Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପଡ଼ିଆରେ ଜିମ୍ବାଓ୍ବେ ବୋଲରଙ୍କ ନିଆରା ସେଲିବ୍ରେସନ୍‌, ଓ୍ବିକେଟ ନେବା ପରେ ଜୋତାରେ ଲଗାଇଲେ ଫୋନ୍‌

17/07/2021 at 8:38 PM

ନୂଆଦିଲ୍ଲୀ ୧୭/୭: ବାଂଲାଦେଶ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଜିମ୍ବାଓ୍ବେ ପରାଜୟ ସ୍ବୀକାର କରିଛି। ଦିନିକିଆ ସିରିଜ ମୁକାବିଲା ପୂର୍ବରୁ ବାଂଲା ଟାଇଗର୍ସ ୧୫୫ ରନ୍‌ରେ ବିଜୟୀ ହୋଇଛି ।

ବାଂଲାଦେଶକୁ ଜିତାଇଲେ ଲିଟନ
ଲିଟନ ଦାସଙ୍କ ୧୦୨ ରନ୍‌ ପାଇଁ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ବିନିମୟରେ ୨୭୬ ରନ୍‌ କରିଥିଲା। ଏହାର ଜବାବରେ ଜିମ୍ବାଓ୍ବେ କେବଳ ୨୮.୫ ଓଭରରେ ୧୨୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ।

ନଗରବା ଲୁଟିଲେ ମେହଫିଲ
ଯଦିଓ ଏହି ମୁକାବିଲାରେ ଲିଟନ ଦାସଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା କିନ୍ତୁ ଜିମ୍ବାଓ୍ବେର ଦ୍ରୁତ ବୋଲର ରିଚାର୍ଡ ନଗରବାଙ୍କ ନିଆରା ସେଲିବ୍ରେସନ୍‌ ସମସ୍ତଙ୍କ ହୃଦୟ ଜିଣିଥିଲା । ଲିଟନ ଦାସ ମ୍ୟାନ ଅପ୍‌ ଦି ମ୍ୟାଚ୍‌ ହୋଇଥିବା ବେଳେ ନଗରବା କିନ୍ତୁ ନିଜ ଆଡ଼କୁ ଟାଣି ନେଇଥିଲେ​‌ ସମସ୍ତଙ୍କ ନଜର।

ଜୋତାରେ କଲେ ଫୋନ୍‌
୧୯ ତମ ଓଭରର ଚତୁର୍ଥ ବଲ୍‌ରେ ରିଚାର୍ଡ ନଗରବା ମୋସଦେକ ହୁସୈନଙ୍କ ଓ୍ବିକେଟ ନେଇଥିଲେ। ଏହା ପରେ ସେ ପାଦରୁ ଜୋତା ଓହ୍ଲାଇ ଇସାରାରେ ନମ୍ବର ଡାଏଲ କରିବା ସହ ଫୋନ୍‌ କରିଥିଲେ ।

ତବରେଜ୍‌ ସାମ୍ସି କରିଥିଲେ ଆରମ୍ଭ

ଜୋତା ଉଠାଇ ଫୋନ୍‌ ଲଗାଇବା ଷ୍ଟାଇଲ୍‌ ପ୍ରଥମେ ଦକ୍ଷିଣଆଫ୍ରିକା କ୍ରିକେଟର ତବରେଜ୍‌ ସାମ୍ସି ଆରମ୍ଭ କରିଥିଲେ। ଏହା ପରେ ଜିମ୍ବାଓ୍ବେର ବୋଲର ଲ୍ୟୁକ୍‌ ଜୋଙ୍ଗଓ୍ବେ ଏହି ପ୍ରକାର ସେଲିବ୍ରେସନ୍‌ କପି କରିଥିଲେ । ଏବେ ରିଚାର୍ଡ ନଗରବା ପୁଣି ଥରେ ଏହି ପ୍ରଥାକୁ ଦୋହରାଇଛନ୍ତି ।  

   Related Posts