ଜିକା ଭାଇରସ ରୋଗୀ ଚିହ୍ନଟ ହେବାପରେ ଆଲର୍ଟ ଜାରି: ୬୦୦ ଏୟାରଫୋର୍ସ କର୍ମଚାରୀଙ୍କ ସମେତ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କର ହେବ ଯାଞ୍ଚ

Published By : Prameya-News7 Bureau | October 31, 2021 IST

କାନପୁର ୩୧/୧୦ : କାନପୁରରେ ୪ ଜଣ ଜିକା ଭାଇରସ ରୋଗୀ ଚିହ୍ନଟ ହେବାପରେ ହଇଚଇ ସୃଷ୍ଟି ହୋଇଛି। ୩ ପଜିଟିଭ ସଂକ୍ରମିତ ଏୟାରଫୋର୍ସ କର୍ମଚାରୀ ବୋଲି ଜଣାପଡିଛି। କାନପୁର ଜିଲ୍ଳାଧିକାରୀ ବିଶାଖା ଜୀ ଏୟାରଫୋର୍ସ ଷ୍ଟେସନ ଅଧିକାରୀଙ୍କୁ ଏୟାରଫୋର୍ସ କର୍ମଚାରୀଙ୍କ ତାଲିକା ମାଗିଛନ୍ତି ଯେଉଁମାନେ ଏହି ରୋଗୀଙ୍କ ସମ୍ପର୍କରେ ଆସିଥିଲେ। ସୂତ୍ର ଅନୁଯାୟୀ, ୬୦୦ ରୁ ଅଧିକ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏ ସମସ୍ତଙ୍କର ଯାଞ୍ଚ କରାଯିବ ଓ ରକ୍ତ ନମୁନା ମଧ୍ୟ ନିଆଯିବ।

ଜିଲ୍ଲା ଅଧିକାରୀ ବିଶାଖା କହିଛନ୍ତି ଯେ ଅନେକ ପାଣି ଟାଙ୍କି ଅଛି। ଏଥିରୁ ଜନ୍ମ ହେଉଥିବା ମାସ ଜିକା ଭାଇରସ ବିସ୍ତାର କରିବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ ଏୟାରପୋର୍ଟ ଅଧିକାରୀଙ୍କୁ ମଧ୍ୟ ଆଲର୍ଟ କରାଯାଇଛି। ପ୍ରାୟ ୬୦୦ ଏୟାରଫୋର୍ସ କର୍ମଚାରୀଙ୍କ ସମେତ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ନମୁନା ଯାଞ୍ଚ କରାଯିବ।

ରବିବାର ଦିନ ଜିଲ୍ଲା ଅଧିକାରୀ ଏୟାରଫୋର୍ସ ଷ୍ଟେସନ ତଦାରଖ କରିଛନ୍ତି ଓ ସେଠାକାର ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଜିକା ଭାଇରସ ରୋଗୀଙ୍କ ସଂଖ୍ୟା ୧ ରୁ ବଢି ୪ ହୋଇଗଲାଣି ଯାହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ତେବେ ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଧଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ଟିମ ଏୟାରଫୋର୍ସ ଷ୍ଟେସନ ଚକେରି କ୍ଷେତ୍ର ଅନ୍ତର୍ଗତ ଗର୍ଭବତୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଛି।

କାନପୁରରେ ଜିକା ଭାଇରସ ରୋଗୀ ଚିହ୍ନଟ ହେବାପରେ ଦିଲ୍ଲୀ ଓ ଲକ୍ଷ୍ନୌରୁ ଆସିଥିବା ଏକ୍ସପର୍ଟ ଟିମ ଲଗାତାର ମନିଟରିଂ କରୁଛନ୍ତି। ଜିକା ଭାଇରସରେ ସଂକ୍ରମିତ ରୋଗୀଙ୍କ ଅବସ୍ଥା ସ୍ଥିତ ଥିବା ଜଣାପଡିଛି। ସେମାନଙ୍କୁ ଏୟାରଫୋର୍ସ ହସ୍ପିଟାଲରେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.