ରାହୁଙ୍କ ସ୍ବାତୀ ନକ୍ଷତ୍ରରେ ଆସିଲେ ସୂର୍ଯ୍ୟ : ଜାଣନ୍ତୁ କେଉଁ କେଉଁ ରାଶି ଉପରେ ପଡ଼ିବ କିପରି ପ୍ରଭାବ

Published By : Prameya-News7 Bureau | October 28, 2020 IST

ନବଗ୍ରହରେ ସବୁଠୁ ପ୍ରଭାବଶାଳୀ ଗ୍ରହ ସୂର୍ଯ୍ୟ ଏବେ ସ୍ବାତୀ ନକ୍ଷତ୍ରକୁ ଆସି ଯାଇଛନ୍ତି ଏବଂ ନଭେମ୍ବର ୬ତାରିଖ ଯାଏଁ ଏହି ନକ୍ଷତ୍ରରେ ରହିବେ। ସ୍ବାତୀ ନକ୍ଷତ୍ରଙ୍କ ସ୍ବାମୀ ରାହୁ ଯାହା ସହ ସୂର୍ଯ୍ୟଙ୍କ ଶତ୍ରୃତା ରହିଛି। ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମାର କାରକ ଏବଂ ଜୀବନରେ ସକରାତ୍ମକ ଏନର୍ଜିର ପ୍ରତୀକ ବୋଲି କୁହାଯାଇଥାଏ। ସୂର୍ଯ୍ୟଙ୍କୁ ଦେବତାର ଦର୍ଜା ମଧ୍ୟ ଦିଆଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଏବଂ ଆମ ସଂସ୍କୃତିରେ ସୂର୍ଯ୍ୟଙ୍କ ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କରିବା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ବୋଲି କୁହାଯାଇଛି। ସୂର୍ଯ୍ୟଙ୍କ ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ ଦ୍ବାରା ସମସ୍ତ ରାଶି ମଧ୍ୟ ପ୍ରଭାବିତ ହୋଇଥାନ୍ତି ଏବଂ ଦେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ।

ସୂର୍ଯ୍ୟ ଏବେ ସ୍ବାତି ନକ୍ଷତ୍ରରେ ଗୋଚର କରୁଛନ୍ତି। ନଭେମ୍ବର ୬ଯାଏଁ ଏହି ନକ୍ଷତ୍ରରେ ରହିବେ। ଆମ ଆକାଶ ମଣ୍ଡଳରେ ଯେଉଁ ୨୭ଟି ନକ୍ଷତ୍ର ଅଛନ୍ତି ଯାହାକୁ ଜ୍ୟୋତିଷରେ ମାନ୍ୟତା ଦିଆଯାଇଛି ସେଗୁଡ଼ିକ ମଧ୍ୟରେ ସ୍ବାତୀ ନକ୍ଷତ୍ର ପଞ୍ଚଦଶ ନକ୍ଷତ୍ର ଏବଂ ଏହାର ସ୍ବାମୀ ରାହୁ। ରାହୁଙ୍କ ନକ୍ଷତ୍ରରେ ଆସି ସୂର୍ଯ୍ୟ କେବେ ବି ଆରାମଦାୟକ ସ୍ଥିତିରେ ରୁହନ୍ତି ନାହିଁ ଏବଂ ଅନେକ ରାଶିମାନଙ୍କ ପାଇଁ ଅଶାନ୍ତିଜନକ ସ୍ଥିତି ଉତ୍ପନ୍ନ କରିଥାନ୍ତି। ଏଥର ମଧ୍ୟ ସୂର୍ଯ୍ୟ ସ୍ବାତି ନକ୍ଷତ୍ରରେ ଆସି ୬ଟି ରାଶିର ସମସ୍ୟା ବଢ଼ାଇଥାଏ କିନ୍ତୁ ୫ଟି ରାଶିର ବ୍ୟକ୍ତିଙ୍କୁ ଭଲ ଲାଭ ଦେଇଥାଏ। ତାଙ୍କ ସ୍ବାତି ନକ୍ଷତ୍ରରେ ଗୋଚର କରିବା ପର୍ଯ୍ୟନ୍ତ ନଭେମ୍ବର ୬ଯାଏଁ ସମୟ ଜ୍ୟୋତିଷ ଦୃଷ୍ଟିରେ ଗୁରୁତ୍ବପୂର୍ଣ୍ଣ ରହିବ।

୬ଟି ରାଶି : ମେଷ,କର୍କଟ,କନ୍ୟା,ତୁଳା,ବିଛା ଏବଂ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଖାସ୍ କରି ସତର୍କ ରହିବାକୁ ପଡ଼ିବ। ତାଙ୍କ ସମସ୍ୟା ବଢ଼ିପାରେ। ତାଙ୍କ କାମରେ ବାଧା ସୃଷ୍ଟି ହୋଇପାରେ। ସ୍ବଭାବ ଚିଡ଼ଚିଡ଼ା ହୋଇପାରେ। ସ୍ବଭାବରେ ଉଗ୍ରତା ଆସିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.