ବିଛା ରାଶି ପାଇଁ କେମିତି ରହିବ ୨୦୨୧: ଜାଣନ୍ତୁ ବାର୍ଷିକ ରାଶିଫଳ
19/01/2021 at 12:00 PM

ଭୁବନେଶ୍ୱର ୧୯/୦୧ : ବିଛା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ କିଭଳି ରହିବ ବର୍ଷ ୨୦୨୧? ଏ ବର୍ଷର ଫଳ ଉଥାନପତନ ମଧ୍ୟରେ ଗତି କରିବ। କର୍ମ କ୍ଷେତ୍ରରେ ଅଶାନ୍ତି, ଅପଦସ୍ତ, ବେପାର ବେଣିଜ୍ୟରେ ଘାଟା ସହିବେ। ଅପବ୍ୟୟ ବଢିବ। ବନ୍ଧୁ ବିରୋଧ ଲାଗି ରହିବ। ଭାତୃ ବିବାଦ, ଭୂସମ୍ପତି, ଯାନବାହାନ ନେଇ ସମସ୍ୟା ବଢିବ। ବ୍ୟବସାୟରେ ବାଧା ସୃଷ୍ଟି ହେବ।
ପାରିବାରିକ କଷ୍ଟ ପାଇବେ। ସନ୍ତାନସନ୍ତତୀ ନେଇ ଚିନ୍ତା ବଢିଯିବ। ସ୍ୱାମି ସ୍ତ୍ରୀ ଙ୍କ ମଧ୍ୟରେ ମତାନ୍ତର ଲାଗିରହିବ। ଦୁର୍ବଳ ମନା ହେବେ। ପର କାନ କୁହା କଥା ନେଇ କନ୍ଦଳ ବଢିବ। ବିଦେଶ ଯାତ୍ରା ଏବଂ ବିଦେଶୀୟ ପୁଞ୍ଜିନିବେଶରେ ଆତ୍ମ ସନ୍ତୋଷ ଫଳ ମିଳିବ ନାହିଁ। ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ଅପଦସ୍ତ, ମନସ୍ତାପ ବଢିବ। ବନ୍ଧୁ ବିରୋଧ ଦେଖାଦେବ।
ସ୍ୱାସ୍ଥ୍ୟ ଜନିତ କଷ୍ଟ ଅନୁଭବ କରିବେ। ରକ୍ତପିତ୍ତ, ବାୟୁପିତ୍ତ, ଗ୍ୟାସ, ରକ୍ତଚାପ, ମଧୁମେହ ଜନିତ ରୋଗ କଷ୍ଟର ଆଭାସ ରହୁଛି। ଶିରା ସ୍ନାୟୁଗତ ଦୁର୍ବଳତା ବଢିବାର ସମ୍ଭାବନା ରହୁଛି। ଏଥିନେଇ ସଜାଗ ରହିବେ।
ଏପ୍ରିଲ ୫ ତାରିଖ ପରେ କିଛିଟା ପରିବର୍ତ୍ତନ ଦେଖାଦେବ। ଆଶିଂକ ଶୁଭଫଳ ପାଇବେ। କର୍ମ କ୍ଷେତ୍ରରେ ଚାକିରିରେ ଉନ୍ନତି, ବନ୍ଧୁ ସହଯୋଗ ମିଳିବ। ବ୍ୟବସାୟରେ ସୁଫଳତା ମିଳିବ, ଆଶାତିତ ନ ହେଲେ ବି ଚଳନୀୟ ଲାଭ ଯୋଗ ରହିବ। ବିଦେଶ ଯାତ୍ରା , ବିଦେଶୀୟ ପୁଞ୍ଜିନିବେଶ ରେ ଆଶିଂକ ଶୁଭଫଳ ପାଇବେ। ପାରିବାରିକ ସ୍ଥିତିରେ କିଛିଟା ସୁଧାର ଆସିବ। ସ୍ୱାସ୍ଥ୍ୟଗତ ସ୍ଥତିରେ ପରିବର୍ତ୍ତନ ଯୋଗ ରହୁଛି। ବନ୍ଧୁ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସେତେଟା ଭଲ ରହିବ ନାହିଁ। ଋଣଭାର ବଢିବ। ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ସେତେଟା ଶୁଭଯୋଗ ମିଳି ନ ପାରେ। ବନ୍ଧୁ ବିରୋଧ ଲାଗି ରହିବ।
ସେପ୍ଟେମ୍ବର ୧୪ ରୁ ନଭେମ୍ବର ୨୧ ମଧ୍ୟରେ ଅଶୁଭ ଫଳ ଅନୁଭୂତ ହେବ। ପରେ ବର୍ଷର ଶେଷ ଭାଗରେ କିଛିଟା ପରିବର୍ତ୍ତନ ଯୋଗ ରହିବ।
ଉପଚାର :-
ହନୁମାନଙ୍କର ବଜରଙ୍ଗ ବାଣ କିମ୍ବା ହନୁମାନ ଚାଳିଶା ପାଠ କରନ୍ତୁ
ଛୋଟ ପିଲାମାନଙ୍କୁ ମିଷ୍ଟାନ ଖାଇବାକୁ ଦିଅନ୍ତୁ
ବୁଲା କୁକୁରଙ୍କୁ ରୁଟି ଖାଇବାକୁ ଦିଅନ୍ତୁ