ଧୋନୀଙ୍କୁ ମିସ୍ କରୁଛନ୍ତି ତାଙ୍କର ସବୁଠାରୁ ବଡ ପ୍ରଶଂସକ, ଭାଇରାଲ୍ ହେଉଛି ଭିଡିଓ

Published By : Prameya-News7 Bureau | September 10, 2020 IST

ନୂଆଦିଲ୍ଲୀ ୧୦/୦୯ : କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଆଇପିଏଲ ଆୟୋଜନ ଭାରତ ନ ହୋଇ ୟୁଏଇରେ ହୋଇଛି | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଖେଳାଳି ଏଥର ନିଜ ପରିବାରକୁ ସାଙ୍ଗରେ ନେଇ ନାହାନ୍ତି | ଆଇପିଏଲରେ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ପତ୍ନୀ ସାକ୍ଷୀ ଓ ଝିଅ ଜିଭାକୁ ସାଙ୍ଗରେ ନେଇଯାଆନ୍ତି |

{"id":327543,"sizeSlug":"large"}

କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ପରିବାରକୁ ସାଙ୍ଗରେ ନେଇ ଯାଇନାହାନ୍ତି | ସେଥିପାଇଁ ତାଙ୍କ ଚୁଲବୁଲି ଝିଅ ଜିଭା ତାଙ୍କୁ ବହୁତ ମିସ କରୁଛି | ସୋସିଆଲ ମିଡ଼ିଆରେ ଜିଭାଙ୍କର ଏଜ ଭିଡିଓ ଭାଇରାଲ ହୋଇଛି | ଭିଡିଓରେ ଜିଭାଙ୍କୁ ଧୋନୀଙ୍କ ଏକ ସ୍କେଚ ସହ ଦେଖିବାକୁ ମିଳିଛି |

{"id":327540,"sizeSlug":"large"}

ଜିଭା ଧୋନୀଙ୍କ ଅଫିସିଆଲ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି | ଭିଡିଓରେ ସେ ଧୋନୀଙ୍କ ସ୍କେଚ ଧରି ଛିଡା ହୋଇଛନ୍ତି | ଭିଡିଓରେ ସାକ୍ଷୀ କ୍ୟାପସନରେ ଲେଖିଛନ୍ତି, 'ବାପାଙ୍କର ସବୁଠାରୁ ବଡ ପ୍ରଶଂସକ'

wp:html
View this post on Instagram

Papa s biggest fan !

A post shared by ZIVA SINGH DHONI (@ziva_singh_dhoni) on

/wp:html

ଚେନ୍ନାଇ ସୁପରକିଙ୍ଗସ ଧୋନୀଙ୍କ ଅଧିନାୟକତ୍ୱରେ ୩ଥର ମ୍ୟାଚ ଜିତିଛି | ସିଏସକେ କେବଳ ୩ଥର ଆଇପିଏଲ ଟ୍ରଫି ଜିତିଛି ତାହାନୁହେଁ | ସିଏସକେ ଆଇପିଏଲ ଇତିହାସର ଏକମାତ୍ର ଟିମ ଯିଏ ପ୍ରତିବର୍ଷ ପ୍ଳେଅଫରେ ପହଞ୍ଚେ | ଗତବର୍ଷ ମଧ୍ୟ ଚେନ୍ନାଇ ଫାଇନାଲରେ ପହଞ୍ଚିଥିଲା |

{"id":327541,"sizeSlug":"large"}

ମୁମ୍ବାଇ ଇଂଡିଆନ୍ସ ସହ ସିଏସକେ ଫାଇନାଲ ମ୍ୟାଚ ଖେଳିଥିଲା | ମୁମ୍ବାଇ ଏକ ରନରେ ଜିତି ଟ୍ରଫି ହାତେଇଥିଲା | ତେବେ ଚଳିତ ବର୍ଷ ସିଏସକେ ପାଇଁ ଟିକିଏ ସମସ୍ୟା ହୋଇପାରେ | ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଓ ସ୍ପିନର ହରଭଜନ ସିଂହ ଆଇପିଏଲ ଖେଳୁନାହାଁନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.