ଧନୁ ରାଶି ପାଇଁ କେମିତି ରହିବ ୨୦୨୧: ଜାଣନ୍ତୁ ବାର୍ଷିକ ରାଶିଫଳ
20/01/2021 at 1:25 PM

ଭୁବନେଶ୍ୱର ୨୦/୦୧ : ଧନୁ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ କିଭଳି ରହିବ ବର୍ଷ ୨୦୨୧ ଜାଣନ୍ତୁ। ବର୍ଷର ପ୍ରଥମ ଭାଗରେ କିଛିଟା ଶୁଭ ଫଳ ପାଇବେ। ଆର୍ଥିକ ସ୍ଥତିର କିଛିଟା ସୁଧାର ଆସିଲେ ବି ଅପବ୍ୟୟ, ଚୋର, ତସ୍କରଙ୍କ ପାଦୁର୍ଭାବ ବଢିବ। ଠକାମିର ଶିକାର ହେବେ। ବନ୍ଧୁ ବିରୋଧ ଦେଖାଦେବ। ଅଶାନ୍ତି, ଅପଦସ୍ତ ଏପରିକି ବୃଥା ସ୍ଥାନାନ୍ତର ନେଇ ଖର୍ଚ୍ଚାନ୍ତ ହେବେ। ନିଜର ଭାଇ, ବନ୍ଧୁ କୁଟୁମ୍ବଙ୍କ ଆକ୍ରୋଶର ଶିକାର ହେବେ।
ଇତି ମଧ୍ୟରେ ଗୃହରେ ଶୁଭକର୍ମ ଏବଂ ବିବାହ ଆଦି ଶୁଭ ମାଙ୍ଗଳିକ କାର୍ଯ୍ୟରେ ବହୁ ବାଧାବିଘ୍ନ ମଧ୍ୟରେ ସମ୍ପୁର୍ଣ୍ଣ ହେବ। ସନ୍ତାନସନ୍ତତି ଲାଭ ଯୋଗ ରହିଛି। ସ୍ୱାସ୍ଥ୍ୟର କିଛିଟା ପରିବର୍ତ୍ତନ ହେବ। ବେପାର ବାଣିଜ୍ୟରେ ମଧ୍ୟମ ଧରଣର ଲାଭଯୋଗ ରହୁଛି। ଚାକିରିରେ ଉନ୍ନତି ଯୋଗ ମିଳିବ। ବନ୍ଧୁ ସହଯୋଗ ମିଳିବ। ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ଭଲଫଳ ପାଇବେ। ବହୁ ଦିନର ପୁରୁଣା ବନ୍ଧୁର ସହଯୋଗ ପାଇବେ। ଭୂସମ୍ପତି କ୍ଷେତ୍ରରେ ଶୁଭଫଳ ପାଇବେ। ପାରିବାରିକ କ୍ଷେତ୍ରରେ ଆଶିଂକ ସୁଧାର ଆସିବ। ଆର୍ଥିକ ସ୍ଥିତି ମଧ୍ୟମ ରହିବ।
ଏପ୍ରିଲ ୫ ତାରିଖ ପରେ ବହୁ ଅଶୁଭ ଫଳ ଅନୁଭୂତ ହେବ। ଅପବ୍ୟୟ, ଅଶାନ୍ତି, ବୃଥା , ଭ୍ରମଣ, ବନ୍ଧୁ ବିରୋଧ ନେଇ କଷ୍ଟ ଅନୁଭବ କରିବେ। ଶୁଭ କର୍ମରେ ବାଧା ସୃଷ୍ଟି ହେବ। ମାନସିକ ଅଶାନ୍ତି ବଢିବ। ଅନିଦ୍ରା, ଅଯଥା ପରିଶ୍ରମ ଆଦି କାରଣରୁ ଶାରିରୀକ କଷ୍ଟ ଅନୁଭବ କରିବେ। ରକ୍ତପିତ୍ତ, ଗ୍ୟାସ, ନୀଚ୍ଚ ରକ୍ତଚାପ, ଶିରା ଜନିତ କଷ୍ଟ, ମୁଣ୍ଡବ୍ୟଥା ଆଦିର କଷ୍ଟର ସୂଚନା, ଅଜଣା ରୋଗର କଷ୍ଟ, ଶତୃବାଧା, ଦୁର୍ଘଟଣା ଜନିତ କଷ୍ଟ ଲାଗି ରହିବ। ତନ୍ତ୍ର, ଭୂତାଣୁ ଜନିତ କଷ୍ଟ ଦେଖାଦେଇ ପାରେ।
ସେପ୍ଟେମ୍ବର ୧୪ ପରେ ପୁନଶ୍ଚ କିଛିଟା ଶୁଭଫଳ ପାଇବେ । ନଭେମ୍ବର ୨୧ ପରେ ବର୍ଷ ଶେଷ ଭାଗରେ ଅଶୁଭଫଳ ଅନୁଭୂତ ହେବ।
ଉପଚାର :-
ଗାୟତ୍ରୀ ମହାମନ୍ତ୍ର ପାଠ କରନ୍ତୁ
ଗୋ ସେବା କରନ୍ତୁ
ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ
କୁଆ, କୁକୁରଙ୍କୁ ରୁଟି ଖାଇବାକୁ ଦିଅନ୍ତୁ