Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଏମିତି ରହିବ ଆପଣଙ୍କ ଗୁରୁବାର- ଜାଣନ୍ତୁ ଆସନ୍ତା କାଲିର ରାଶିଫଳ

9/10/2019 at 8:11 PM

ମେଷ – ଅନ୍ୟାୟର ପ୍ରତିବାଦ କରିପାରନ୍ତି। ସୁଖୀ ଓ ସମ୍ମାନିତ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ମନୋରମା ପତଃୀଙ୍କ ସାନ୍ନିଧ୍ୟ ମିଳିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ପୁତ୍ର ଲାଭର ସୂଚନା ମିଳୁଛି। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୩।
ବୃଷ – ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି। ଶତ୍ରୁ ବଳବାନ୍ ହୋଇପାରେ,ମାତ୍ର କଳକୌଶଳ ପ୍ରୟୋଗ କରି ତାକୁ ପରାସ୍ତ କରିପାରନ୍ତି। ବନ୍ଧୁ ଓ ପଡୋଶୀଙ୍କ ସହିତ ସଦ୍ଭାବନା ସ୍ଥାପନ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୫।
ମିଥୁନ – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ।। ପରୋପକାର କରି ଆତ୍ମତୃପ୍ତି ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ଓ ଗରିମାମୟ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୪।
କର୍କଟ –ବନ୍ଧୁ ମେଳରେ ଦିନ ବିତାଇ ପାରନ୍ତି। କଳହ ଠାରୁ ଦୂରେଇ ରହିବେ। ଅର୍ଥ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି। ସତ୍ୟାନୁରକ୍ତ ଓ ମିଷ୍ଟଭାଷୀ ହେବେ। ବିବେକାମୁମୋଦିତ କାର୍ଯ୍ୟ କରିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭।
ସିଂହ – ଉଚ୍ଚ ଆଶା ଫଳବତୀ ହେବ। ଯେକୌଣସି ସୂତ୍ରରୁ ଅର୍ଥ ପାଇବେ। ପାପଗ୍ରହ ରାହୁଙ୍କ ଶୁଭ ଭାବରୁ ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ଶୁଭ ରଙ୍ଗ ପିଙ୍କ୍। ଶୁଭ ଅଙ୍କ ୨।
କନ୍ୟା – ବିପଦର ସୂଚନା ପାଇ ସତର୍କତା ଅବଲମ୍ବନ କରିବେ। ଆଶାବାଦୀ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ସୁଖ,ସହଜ ଓ ସୁଲଭ ହେବ। ସମ୍ମାନିତ ଓ ପ୍ରଭୂତ ବିତ୍ତର ଅଧିକାରୀ ହେବେ। । ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୯।
ତୁଳା –ମିଥ୍ୟା ଅପବାଦ ମିଳିପାରେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଧନପ୍ରାପ୍ତିର ସୁଯୋଗ ଜୁଟିଛି। ବହୁ ଭାବରେ ଉପକୃତ ଓ ବିନୀତ ସ୍ୱଭାବର ହେବେ। ଶୁଭ ରଙ୍ଗ ଗୋଲଡେନ୍। ଶୁଭ ଅଙ୍କ ୩।
ବିଛା – ବନ୍ଧୁଙ୍କ ଦ୍ୱାରା ସାହାର୍ଯ୍ୟ ପ୍ରାପ୍ତ ହେବା ସହିତ ଆନନ୍ଦ ଉପଭୋଗ କରିପାରନ୍ତି। ଖର୍ଚ୍ଚାନ୍ତ ହୋଇପାରନ୍ତି। ଉପକାରୀ ବ୍ୟକ୍ତିଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିବେ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୧।
ଧନୁ – ଆୟ ଉତ୍ତମ ଧରଣର ହେବ। କର୍ମକ୍ଷେତ୍ରରେ ଉତ୍ସାହବୋଧର ପରିପ୍ରକାଶ ଘଙ୍କାଇ ଗର୍ବିତ ହେବେ। ମନୋଜ୍ଞ ହୋଇପାରନ୍ତି। ବିଚକ୍ଷଣ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୬।
ମକର – ପାରିବାରିକ ଶାନ୍ତି ଫେରି ପାଇବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ଆଶାବାଦୀ ଓ ବ୍ରାହ୍ମଣମାନଙ୍କ ହୀତାକାଂକ୍ଷୀ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ଦୃଢଜ୍ଞ ହୋଇପାରନ୍ତି। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୭।
କୁମ୍ଭ – ଅଟକି ଥିବା କାର୍ଯ୍ୟରେ ଆଗକୁ ବଢିବେ। ପରୋପକାରକୁ ବ୍ରତ ଭାବେ ଗ୍ରହଣ କରିବେ। ବ୍ୟବସାୟ ଲାଭଜନକ ହେବ। ସୁଖ-ଶାନ୍ତିର ଦିନଟି ଅତିବାହିତ କରିପାରନ୍ତି। ଜ୍ଞାନୀ ଓ ମିତ୍ର ସ୍ନେହୀ ହେବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୫।
ମୀନ – ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ନୀରବ ଭାବ ପ୍ରଦର୍ଶନ କରିବେ। ଦାନ-ଧର୍ମରୁ ବିରତ ହୋଇପାରନ୍ତି। ଉପଯୁକ୍ତ ପରାମର୍ଶ ଦାତା ଓ ସକଳ ଶାସ୍ତ୍ରଜ୍ଞାତା ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୧।

   Related Posts