କୁମ୍ଭ ରାଶି ପାଇଁ କିଭଳି କଟିବ ବର୍ଷ ୨୦୨୧ : ଜାଣନ୍ତୁ ବାର୍ଷିକ ରାଶିଫଳ
22/01/2021 at 12:55 PM

ଭୁବନେଶ୍ବର ୨୨।୧: କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ବର୍ଷ ତମାମ ପ୍ରାୟ ଅଶୁଭ ଫଳଦାୟକ ହେବ । ଦେଶାନ୍ତର ଯୋଗ, ଶତ୍ରୁ ବାଧା ଆଦି ଲାଗିରହିବ । କର୍ମ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ । ବ୍ୟବସାୟରେ ହାନି ଲାଗି ରହିବ । ବିଦେଶ ଯାତ୍ରା ଏବଂ ବିଦେଶୀୟ ପୁଞ୍ଜିନିବେଶରେ ସେତେଟା ଶୁଭଫଳ ମିଳି ନପାରେ, ଦୁର୍ଘଟଣା ଭୟ, ଶତ୍ରୁ ବାଧା ଲାଗି ରହିବ ।
ଶାରିରୀକ ରୋଗକଷ୍ଟ ତଥା ବହୁ ଦୁଃସାଦ ରୋଗ ନେଇ କଷ୍ଟ ପାଇବେ । ହୃଦ୍ ରୋଗ, ପିତ୍ତ ଗ୍ୟାସ, ପେଟ ଗରମ ନେଇ ଧାତୁ ଜନିତ କଷ୍ଟ ପାଇପାରନ୍ତି, ସ୍ନାୟୁଗତ ଦୁର୍ବଳତା, ରକ୍ତ ଚାପ, ମଧୁମେହ ଜନିତ ରୋଗ କଷ୍ଟର ଆଭାସ ରହୁଛି ।
ପାରିବାରିକ ସ୍ଥିତି ବହୁ ଜଟିଳରୁ ଜଟିଳ ତର ହେବ । ଆର୍ଥିକ ସ୍ଥିତି ନେଇ ବିବ୍ରତ ହେବେ । ଋଣ ଭାର ବଢିଯିବ । ଅନ୍ୟକୁ ବିଶ୍ୱାସ କରି ଧୋକା ଖାଇବେ । କର୍ମକ୍ଷେତ୍ରରେ ଉତଥାନପତନ ଯୋଗ ଲାଗି ରହିବ | ଭୂସମ୍ପତି କ୍ଷେତ୍ରରେ ଶୁଭଫଳ ମିଳିବା କଷ୍ଟକର ହେବ ।
ପ୍ରାୟତଃ ବନ୍ଧୁ ବିରୋଧ, ଭାତ୍ରୁ, ସ୍ୱଜନ ବିରୋଧ ଲାଗି ରହିବ । ସେପ୍ଟେମ୍ବର ୧୪ ତାରିଖ ପରେ ଅଶୁଭଫଳ ଅଧିକ ରହିବ । ଶୁଭ କର୍ମ କ୍ଷେତ୍ରରେ ବାଧା, କର୍ମ କ୍ଷେତ୍ରରେ ଅସ୍ଥିରତା, ଅର୍ଥ ହାନି, ଚୋର ତସ୍କରଙ୍କ ଦ୍ୱାରା ବାଧା ଆସିବ । ଶାରିରୀକ କଷ୍ଟ ବଢିବ, ପାରିବାରିକ ଅଶାନ୍ତି ବଢିବ । ଭୂସମ୍ପତି, ଯାନବାହନ କ୍ଷେତ୍ରରେ ହାନି, ଠକାମିର ଶିକାର ହେବେ । ବିଶେଷ କରି ଏବର୍ଷଟି ବହୁ ଅଶୁଭ ଫଳର ପ୍ରଭାବ ଲାଗି ରହିବ । ସଜାଗ ହୋଇ ଚଳିରେ କିଛିଟା ପରିବର୍ତ୍ତନ ହେବ ।
ମୂଖ୍ୟତଃ ସ୍ୱାସ୍ଥ୍ୟ ମାନସିକ ପ୍ରତି ଯତ୍ନବାନ ହେଲେ କିଛିଟା ଶୁଭଫଳ ମିଳିବ । ଇଶ୍ୱରଙ୍କ ପ୍ରତି ଭରସା ରଖନ୍ତୁ ।
ଉପଚାର :-
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ । ବର ଅଶ୍ୱସ୍ଥ ଗଛମୂଳେ ଜଳ ଲାଗି କରନ୍ତୁ । ଗାଈ, କୁଆ, କୁକୁରଙ୍କୁ ଖାଇବାକୁ ଦିଅନ୍ତୁ । ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ ।