Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଓଡିଶାରେ ଅନଲକ୍ ୨: କିଛି କୋହଳ କିନ୍ତୁ ନିୟମ ଉଲ୍ଲଂଘନକୁ କ୍ଷମା ନାହିଁ, ଜିରୋ ଟୋଲରାନ୍ସ ନୀତି କଡାକଡି

30/06/2020 at 6:06 PM

ଭୁବେନଶ୍ଵର ୩୦।୦୬: କରୋନା ଭାଇରସ୍‌ ପ୍ରକୋପକୁ ନିୟନ୍ତ୍ରଣ କରିବା ପାଇଁ ଦେଶରେ ପୂର୍ବରୁ ଜାରି ଲକ୍‌ଡାଉନ୍‌ରେ ପର୍ଯ୍ୟାୟକ୍ରମେ କୋହଳ କରାଯାଇ ଅନଲକ୍‌ ୧ ପରେ ଏବେ ଅନଲକ୍‌ ୨ ଲାଗୁ ହୋଇଛି। ଏହାର ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତକାଲି ଅନଲକ୍‌ ୨କୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଆଉ କିଛି କୋହଳ ସହ ଅନଲକ୍‌ ୨ ଜାରି କରାଯାଇଛି। ହେଲେ ଲୋକଙ୍କ ବେପରୁଆ ମନୋଭାବକୁ ଦୃଷ୍ଟିରେ ରଖି ଜୁଲାଇ ମାସରେ ମାସ୍କ ପିନ୍ଧିବା ନେଇ ଧରପଗଡ ଜୋରଦାର କରାଯିବ। ଜିରୋ ଟୋଲରାନ୍ସ ନୀତି ଆପଣା ଯିବ ବୋଲି ରାଜ୍ୟ ସରକାର କହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ, ରାଜ୍ୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ ସହିତ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ। ଏହି ସମୟରେ ଧାର୍ମିକ ଅନୁଷ୍ଠାନ, ଜିମ୍, ସୁଇମିଂ ପୁଲ, ରାଜନୈତିକ, ସାଂସ୍କୃତିକ ସଭା ଆୟୋଜନ ଉପରେ ପୂର୍ବବତ୍ତ ଲାଗୁ ରହିବ। ରାଜ୍ୟରେ ରାତ୍ରକାଳୀନ କର୍ଫ୍ୟୁ ରାତି ୯ଟାରୁ ୫ଟା ଯାଏ ଜାରି ରହିବ। ଏହା ପୂର୍ବରୁ ରାତ୍ରକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିଥିଲା। ହେଲେ ଏଥର ନିୟମ ଆହୁରି କଡାକଡି ପାଳନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି।

କୋହଳ ସତ୍ଵେ ବି ରାଜ୍ୟରେ ଜୁଲାଇ ମାସରେ ମାସ୍କ ପିନ୍ଧିବା  ସହିତ ନିୟମ ପାଳନ ପାଇଁ ଧରପଗଡ ଜୋରଦାର କରାଯିବ। ଜିରୋ ଟୋଲେରାନ୍ସ ନୀତି ଆପଣା ଯିବ ବୋଲି ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି। କାରଣ ଅନଲକ୍‌ ୧ ଲାଗୁ ହେବା ପରଠୁ ଦେଶ ସହିତ ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତ ହୁ ହୁ ହୋଇ ବଢି ଚାଲିଛି। ଲୋକଙ୍କଠାରେ ପୂର୍ବଭଳି କରୋନାକୁ ନେଇ ସମ୍ବେଦନଶୀଳତା ଦେଖିବାକୁ ମିଳୁନାହିଁ। ଲୋକେ ବେପରୁଆ ହେବାରେ ଲାଗିଛନ୍ତି। ତେଣୁ ଏବେ ପ୍ରଶାସନ କଠୋର ଆଭିମୁଖ୍ୟ ଆପଣେଇବେ। ଏମିତି ସ୍ଥିତିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ମୁଖ୍ୟ ସଚିବ କହିଛନ୍ତି। ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡିବ। ତେଣୁ ଜୁଲାଇରେ ଧରପଗଡ ଜୋରଦାର କରାଯିବ ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୬ ନୂତନ କରୋନା ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୦୬୫ରେ ପହଞ୍ଚିଛି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩ ହୋଇଛି। ସେହି ପରି ଗତ ୨୪ ଘଣ୍ଟାରେ ୨୪୩ ସଂକ୍ରମିତ ସୁସ୍ଥ  ହୋଇଛନ୍ତି। ସବୁଠୁ ବଡ ଆଶ୍ଵସ୍ତିକର କଥା ରାଜ୍ୟରେ ମୋଟ୍ ୫୧୮୯ ରୋଗୀ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି।

   Related Posts