ଦୁର୍ନୀତିକୁ ତିଳେମାତ୍ର ପ୍ରଶ୍ରୟ ଦିଆଯିବ ନାହିଁ, ଅଭିଯୋଗ ଆସିଲେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ, ଜିରୋ ଟଲେରାନ୍ସରେ ବିଦା ହେଲେ ଆଉ ଜଣେ ଅଧିକାରୀ

Published By : Prameya-News7 Bureau | August 17, 2020 IST

ଭୁବନେଶ୍ୱର, ୧୭|୦୮:  ଦୁର୍ନୀତିକୁ ତିଳେମାତ୍ର ପ୍ରଶ୍ରୟ ଦିଆଯିବ ନାହିଁ । ସରକାରୀ କର୍ମଚାରୀ ଦୁର୍ନୀତି କଲେ କିମ୍ବା କର୍ମ କ୍ଷେତ୍ରରେ ଅବହେଳା କଲେ ନିଆଯିବ ତୁରନ୍ତ ଆକ୍ସନ୍‌ । ପଞ୍ଚମ ପାଳିରେ ନବୀନଙ୍କ ଜିରୋ ଟଲେରାନ୍ସ ନୀତି ଅନୁସାରେ ଆଉ ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି ।

ସରକାରଙ୍କ ଜିରୋ ଟଲେରାନ୍ସ ନୀତିରେ ଆଉ ଜଣେ ସରକାରୀ ଅଧିକାରୀଙ୍କ ଚାକିରି ଗଲା । ଦୁର୍ନୀତି ଅଭିଯୋଗରେ କୋରାପୁଟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ପ୍ରଦୀପ ମହାନ୍ତି କୋରାପୁଟରୁ ଭୁବନେଶ୍ବର ଆସୁଥିବା ବେଳେ କିଛି ଦିନ ତଳେ ତାଙ୍କ ଗାଡିକୁ ପିଛା  କରି ଗାଡି ସିଜ୍ କରାଯାଇଥିଲା । ଗାଡି ଭିତରୁ ଭିଜିଲାନ୍ସ ପାଇଥିଲା ୧୧ ଳକ୍ଷ ଟଙ୍କା । ଯାହାର ସେ କୌଣସି ହିସାବ ଦେଇପାରିନଥିଲେ । ତାଙ୍କୁ ଚାକିରୀରୁ ନିଲମ୍ବନ କରଯାଇଥିଲା । ଭିଜିଲାନ୍ସ ଖୋଳତାଡରୁ ପରେ ତାଙ୍କର ସାଢେ ତିନିକୋଟି ଟଙ୍କାର ଆୟ ବର୍ହିର୍ଭୁତ ସମ୍ପତ୍ତି ଥିବା ହିସାବ ପାଇଥିଲା ଭିଜିଲାନ୍ସ । ତାଙ୍କୁ ଚାକିରୀ ରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଦୁର୍ନୀତି ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ବା ଶୂନ୍ୟ ଶହନଶୀଳତା ଆଧାରରେ ପ୍ରଦୀପ ମହାନ୍ତିଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି ।ଯାହାକୁ ସ୍ବାଗତ କରିଛନ୍ତି ସାମାଜିକ କର୍ମୀ । ସେପଟେ କୃଷି ଅଧିକାରୀଙ୍କୁ ଏପରି ବାଧ୍ୟତା ମୂଳକ ଚାକିରୀରୁ ଅବସର ଦେବାକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ତାଙ୍କ ଓକିଲ  ।

{"id":316138,"width":609,"height":410,"sizeSlug":"large"}

କିଛିଦିନ ପୂର୍ବରୁ ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡଙ୍ଗୀ ଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ତାଙ୍କ ନାଁରେ ଜଣେ ସହକର୍ମୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା, କର୍ମକ୍ଷେତ୍ରରେ ହଇରାଣ କରିବା, ଦୁର୍ବ୍ୟବହାର ଭଳି ସଂଗୀନ ଅଭିଯୋଗ ଥିଲା । ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ପାଖାପାଖି ୮୦ ଜଣ  ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବିଦା କଲେଣି । କାର୍ଯ୍ୟ କ୍ଷେତ୍ରରେ ଅବହେଳା ଓ ପାରଦର୍ଶିତା ଅଭାବ ଆଦି କାରଣ ପାଇଁ ମୁଖ୍ୟମନ୍ତ୍ରୀ ୧୫ ରୁ ଅଧିକ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.