Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ତୁଳା ରାଶି ପାଇଁ କେମିତି ରହିବ ୨୦୨୧: ଜାଣନ୍ତୁ ବାର୍ଷିକ ରାଶିଫଳ

18/01/2021 at 12:44 PM

ଭୁବନେଶ୍ୱର ୧୮/୦୧ : ତୁଳା ରାଶି ପାଇଁ ବର୍ଷ ୨୦୨୧ କେମିତି କଟିବ ଜାଣନ୍ତୁ। ବର୍ଷର ପ୍ରଥମ ଭାଗରେ ଅଶୁଭ ଫଳ ପାଇବେ। ସାମାୟିକ ଦୁର୍ଘଟଣା ଭୟ ଲାଗି ରହିବ। ଅଗ୍ନିଭୟ, ବିଷଭୟ, ଚୋରି ଡକାୟତି, ଭୟ ଲାଗି ରହିବ। ତନ୍ତ୍ର, ଭୂତାଣୁ ଜନିତ କଷ୍ଟ ଅନୁଭବ କକିପାରନ୍ତି। ସ୍ୱାସ୍ଥ୍ୟ-ଉଚ୍ଚ ରକ୍ତଚାପ, ଗ୍ୟାସ, ଶିରାବାତ, ଜନିତ କଷ୍ଟ, ମାନସିକ ମୁଣ୍ଡ ବ୍ୟଥା ଦେଖାଦେବ। ଅଜଣା ରୋଗର ଶିକାର ହୋଇପାରନ୍ତି। ଧାତୁ ଜନିତ କଷ୍ଟ, ସ୍ୱପ୍ନ ଦୋଷ ଭଳି ରୋଗର କଷ୍ଟ ଅନୁଭବ କରିବେ।

ଶୁଭ କର୍ମରେ ବହୁ ବାଧା ଉପୁଜିବ। ବନ୍ଧୁ ସହଯୋଗ ଥିଲେ ହେଁ ଆର୍ଥିକ ସ୍ଥିତି ଦୁର୍ବଳ ହେବ। ନିଜର ମାନସିକ ସ୍ଥିତି ଦୁର୍ବଳ ରହିବ। ଚାକିରିରେ ପ୍ରତିଘାତ ପାଇବେ। ବ୍ୟବସାୟରେ ହାନି ଲାଗି ରହିବ। ଚୋର ତସ୍କର ମାନଙ୍କ ଦ୍ୱାରା କଷ୍ଟ ପାଇବେ। ପାରିବାରିକ ସମସ୍ୟା ଦୁର୍ବଳ ହେବ। ମନାନ୍ତର ମତାନ୍ତର ବଢିବ। ବିଦେଶ ଯାତ୍ରାରେ ବାଧା ଉପୁଜିବ। ବିଦେଶୀୟ ପୁଞ୍ଜି ନିବେଶରେ ହାନି ସହିବେ। ଭୂସମ୍ପତି, ଯନବାହନ କ୍ଷେତ୍ରରେ ବାଧା ଉପୁଜିବ। ବିଶ୍ୱାସ ଘାତକତାର ଶିକାର ହୋଇ ପାରନ୍ତି।

ଏପ୍ରିଲ ୫ ତାରିଖ ପରେ ଆଶିଂକ ଶୁଭଫଳ ପାଇବେ। ବିବାହ ଆଦି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଶୁଭଫଳ ପାଇବେ। ଗୃହରେ ଶୁଭ କର୍ମରେ ସହଯୋଗ ମିଳିବ। ବନ୍ଧୁ ସହଯୋଗ ପାଇବେ । କର୍ମ, ଚାକିରିରେ କିଛିଟା ଉନ୍ନତି ଯୋଗ ଦେଖାଦେବ। ବ୍ୟବସାୟରେ ପରିବର୍ତ୍ତନ ଦେଖାଦେବ, ଲାଭର ଆଶା ଉଜ୍ୱଳ ହେବ। ଭୂସମ୍ପତି, ଯାନବାହାନ କ୍ଷେତ୍ରରେ ଶୁଭଫଳ ପାଇବେ।

ସନ୍ତାନସନ୍ତତି କ୍ଷେତ୍ରରେ ଶୁଭଫଳ ପାଇବେ। ପାରିବାରିକ ସ୍ଥିତିରେ କିଛିଟା ପରିବର୍ତ୍ତନ ଦେଖାଦେବ। ବନ୍ଧୁ ସହଯୋଗ ପୂର୍ଣ୍ଣମାତ୍ରାରେ ପାଇବେ। ସେପ୍ଟେମ୍ବର ୧୪ ପରେ ପୁନଶ୍ଚ ଅଶୁଭ ଫଳ ପାଇବେ। ନଭେମ୍ବର ୨୧ ପରେ ଶଭଫଳ ପାଇବେ। ବର୍ଷ ତମାମ ଦୁର୍ଘଟଣା ଏବଂ ସ୍ୱାସ୍ଥ୍ୟ ପ୍ରତି ସଯାଗ ରହିବେ।

ଉପଚାର :-

ପ୍ରତିଦିନ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଆରାଧନା କରନ୍ତୁ

ବିଷ୍ଣୁଙ୍କ ଶହସ୍ର ନାମ ପାଠ କରନ୍ତୁ

ଗୋ ସେବା କରନ୍ତୁ

ବର, ଅଶ୍ୱସ୍ଥ ଗଛମୂଳେ ଜଳ ଲାଗି କରନ୍ତୁ

ବୁଲା କୁକୁର, କୁଆଙ୍କୁ ରୋଟି ଖାଇବାକୁ ଦିଅନ୍ତୁ

   Related Posts