେତ୍ରରେ ମଜବୁତ ହୋଇପାରନ୍ତି । 

ମୀନ ରାଶି- ୨୦୨୦ ମସିହା ମୀନ ରାଶିର ଲୋକଙ୍କ ପାଇଁ ଖୁବ ଶୁଭ ରହିବ। ମୀନ ରାଶିର ବ୍ୟକ୍ତିଙ୍କୁ ଫାଇଦା ହିଁ ଫାଇଦା ମିଳିବ । ଅଚାନକ ଏମାନଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିବ । ଏହି ବ୍ୟକ୍ତିଙ୍କ ଜୀବନରୁ ସମସ୍ତ ଚିନ୍ତା ଦୂର ହୋଇପାରେ । ଏହି ରାଶିର ବ୍ୟକ୍ତିଙ୍କୁ ସେମାନଙ୍କ ପ୍ରେମ ମିଳିବାର ସମ୍ଭାବନା ରହିଛି । ଚାକିରୀ ଅନ୍ବେଷଣରେ ଥିଲେ ତାହା ଦୂର ହୋଇପାରେ । ଏମାନଙ୍କ ଆର୍ଥିକ ସମସ୍ୟା ସମାପ୍ତ ହୋଇପାରେ । ଏହି ରାଶିର ବ୍ୟକ୍ତି ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ସଫଳତା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.