ଅଭିନେତ୍ରୀଙ୍କ ମହାନତା : କରୋନା ଯୁଦ୍ଧରେ ଜିତିଥିବା ଜୋଆ ପୁଣି ଥରେ ଡୋନେଟ୍ କଲେ ତାଙ୍କ ପ୍ଲାଜମା

Published By : Prameya-News7 Bureau | May 27, 2020 IST

ମୁମ୍ବାଇ ୨୭/୫: କରୋନା ବିରୁଦ୍ଧରେ ଦେଶର ଯୁଦ୍ଧ ଏବେ ବି ଜାରି ରହିଛି। ବଢ଼ୁଥିବା କରୋନା ମାମଲା ସିଧାସଳଖ ଈଶାରା କରୁଛି ଯେ ଏବେ ଆହୁରି ସଂଘର୍ଷ ଏବଂ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଯେବେ ଯାଏଁ ଏହି ଭାଇରସର ଟୀକା ବାହାରି ନାହିଁ,ଭିନ୍ନ ଭିନ୍ନ ଉପାୟରେ ଚିକିତ୍ସା କରିବା ଉପରେ ଜୋର ଦିଆଯାଉଛି। ଏପରି ଏକ ଉପାୟ ହେଉଛି ପ୍ଲାଜମା ଥେରାପି ଯାହା ଜରିଆରେ ଚିକିତ୍ସାର ଉଦ୍ୟମ ଜାରି ରହିଛି। ଅଭିନେତ୍ରୀ ଜୋଆ ମୋରାନୀ ମଧ୍ୟ ପ୍ଲାଜମା ଥେରାପି ଉପରେ ବିଶ୍ବାସ କରୁଛନ୍ତି।

wp:core-embed/twitter {"url":"https://twitter.com/zoamorani/status/1265301182626611200","type":"rich","providerNameSlug":"twitter","className":""}
https://twitter.com/zoamorani/status/1265301182626611200
/wp:core-embed/twitter

ଜୋଆ ମୋରାନୀ ଦ୍ବିତୀୟ ଥର ପ୍ଲାଜମା ଡୋନେଟ୍ କରିଛନ୍ତି। ନିଜେ କରୋନା ଯୁଦ୍ଧରେ ଜିତିବା ପରେ ଜୋଆ ଏବେ ଅନ୍ୟ ରୋଗୀଙ୍କୁ ପାଇଁ ମନ ଖୋଲି ସାହାଯ୍ୟ କରୁଛନ୍ତି। ସେ ନିଜ ତରଫରୁ ଏହି ଯୁଦ୍ଧରେ ପୂରା ଯୋଗଦାନ ଦେଉଛନ୍ତି। ଜୋଆଙ୍କ ପରିଶ୍ରମ ସଫଳ ମଧ୍ୟ ହେଉଛି। ସେ ଟ୍ବିଟ୍ କରିଛନ୍ତି- ପ୍ଲାଜମା ଡୋନେସନର ରାଉଣ୍ଡ ୨। ଗତ ଥର ଯେତେବେଳେ କରିଥିଲେ ସେତେବେଳେ ଜଣେ ରୋଗୀ ICU ରୁ ବାହାରି ଆସିଥିଲେ। ତାଙ୍କ ଡାକ୍ତର ମଧ୍ୟ କହିଛନ୍ତି ଯେ କରୋନା ଯୁଦ୍ଧ ଜିତିଥିବା ପ୍ରତ୍ୟେକ ରୋଗୀ ଯଦି ପ୍ଲାଜମା ଡୋନେଟ୍ କରୁଛନ୍ତି ତେବେ କାହାର ନା କାହାର କାମରେ ଆସିବ।

wp:core-embed/instagram {"url":"https://www.instagram.com/p/B_9_iNXDtQJ/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_9_iNXDtQJ/?utm_source=ig_embed
/wp:core-embed/instagram

ଗତ ଥର ମଧ୍ୟ ଜୋଆ ମୋରାନି ନାୟର ହସ୍ପିଟାଲରେ ପ୍ଲାଜମା ଡୋନେଟ୍ କରିଥିଲେ। ସେହି ସମୟରେ ସେ ନିଜ ଖୁସି ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ।

{"id":276812,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.