ସିଂହ ରାଶି ପାଇଁ କେମିତି କଟିବ ବର୍ଷ ୨୦୨୧ ? ଜାଣନ୍ତୁ ବାର୍ଷିକ ରାଶିଫଳ

Published By : Prameya-News7 Bureau | January 14, 2021 IST

ଭୁବନେଶ୍ୱର ୧୪/୦୧ : ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ବର୍ଷ ୨୦୨୧ କେମିତି କଟିବ ଜାଣନ୍ତୁ। ବର୍ଷର ପ୍ରଥମ ଭାଗରେ ଅଶୁଭ ଫଳ ପାଇବେ। ଦ୍ୱିତୀୟ ଭାଗରେ ଶୁଭଫଳ ମିଳିବ। ଶୁଭ କର୍ମରେ ବାଧା ଉପୁଜିବ। ବିବାହ ଆଦି ଶୁଭ ମାଙ୍ଗଳିକ କାର୍ଯ୍ୟରେ ବାଧା ସୃଷ୍ଟି ହେବ।

କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଚିହେବ। ବ୍ୟବସାୟରେ ପ୍ରତିଦ୍ୱନ୍ଦୀ ବଢିଯିବ। ଆଶାତିତ ଲାଭରୁ ଉଣା ହେବ । ଅଯଥା ଭ୍ରମଣ, ଭୃଥା ଖର୍ଚ୍ଚାନ୍ତ ବଢିବ। ଆର୍ଥିକ ସ୍ଥିତି ଦୁର୍ବଳ ହେବ। ଭାତୃବିବାଦ ବଢିବ। ଭୂସମ୍ପତି ନେଇ ପ୍ରତିଦ୍ୱନ୍ଦ ଦେଖାଯିବ। ଶତୃବାଧା, ଗୁପ୍ତଶତୃ, ବନ୍ଧୁ ବିରୋଧ ବଢିବ।

ପାରିବାରିକ ସମସ୍ୟା ନେଇ ବିବ୍ରତ ହେବେ। ସନ୍ତାନସନ୍ତତୀ କ୍ଷେତ୍ରରେ ଆଶାନୁରୂପକ ଫଳ ପାଇବେ ନାହିଁ। ବିଦେଶ ଯାତ୍ରାରେ ଅସଫଳ ହେବେ, ବିଦେଶୀୟ ପୁଞ୍ଜି ନିବେଶରେ ହତାଶ ଯୋଗ ରହୁଛି। ବହୁ ସମୟରେ ମନସ୍ତାପ, ଅସାନ୍ତି ବଢିବ। ସାମୟିକ ଦୁର୍ଘଟଣା ଏବଂ ତନ୍ତ୍ର ଭୂତାଣୁ ଭୟ ଲାଗି ରହିବ। ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ମଧ୍ୟମ ଧରଣର ଶୁଭ ଯୋଗ ରହୁଛି।

ଏପ୍ରିଲ ୫ ତାରିଖ ପରେ ବହୁ ଶୁଭ ଫଳ ପାଇବେ। ଗୃହରେ ଶୁଭ କର୍ମରେ ସଫଳ ହେବେ। ବିବାହ ଆଦି ଶୁଭ ମାଙ୍ଗଳିକ କାର୍ଯ୍ୟରେ ସୁଫଳ ପାଇବେ। ବନ୍ଧୁ ସହଯୋଗ ମିଳିବ। ପାରିବାରିକ ସୁଖ ଲାଭ କରିବେ। ସନ୍ତାନସନ୍ତତୀ ସୁଖ ପାଇବେ। ଭାତୃ ସହଯୋଗ ମିଳିବ। ଭୂସମ୍ପତି, ଯାନବାହନ କ୍ଷେତ୍ରରେ ଶୁଭଫଳ ମିଳିବ। ସ୍ୱାସ୍ଥ୍ୟର ପରିବର୍ତ୍ତନ ହେବ। ଚାକିରିରେ ଉନ୍ନତିପଦୋନ୍ନତି ଯୋଗ ରହିବ। ବ୍ୟବସାୟରେ ଆଶାତିତ ଲାଭ ପାଇବେ। ନୂତନ ବ୍ୟବସାୟ ପ୍ରତିଷ୍ଠାନ କ୍ଷେତ୍ରରେ ଶୁଭଫଳ ପାଇବେ।

ସାମାଜିକ ଏବଂ ରାଜନୀତିକ କ୍ଷେତ୍ରରେ ବହୁ ସମ୍ମାନପ୍ରଦ ହେବେ। ପ୍ରାୟ ସମୟରେ ବନ୍ଧୁବିରୋଧ, ନିଜ ଆପଣାର ଲୋକଙ୍କ ଦ୍ୱାରା କଷ୍ଟ ପାଇପାରନ୍ତି। ଆର୍ଥିକ ସ୍ଥିତିର ଆଶିଂକ ସୁଧାର ଆସିବ। ବାହାର ଅଜଣା ଲୋକଙ୍କର ସହଯୋଗ ମିଳିବ। ବିଦେଶ ଯାତ୍ରାରେ ସଫଳ ହେବେ। ବିଦେଶୀୟ ପୁଞ୍ଜିନିବେଶରେ ଆଶାତିତ ଶୁଭଫଳ ମିଳିବ। ସେପ୍ଟେମ୍ବର ୧୪ ତାରିଖରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବବତ୍ତ ଅଶୁଭ ଫଳ ଅନୁଭବ କରିବେ । ପରେ ବର୍ଷର ଶେଷଭାଗ ଠାରୁ ପୁନଶ୍ଚ ଶୁଭଫଳ ପାଇବେ।

ଉପଚାର :-

ପ୍ରତିଦିନ ସୂର୍ଯ୍ୟ ନାରାୟଣଙ୍କର ଆରାଧନା କରନ୍ତୁ

ବେଲ ଗଛ ମୂଳେ ଜଳ ଲାଗି କରନ୍ତୁ

ଗୋ ସେବା କରନ୍ତୁ, କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ , ଶୁଭଫଳ ପାଇବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.