ସଲମାନ୍ ଖାନଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ : ଜିୟା ଖାନଙ୍କ ମାଆ କହିଲେ, ତାଙ୍କ ଝିଅର ମୃତ୍ୟୁ ପଛରେ ଭାଇଜାନ୍ ,୭ବର୍ଷ ତଳର ମାମଲା ନେଲା ନୂଆ ମୋଡ଼

Published By : Prameya-News7 Bureau | June 17, 2020 IST

ମୁମ୍ବାଇ ୧୭/୬: ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରଠୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି। ତାଙ୍କ ଆତ୍ମହତ୍ୟା ଇଣ୍ଡଷ୍ଟ୍ରିରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ନିକଟରେ ଏହି ଘଟଣା ପରେ ବଲିଉଡର ଅନେକ ଷ୍ଟାରଙ୍କ ବିରୋଧରେ ପାଟନାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିବାବେଳେ ଆତ୍ମହତ୍ୟା ମାମଲାରେ ମୁଜଫରପୁରରେ ସଲମାନ୍ ଖାନ୍ ସମେତ ୮ଜଣ ଫିଲ୍ମ କଳାକାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏପରି ପରିସ୍ଥିତିରେ ନିକଟରେ ଦିବଂଗତ ଅଭିନେତ୍ରୀ ଜିୟା ଖାନଙ୍କ ମାଆ ରାବିୟା ଖାନଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ସେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସଲମାନ ଖାନ୍ ଏବଂ ବଲିଉଡରେ କାମ କରିବାର ପ୍ରକ୍ରିୟା ଉପରେ ଟାର୍ଗେଟ୍ କରିଛନ୍ତି।

{"id":287688,"sizeSlug":"large"}

ତାଙ୍କ ସମ୍ବେଦନା ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ସହ ରହିଛି। ଏହା କୌଣସି ଥଟ୍ଟା ନୁହେଁ ବରଂ ହୃଦୟ ବିଦାରକ ଘଟଣା। ଏବେ ବଲିଉଡକୁ ବଦଳିବାକୁ ପଡ଼ିବ। ବଲିଉଡକୁ ଏପରି କରିବା ବନ୍ଦ କରିବାକୁ ପଡ଼ିବ। କାହାକୁ ବୁଲି କରିବା ଅର୍ଥ କାହାର ହତ୍ୟା କରିବା ଭଳି। ରାବିୟା ଏହି ଭିଡିଓରେ ଆଗକୁ କହିଛନ୍ତି ଯାହା କିଛି ହେଉଛି ତାହା ତାଙ୍କୁ ୨୦୧୫ କଥା ମନେ ପକାଉଛି। ଯେତେବେଳେ ସେ ଜିୟାଙ୍କ କେସରେ ଜଣେ ସିବିଆଇ ଅଫିସରଙ୍କୁ ଭେଟିଥିଲେ ସେ କହିଥିଲେ ଯେ ତାଙ୍କୁ ସଲମାନ ଖାନଙ୍କ ଫୋନ୍ ଆସିଥିଲା। ସେ ତାଙ୍କୁ ସବୁ ଦିନ ଫୋନ୍ କରୁଛନ୍ତି ଏବଂ କହୁଛନ୍ତି ଯେ ଏହି ପୁଅ ଉପରେ ସେ ଅନେକ ଟଙ୍କା ଇନଭେଷ୍ଟ କରିଛନ୍ତି। ତେଣୁ ଏହି ପୁଅକୁ ପଚରାଉଚୁରା କରିବା ବନ୍ଦ କରାଯାଉ। ତାକୁ ଛୁଅଁ ନାହିଁ। ତେବେ କ’ଣ କରାଯାଇପାରିବ ମ୍ୟାଡାମ।

ରାବିୟାଙ୍କ ଏହି ବୟାନ ପରେ ସୋସିଆଲ୍ ମିଡିଆରେ ଜବରଦସ୍ତ ଚାଞ୍ଚଲ୍ୟ ଦେଖିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.