ମକର ରାଶି ପାଇଁ କିଭଳି କଟିବ ବର୍ଷ ୨୦୨୧: ଜାଣନ୍ତୁ ବାର୍ଷିକ ରାଶିଫଳ
21/01/2021 at 12:59 PM

ଭୂବନେଶ୍ୱର ୨୧/୦୧ : ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ କିଭଳି ରହିବ ବର୍ଷ ୨୦୨୧ ଜାଣନ୍ତୁ। ଏ ବର୍ଷର ଫଳ ପ୍ରଥମ ଭାଗରେ ବହୁ ଅଶୁଭ ଫଳ ପାଇବେ। ଶୁଭ କର୍ମରେ ବାଧା ସୃଷ୍ଟି ହେବ। ବିହାହ ଆଦି ଶୁଭ ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜିବ। ପାରିବାରିକ ସ୍ଥିତି ବହୁ ଜଟିଳ ଅବସ୍ଥାରେ ପହଞ୍ଚିବ। ସନ୍ତାନସନ୍ତୀ ନେଇ କଷ୍ଟ ଅନୁଭବ କରିବେ। ଭାଇ, ବନ୍ଧୁ ସ୍ୱଜନ କ୍ଷେତ୍ରରେ ବାଧା ଉପୁଜିବ। ଭୂସମ୍ପତି, ଯାନବାହାନ କ୍ଷେତ୍ରରେ ହାନି ସହିବେ। ଠକାମିର ଶିକାର ହେବେ। ଇଚ୍ଛାଶକ୍ତିର ବିନାଶ ଘଟିବ। ମାନସିକ ଦୁର୍ଘଟଣା ଲାଗି ରହିବ।
ଶାରୀରିକ ରୋଗ କଷ୍ଟ – ଅମ୍ଳପିତ୍ତ, ବାୟୁପିତ୍ତ ଆଦିର ଗ୍ୟାସ, ଶିରା, ସ୍ନାୟୁଗତ କଷ୍ଟ ପାଇ ପାରନ୍ତି। ବହୁ ଦୁଃସାଦ ରୋଗର କଷ୍ଟ ଦେଖା ଦେଇପାରେ। ବୃଥା ଭ୍ରମଣ, ସ୍ଥାନାନ୍ତରଣ ଭଳି କଷ୍ଟ ଅନୁଭବ କରିବେ। ବିଦେଶ ଯାତ୍ରରେ ବାଧା ଏବଂ ବିଦେଶୀୟ ପୁଞ୍ଜିନିବେଶରେ ଘାଟା ସହିବେ। ଚାକିରି କ୍ଷେତ୍ରରେ ସ୍ଥାନାନ୍ତରିତ, ଅଶାନ୍ତି ଯୋଗ ଲାଗି ରହିବ। ବ୍ୟବସାୟରେ ହାନି ଲାଗି ରହିବ। ଭୂସମ୍ପତି ନେଇ ଗଣ୍ଡଗୋଳ ଦେଖା ଦେଇପାରେ।
ଏପ୍ରିଲ ୫ ତାରିଖ ପର ଠାରୁ ଶୁଭଫଳ ମିଳିବ। ଗୃହରେ ଶୁଭକର୍ମର ସୁଯୋଗ ମିଳିବ। ବିବାହ ଆଦି ଶୁଭ ମାଙ୍ଗଳିକ କର୍ଯ୍ୟରେ ସହଯୋଗ ମିଳିବ। ବନ୍ଧୁ ସହଯୋଗ ମିଳିବ। ଆର୍ଥିକ ସ୍ଥିତିର କିଛିଟା ସୁଧାର ଆସିବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବ, ବ୍ୟବସାୟରେ ଉନ୍ନତି ହେବ। ଭୂସମ୍ପତି ଯାନବାହନରେ ଶୁଭଫଳ ପାଇବେ। ବିଦେଶ ଯାତ୍ରା, ବିଦେଶୀୟ ପୁଞ୍ଜିନିବେଶରେ କିଛିଟା ଶୁଭଫଳ ପାଇବେ।
ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ। ପାରିବାରିକ କ୍ଷେତ୍ରରେ କିଛିଟା ସୁଧାର ଆସିବ। ସନ୍ତାନସନ୍ତତି କ୍ଷେତ୍ରରେ କିଛିଟା ଶୁଭଫଳ ମିଳିବ। ସ୍ୱାସ୍ଥ୍ୟର କିଛିଟା ପରିବର୍ତ୍ତନ ହେବ। ସେପ୍ଟେମ୍ବର ୧୪ ପରେ ପୁନଶ୍ଚ ଅଶୁଭ ଫଳ ପାଇବେ। ନଭେମ୍ବର ୨୧ ପରେ ଶୁଭ ଫଳ ପାଇବେ।
ଉପଚାର :-
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ
ଶିବ ମନ୍ଦିର ଦର୍ଶନ କରନ୍ତୁ
ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ
ଗାଈ, କୁଆ, କୁକୁରଙ୍କୁ ଖାଇବାକୁ ଦିଅନ୍ତୁ
ବର, ଅଶ୍ୱସ୍ଥ ଗଛ ମୂଳେ ଜଳ ଲାଗିକରନ୍ତୁ