ପ୍ଲାଜମା ଥେରାପି ପାଇଁ ରକ୍ତ ଦାନ କଲେ ଅଭିନେତ୍ରୀ : କିଛି ଦିନ ତଳେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଥିଲେ ହସ୍ପିଟାଲରୁ

Published By : Prameya-News7 Bureau | May 12, 2020 IST

ମୁମ୍ବାଇ ୧୨/୫: କରୋନା ଭାଇରସ୍ ଭଳି ମହାମାରୀଠୁ ବର୍ତ୍ତିବା ପାଇଁ ଭାରତ ସରକାରଙ୍କ ଦ୍ବାରା ସବୁ ପ୍ରକାର ଉଦ୍ୟମ କରାଯାଉଛି। ସରକାରୀ କର୍ମଚାରୀଙ୍କ ସହ ଦେଶର ବଡ଼ ବଡ଼ ହସ୍ତୀମାନେ ମଧ୍ୟ ଏଥିରେ ଯୋଗଦାନ କରୁଛନ୍ତି। ଏବେ ଦେଶରେ କରୋନା ସହ ଲଢ଼ିବା ପାଇଁ ଭ୍ୟାକସିନ୍ ପ୍ରସ୍ତୁତ କରାଯାଉଛି। କରୋନା ଭାଇରସକୁ ମାତ୍ ଦେଇଥିବା ଜୋୟା ମୋରାନି ଡାକ୍ତରଙ୍କୁ ଏହି ସହାୟତା କରିବା ଲାଗି ଆଗେଇ ଆସିଛନ୍ତି। ଜୋୟା କୋଭିଡ-୧୯ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତ ଦାନ କରିଛନ୍ତି।

wp:core-embed/instagram {"url":"https://www.instagram.com/p/B_9_iNXDtQJ/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_9_iNXDtQJ/?utm_source=ig_embed
/wp:core-embed/instagram

ଏହା ବିଷୟରେ ଜୋୟା ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ଏବଂ ଏହା ସହିତ ରକ୍ତଦାନ କରି କିଛି ଫଟୋ ସେୟାର କରିଛନ୍ତି। ଜୋୟା ଫଟୋ ସେୟାର କରି ଲେଖିଥିଲେ,‘ ପ୍ଲାଜମା ଥେରାପି ପାଇଁ ସେ ଆଜି ନାୟାର ହସ୍ପିଟାଲରେ ରକ୍ତଦାନ କରିଛନ୍ତି। ଏହା ଅତ୍ୟନ୍ତ ଭଲ ଥିଲା। ସେଠାକାର ଟିମ୍ ଅତ୍ୟନ୍ତ ସହାୟକ ଏବଂ କେୟାରଫୁଲ୍ ଥିଲେ। କେବଳ ଏତିକି ନୁହେଁ ଏମରଜେନ୍ସି ପାଇଁ ସେଠାରେ ଜଣେ ଜେନେରାଲ୍ ଫିଜିସିଆନ୍ ଥିଲେ। ସବୁ ଉପକରଣ ନୂଆ ଏବଂ ସଫା ଥିଲା। ’

{"id":268608,"sizeSlug":"large"}

ଜୋୟା କହିଛନ୍ତି ଯେ,‘ ଏବେ ସୁଦ୍ଧା ଯେତେ ଜଣ କୋଭିଡ-୧୯ରୁ ସୁସ୍ଥ ହୋଇ ସାରିଛନ୍ତି,ସେମାନେ ନିଜ ରକ୍ତ ଦାନ କରି ପାରିବେ। ଏହା ଦ୍ବାରା ଅନ୍ୟ ସଂକ୍ରମିତ ବ୍ୟକ୍ତିମାନଙ୍କ ସହାୟତା ହେବ। ଧନ୍ୟବାଦ’।

{"id":268609,"sizeSlug":"large"}

ଜୋୟା ମୁମ୍ବାଇର ନାୟାର ହସ୍ପିଟାଲରେ ରକ୍ତଦାନ କରିଛନ୍ତି। ଏଥିପାଇଁ ତାଙ୍କୁ ଏକ ସାର୍ଟିଫିକେଟ ଏବଂ ୫୦୦ଟଙ୍କା ମିଳିଥିଲା ।

{"id":268611,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.