ଯୋଗ୍ୟତା ଅର୍ଜନ କରିନଥିବା ଦଳଠୁ ପାକିସ୍ତାନର ଲଜ୍ଜାଜନକ ପରାଜୟ, ‘ଆମ ଇତିହାସ ପାଇଁ ଏକ କଳା ଦିନ’

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ ୨୪/୪:  ପାକିସ୍ତାନ କ୍ରିକେଟ ଇତିହାସର ସବୁଠୁ କଳାଦିନକୁ ନେଇ ଏବେ ସୁବୁଠି ଚର୍ଚ୍ଚା। ଟି-୨୦ ବିଶ୍ବକପ୍‌ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନଥିବା ଟିମ୍‌ ପାଖରୁ ଅତି ଲଜ୍ଜାଜନକ ପରାଜୟ ବରଣ କରିବା ପରେ ପାକିସ୍ତାନକୁ ନେଇ ଖେଳପ୍ରେମୀ କଡ଼ା ମନ୍ତବ୍ୟ ଦେଉଥିବା ବେଳେ ପାକ୍‌ର ପୂର୍ବତନ ଖେଳାଳି ମଧ୍ୟ ବର୍ଷିଛନ୍ତି । ପାକିସ୍ତାନକୁ ଜିମ୍ବାଓ୍ବେ ଟି-୨୦ ମ୍ୟାଚ୍‌ରେ ପାଣି ପିଆଇଛି। ପାକିସ୍ତାନକୁ ୧୯ ରନ୍‌ରେ ହରାଇ ଇତିହାସ ରଚିଛି ଜିମ୍ବାଓ୍ବେ । ପାକିସ୍ତାନ ୧୧୯ ରନ୍‌ କରିବାରେ ବିଫଳ ହୋଇଛି । ୭୮ ରନ୍‌ରେ ୩ ଓ୍ବିକେଟ୍‌ ଯାଇଥିବା ବେଳେ କେବଳ ୯୯ ରନ୍‌ରେ ଅଲଆଉଟ୍‌ ହୋଇଛି ପାକ୍‌ ଟିମ୍‌।

ଟି-୨୦ କ୍ରିକେଟରେ ପ୍ରଥମ ଥର ପାକିସ୍ତାନକୁ ହରାଇ ଜିମ୍ବାଓ୍ବେ ଉତ୍ସବ ପାଳନ କରୁଥିବା ବେଳେ ପାକ୍‌ର ପୂର୍ବତନ ଖେଳାଳି ଟିମ୍‌ ମ୍ୟାନେଜମେଣ୍ଟ ଏବଂ ଖେଳାଳିଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ପାକିସ୍ତାନର ବରିଷ୍ଠ  କ୍ରିକେଟର ଶୋଏବ ମଲିକ ଟ୍ବିଟ୍‌ କରି ନିଜର ଅସନ୍ତୋଷ ଜାହିର କରିଛନ୍ତି। ମଲିକ୍‌ କରିଥିବା ସମସ୍ତ ଟ୍ବିଟ୍‌ ଏବେ ଖୁବ ଭାଇରାଲ ହେଉଛି। ଶୋଏବ ଟ୍ବିଟରରେ ଲେଖିଛନ୍ତି, ‘ବାବର ଏବଂ ମୁଖ୍ୟ ଚୟନକର୍ତ୍ତାକୁ ଆଉଥରେ ଭାବିବାର ଆବଶ୍ୟକତା ରହିଛି। ମୋ ମତରେ ଜଣେ ଅନ୍ତର୍ଜାତୀୟ ହ୍ବାଇଟ୍‌ ବଲ୍‌ କୋଚ୍‌ଙ୍କ ଆବଶ୍ୟକତା ରହିଛି। ଯିଏକି ଆଗାମୀ ଦିନରେ ଆବଶ୍ୟକତାକୁ ଦେଖି ସ୍ପଷ୍ଟତା ସହ ଆମ ଅଧିନାୟକଙ୍କୁ ପ୍ରସ୍ତୁତ କରିବେ।’

wp:embed {"url":"https://twitter.com/realshoaibmalik/status/1385626790341660714","type":"rich","providerNameSlug":"twitter","responsive":true,"className":""}
https://twitter.com/realshoaibmalik/status/1385626790341660714
/wp:embed

ଟିମ୍‌ ମ୍ୟାନେଜମେଣ୍ଟ ଉପରେ ବର୍ଷିବା ସହ ସେ ଲେଖିଛନ୍ତି, ଯେତେବେଳେ ଆପଣଙ୍କ ମ୍ୟାନେଜମେଣ୍ଟ ପସନ୍ଦ ଏବଂ ନାପସନ୍ଦ ଉପରେ ନିର୍ଭର କରୁଛି, ଖାସ କରି ଯେତେବେଳେ ଆପଣଙ୍କ କ୍ରିକେଟ କେବଳ ସର୍ଭଭାଇଭ୍‌ ମୋଡ୍‌ରେ ରହୁଛି, ତେବେ ଏକ ଦେଶ ଭାବେ ଆଉ କଣ ଅପେକ୍ଷା କରିପାରିବେ ? ଯାହା ଉପରେ ଅଧିନାୟକଙ୍କୁ ନିର୍ଣ୍ଣୟ ନେବାକୁ ଦେଉନାହାନ୍ତି ତେବେ ଏମିତି ହେବା ତ ନିଶ୍ଚିତ।

wp:embed {"url":"https://twitter.com/shoaib100mph/status/1385601873026105344","type":"rich","providerNameSlug":"twitter","responsive":true,"className":""}
https://twitter.com/shoaib100mph/status/1385601873026105344
/wp:embed

ମଲିକଙ୍କ ବ୍ୟତୀତ ଶୋଏବ ଅଖତର ମଧ୍ୟ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ପାକିସ୍ତାନର ଲଜ୍ଜାଜନକ ପରାଜୟକୁ ଥଟ୍ଟା କରିଛନ୍ତି। ବ୍ୟାଟ୍ସମ୍ୟାନମାନଙ୍କୁ କମେଣ୍ଟ କରି ଅଖତର କହିଛନ୍ତି, ଧିମା ପିଚ୍‌ରେ ବ୍ୟାଟ୍ସମ୍ୟାନ୍‌ ବ୍ୟାଟିଂ କରିବା ଭୁଲିଗଲେ । ବ୍ୟାଟ୍ସମ୍ୟାନଙ୍କ ଖରାପ ଟେକନିକ୍‌ର ପର୍ଦ୍ଦାଫାଶ ହୋଇଗଲା ।

wp:embed {"url":"https://twitter.com/Rizwan06/status/1385628504981708800","type":"rich","providerNameSlug":"twitter","responsive":true,"className":""}
https://twitter.com/Rizwan06/status/1385628504981708800
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.