Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ସରକାରଙ୍କ ଅପରେସନ କ୍ଲିନ୍ -ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ ଜିରୋ ଟଲେରାନ୍ସ, ପୁଣି ଜଣେ ଡିଏଫଓ ଓ ୨ ଜେଇଙ୍କୁ ବାଧ୍ୟତାମୂଳକ ଅବସର

10/10/2019 at 5:52 PM

ଭୁବନେଶ୍ୱର –  ସରକାରଙ୍କ ଅପରେସନ କ୍ଲିନ୍ । ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତି । ଆଜି ପୁଣି ଜଣେ ଡିଏଫଓ ଓ ୨ ଜେଇଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ଡିଏଫ୍ଓ ସୁଧାଂଶୁ ମିଶ୍ରଙ୍କ ବିରୁଦ୍ଧରେ ଚାଲିଥିଲା ଭିଜିଲାନ୍ସ କେସ୍ ।

ସିଏ ହେଉଛନ୍ତି ଓଡିଶା ଇତିହାସରେ ପ୍ରଥମ ସରକାରୀ ଅଧିକାରୀ ଯାହାଙ୍କ ଘରୁ ଏକ କୋଟିରୁ ଅଧିକ ଟଙ୍କା କେବଳ କ୍ୟାସ୍ ଜବତ କରାଯାଇଥିଲା । ପାଖାପାଖି ୬ କୋଟି ଟଙ୍କାର ଆୟବୟିର୍ଭୁତ ସଂପତ୍ତି ଠୁଳ କରିଥିବାରୁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ସେହିଭଳି ୨ ଜେଇଙ୍କ ବିରୋଦ୍ଧରେ ବି ଚାଲୁଥିଲା ଭିଜିଲାନ୍ସ କେସ୍ । ସେମାନଙ୍କୁ ଦୁର୍ନିତିଗ୍ରସ୍ତ ଓ ଠକ ଅଫିସର ଭାବେ ଅଭିହିତ କରି ସରକାର ସେମାନଙ୍କୁ ଚାକିରିରୁ ବିଦା କରିଦେଇଛନ୍ତି ।  କିଛିଦିନ ପୂର୍ବରୁ ୪ ଦୁର୍ନୀତିଗସ୍ତ ଅଧିକାରୀଙ୍କୁ ସମାନ ଢଙ୍ଗରେ ପାଭିଲିୟାନକୁ ପଠାଇଦେଇଥିଲେ ସରକାର । ନବୀନଙ୍କ ଏଭଳି ଆକ୍ସନକୁ ସ୍ବାଗତ କରିଛି ବିଜେଡି ।

କେନ୍ଦ୍ରର ମୋଦି ସରକାର ଷ୍ଟାଇଲରେ ନବୀନ ଏଠି ବି ଦୁର୍ନୀତିଖୋର ଓ ନିକମା ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି  । ହେଲେ ବିରୋଧିଙ୍କୁ ହଜମ ହୋଇନି ଏସବୁ କଥା । ବିରୋଧୀ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ଯେ ପିସି କାରବାର ବନ୍ଦ ହେବ । କିନ୍ତୁ ପିସି କାରବାର ସରକାରୀ ଅଫିସରେ ଜୋରଦାର ହେବାରେ ଲାଗିଛି। 

 ଦୁର୍ନୀତି ରୋକିବାକୁ ସରକାର ଯେତେ ଯୋଜନା ଆଣିଲେ କଣ ହେବ । ଏଥିପାଇଁ ଲୋକ ଚରିତ୍ରରେ ପରିବର୍ତ୍ତନ ଦରକାର । ସବୁଠୁ ବଡକଥା ଆଇଏଏସ ଓ ଆଇପିଏସଙ୍କ ଭଳି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସରକାର ଏଭଳି ନିଷ୍ପତି ନେବାରେ ସାହାସ କୁଳେଇ ପାରିବେ ତ ଏମିତି ପ୍ରଶ୍ନ ମଧ୍ୟ ଉଠିଛି ।      

   Related Posts