Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ମୀନ ରାଶି ପାଇଁ କେମିତି ରହିବ ୨୦୨୧: ଜାଣନ୍ତୁ ବାର୍ଷିକ ରାଶିଫଳ

23/01/2021 at 12:59 PM

ଭୁବନେଶ୍ୱର ୨୩/୦୧ : ମୀନ ରାଶି ପାଇଁ ବର୍ଷ ୨୦୨୧ କିଭଳି ରହିବ ପଢନ୍ତୁ। ବହୁ ଶୁଭଫଳ ପାଇବେ। ବନ୍ଧୁ ସହଯୋଗ ମିଳିବ। ଗୃହରେ ଶୁଭକର୍ମରେ ସହଯୋଗ ମିଳିବ। ବିବାହ ଆଦି ଶୁଭ ମାଙ୍ଗଳିକ କାର୍ଯ୍ୟରେ ସୁଫଳ ମିଳିବ। ପାରିବାରିକ ସ୍ଥିତିର ସୁଧାର ଆସିବ। ସନ୍ତାନସନ୍ତତି କ୍ଷେତ୍ରରେ ବହୁ ଶୁଭଫଳ ମିଳିବ। ଗୃହରେ ପ୍ରତିଭୋଜନ ଆଦି ଯୋଗ ଲାଗି ରହିବ। ଚାକିରି କ୍ଷେତ୍ରରେ ଉନ୍ନତିପଦୋନ୍ନତି ଯୋଗ, ବନ୍ଧୁ ସହଯୋଗ ମିଳିବ।

ବ୍ୟବସାୟରେ ସହଯୋଗ, ନୂତନ ବ୍ୟବସାୟ ପ୍ରତିଷ୍ଠାନ କ୍ଷେତ୍ରରେ ଶୁଭଫଳ ମିଳିବ। ଆର୍ଥିକ ସ୍ଥିତିର ସୁଧାର ଆସିବ। ଭୂସମ୍ପତି ଲାଭ, ଯାନବାହନ ଲାଭ ଯୋଗ ଅଚାନକ ଲାଭ ହେବ। ବିଦେଶ ଯାତ୍ରା ଏବଂ ବିଦେଶୀୟ ପୁଞ୍ଜିନିବେଶରେ ଶୁଭଫଳ ମିଳିବ। ଋଣମୁକ୍ତ ଯୋଗ ଦେଖାଦେବ। ଶିକ୍ଷାକ୍ଷେତ୍ରରେ ଉନ୍ନତି ଲାଭ ହେବ।

ସ୍ୱାସ୍ଥ୍ୟ କ୍ଷେତ୍ରରେ କାଁଭାଁ ଶରିରୀକ କଷ୍ଟ ଅନୁଭବ କରିବେ। ମାନସିକ ସ୍ଥିତିର ବହୁ ସୁଧାର ଆସିବ। ଧର୍ମ ଅନୁଷ୍ଠାନିକ କର୍ଯ୍ୟରେ ବାଧା ଉପୁଜିବ। ଭାତୃ ବିବାଦ, ଗୁପ୍ତ ଶତୃର ପ୍ରଭାବ ଲାଗିରହିବ। ଆପଣାର ନିଜ ଆତ୍ମୀୟଙ୍କ ମଧ୍ୟରେ ତିକ୍ତତା ବଢିପାରେ। ସେପ୍ଟେମ୍ବର ୧୪ ତାରିଖ ପରେ କିଛିଟା ଅଶୁଭଫଳ ଅନୁଭୂତ ହେବ। ଚାକିରି, ବ୍ୟବସାୟରେ ବାଧା ଉପୁଜିବ। ଆର୍ଥିକ ସ୍ଥିତିର ଉଣା ହେବ। ଭୂସମ୍ପତି କ୍ଷେତ୍ରରେ ମତଦ୍ୱନ୍ଦ ଲାଗିରହିପାରେ, ପାରିବାରିକ ସମସ୍ୟା ନେଇ କଛିଟା ମତଦ୍ୱନ୍ଦ, ମନମାଳିନ୍ୟ ଆଦି ବଢିବାରେ, ସନ୍ତାନସନ୍ତତି ନେଇ ବିବ୍ରତ ହେବେ।

ଗ୍ରହସ୍ଥିତି ଅନୁସାରେ ଶନିଙ୍କର ଶୁଭଫଳ ହେତୁ ବନ୍ଧୁ ସହଯୋଗ ମିଳିବ, ଆର୍ଥିକ ସ୍ଥିତିର ସୁଧାର ଆସିବ। ଆଶାତିତ ଫଳର ସୁଯୋଗ ମିଳିବ। ଅପବ୍ୟୟ, ବୃଥାଭ୍ରମଣ ଏବଂ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିଲେ ବହୁ ଶୁଭଫଳ ପାଇବେ।

ଉପଚାର :-

ଗାୟତ୍ରୀ ମହାମନ୍ତ୍ର ଜପ କରିବେ

ଗରୁଜନଙ୍କର ଆଶୀର୍ବାଦ ନିଅନ୍ତୁ

ଗୋ ସେବା କରନ୍ତୁ

 ଛୋଟପିଲା ମାନଙ୍କୁ ମିଠା ବାଣ୍ଟନ୍ତୁ

   Related Posts