ଏସବିଆଇର ହୋମ ଲୋନ ଗ୍ରାହକଙ୍କ ପାଇଁ ବଡ ଉପହାର, କିନ୍ତୁ କେବଳ ୨୮ ଫେବୃଆରୀ ଯାଏଁ ମିଳିବ ଏହି ମୌକା
6/02/2019 at 1:01 PM

ସାଧାରଣତଃ ହୋମ ଲୋନ ମିଳିବା ଟିକେ କଠିନ ହୋଇଥାଏ। କାରଣ ଏହା ଯେ ଅଧିକାଂଶ ସମୟରେ ବ୍ୟାଙ୍କ କାଗଜ ପତ୍ରକୁ ନେଇ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ହୋମ ଲୋନ ପାଇଁ ପ୍ରୋସେସିଂଗ ଫିଜ ମଧ୍ୟ ଦେବାକୁ ପଡିଥାଏ। କିନ୍ତୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ହୋମ ଲୋନ ପାଇଁ ଗ୍ରାହକଙ୍କ ଲାଗି ବହୁତ ସୁବିଧା ବ୍ୟବସ୍ଥା କରିଛି।

ସୂଚନାଯୋଗ୍ୟ ଯେ ଷ୍ଟେଟ ବ୍ୟାଙ୍କ, ହୋମ ଲୋନ ଗ୍ରାହକଙ୍କ ପାଇଁ ପ୍ରୋସେସିଂ ଦେୟ ଜିରୋ କରିଦେଇଛି। ତେବେ ଏହି ମାସରେ ଲୋନ୍ ନେବା ଲୋକଙ୍କୁ ହିଁ ଏହି ସୁବିଧା ମିଳିବ । ଅଫର କେବଳ ୨୮ ଫେବୃଆରୀ ପର୍ଯ୍ୟନ୍ତ ରହିବ।

ପ୍ରସେସିଂଗ ଦେୟ
ଯେତେବେଳେ ଲୋନ୍ ନେବାର ସ୍ୱିକୃତୀ ମିଳେ ସେତେବେଳେ ଅନ୍ୟାନ ଚାର୍ଜ ମଧ୍ୟ ଲାଗିଥାଏ। ଏହି ଫିଜକୁ ପ୍ରସେସିଂ ଫିଜ ବୋଲି କୁହାଯାଏ।
ବିଭିନ୍ନ ପ୍ରକାରର ଏସବିଆଇ ହୋମ ଲୋନ୍ ରହିଛି । ସେଗୁଡିକ ହେଲା-
୧. ଏସବିଆଇ ରେଗୁଲାର ହୋମ ଲୋନ୍
୨. ଏସବିଆଇ ବାଲାଂସ ଟ୍ରାନ୍ସଫର ହୋମ ଲୋନ୍
୩. ଏସବିଆଇ ବିଷେଶାଧିକାର ହୋମ ଲୋନ୍
୪. ଏସବିଆଇ ସୌର୍ଯ୍ୟ ହୋମ ଲୋନ୍
୫. ଏସବିଆଇ କରପୋରେଟ ହୋମ ଲୋନ୍
୬. ଏସବିଆଇ ରିଭର୍ସ ମର୍ଟଗେଜ ହୋମ ଲୋନ୍

ଏସବିଆଇ ରେଗୁଲାର ହୋମ୍ ଲୋନର ବିଶେଷତ୍ୱ-
ଏସବିଆଇ ହୋମ୍ ଲୋନର ରିପେମେଣ୍ଟ ଅବଧି ୩୦ ବର୍ଷ ପର୍ଯ୍ୟନ୍ତ ଥାଏ। ଏସବିଆଇ ଲୋନ ହାସଲ କରିବା ପାଇଁ ଯୋଗ୍ୟତା ହେଲା – ଗ୍ରାହକ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ। ବୟସ ୧୮ ବର୍ଷରୁ ୭୦ ବର୍ଷ ମଧ୍ୟରେ ହେବା ବାଂଛନୀୟ।
ଏହି ଡକ୍ୟୁମେଣ୍ଟର ଆବଶ୍ୟକ ହୋଇଥାଏ-
