‘ମୋ ଭୋଟରଙ୍କ ସ୍ବାସ୍ଥ୍ୟ ମୋ ଦାୟିତ୍ବ’, ଏକା ଏକା ବୁଲି ପ୍ରଚାର କରୁଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥିନୀ

Published By : Prameya-News7 Bureau | January 25, 2022 IST

ଭଦ୍ରକ ୨୫।୧: ଭୋଟର ହେଉଛନ୍ତି ଭଗବାନ, ତେଣୁ କରୋନା ମହାମାରୀ ସମୟରେ ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଭୋଟରଙ୍କ ସ୍ବାସ୍ଥ୍ୟ ମଧ୍ୟ ମୋ ଦାୟିତ୍ବ । ସେଥିପାଇଁ ମୁଁ ଏକା ଏକା ବୁଲୁଛି ଓ ପ୍ରଚାର କରୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଅଞ୍ଚଳରେ ।

{"id":579160,"sizeSlug":"full","linkDestination":"none"}

୨୪ ନମ୍ବର ଜୋନର କଂଗ୍ରେସ ସମର୍ଥିତ ଜିଲ୍ଲା ପରିଷଦ ପାର୍ଥିନୀ ହୋଇଛନ୍ତି ତପସ୍ବିନୀ ଜେନା । ବାଲିପୋଖରୀ, ରଣଜିତ, ନପଙ୍ଗ, ଷୋଳମପୁର, ମାଲଦା, ରହାଣିଆ, କୁରିଗାଁ ଗ୍ରାମ ପଞ୍ଚାୟତକୁ ନେଇ ୨୪ନମ୍ବର ଜୋନ୍ । ପ୍ରଚାର କରୁଛନ୍ତି  ତପସ୍ବିନୀ ଜେନା । କିନ୍ତୁ ଏକା ଏକା । ପୁସିଂ କାର୍ଡ ଧରି ନିଜ ନିର୍ବାଚନ ମଣ୍ଡଳୀରେ ଦ୍ବାର ଦ୍ବାର ବୁଲୁଛନ୍ତି । ଭୋଟରଙ୍କୁ ଭୋଟ୍ ମାଗୁଛନ୍ତି, କିନ୍ତୁ କରୋନା ପାଇଁ ସମର୍ଥକଙ୍କୁ ମଧ୍ୟ ସାଙ୍ଗରେ ନେଉନାହାନ୍ତି । ଭୋଟରଙ୍କ ସ୍ବାସ୍ଥ୍ୟ ପାଇଁ ସେ ଏକା ଏକା ପ୍ରଚାର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.