କାଷ୍ଟିଙ୍ଗ କାଉଚକୁ ନେଇ ଜିଶାନ ଖାନଙ୍କ ଖୁଲାସା: ଡାଇରେକ୍ଟର କହିଥିଲେ, 'ତୁମେ ନିଜର...ଦେଖେଇ ପାରିବ କି ?'

Published By : Prameya-News7 Bureau | October 10, 2021 IST

ମୁମ୍ବାଇ ୧୦/୧୦ : ବିଗ ବସ ଓଟିଟି ଫେମ ଓ ଟିଭି ଅଭିନେତା ଜିଶାନ ଖାନ ନିଜ ବଡି ଓ ୬ ପ୍ୟାକ୍ସ ଆପ୍ସ ଯୋଗୁଁ ଚର୍ଚ୍ଚାରେ। ନିକଟରେ ଅଭିନେତା ନିଜର କାଷ୍ଟିଙ୍ଗ କାଉଚ ଅନୁଭୂତି ସେୟାର କରିଛନ୍ତି। ସେ ଖୁଲାସା କରିଛନ୍ତି ଯେ କାଷ୍ଟିଙ୍ଗ ଡାଇରେକ୍ଟର ତାଙ୍କୁ ମିଟିଂ ପାଇଁ ଡାକିଥିଲେ ଓ ଡ୍ରେସ ଖୋଲିବାକୁ କହିଥିଲେ।

{"id":525126,"sizeSlug":"large","linkDestination":"none"}

କାଷ୍ଟିଙ୍ଗ କାଉଚ ସମ୍ପର୍କରେ ଜିଶାନ କହିଛନ୍ତି ଏହି ଘଟଣା ତାଙ୍କର ଦିତ୍ୱୀୟସ ଶୋ' ପରେ ହୋଇଥିଲା। କାଷ୍ଟିଙ୍ଗ କାଉଚ ଡାଇରେକ୍ଟର ତାଙ୍କୁ ନିଜ ଅଫିସକୁ ଡାକିଥିଲେ ଓ କହିଥିଲେ ଯେ ସେ ଶାରୀରିକ କେତେ ଫିଟ ତାହା ସେ ଦେଖିବାକୁ ଚାହୁଁଛନ୍ତି। ସେ କହିଥିଲେ,'ତୁମେ ନିଜ ଟି-ସାର୍ଟ ଖୋଲି ପାରିବ କି ?' ଜିଶାନ ଏଥିରେ ସହମତ ହୋଇଥିଲେ। ସେ ଟି-ସାର୍ଟ ଖୋଲିବା ପରେ ଡାଇରେକ୍ଟର କହିଥିଲେ ଯେ ସେ ତାଙ୍କ ଗୋଡ ଦେଖିବାକୁ ଚାହୁଁଛନ୍ତି କାରଣ ଅନେକ ଲୋକ ନିଜ ଅପର ବଡି ଉପରେ କାମ କରିଥାନ୍ତି କିନ୍ତୁ ଲୋୟର ବଡି ଉପରେ ଦୃଷ୍ଟି ଦିଅନ୍ତିନି। ଡାଇରେକ୍ଟରଙ୍କ ଏହି କଥା ଶୁଣି ସେ ସାରପ୍ରାଇଜ ହୋଇଯାଇଥିଲେ। ସେ ଜାଣିପାରିଲେ ଯେ କିଛି ଗଡବଡ ଅଛି।

{"id":525129,"sizeSlug":"full","linkDestination":"none"}

ତାପରେ ଡାଇରେକ୍ଟର କହିଥିଲେ ଏବେ ତ ତୁମେ ବୁଝି ଯାଇଥିବ। ଜିଶାନ କହିଥିଲେ, 'ହଁ ବୁଝିସାରିଛି କିନ୍ତୁ ଏମିତି କରିପାରିବିନି, ମୁଁ ଅଡିସନ ଦେବି। ମୁଁ ଆପଣଙ୍କ ସହ କାମ କରିବାକୁ ପସନ୍ଦ କରିବି, ମୋର ଏସବୁରେ କିଛି ଫରକ ପଡ଼େନି।'

ଜିଶାନଙ୍କ କଥା ଶୁଣିବା ପରେ କାଷ୍ଟିଙ୍ଗ ଡାଇରେକ୍ଟର କିଛି ତାରକାଙ୍କ ନାଁ ନେଇଥିଲେ ଓ ଦାବି କରିଥିଲେ ଯେ ସେମାନଙ୍କ ସଫଳତା ପଛରେ ତାଙ୍କ ହାତ ଅଛି। ଜିଶାନ କହିଥିଲେ, ସେସବୁ ସେମାନଙ୍କ ଇଚ୍ଛା, କିନ୍ତୁ ମୁଁ ଏହିଭଳି କାମ କରିପାରିବିନି। କାଷ୍ଟିଙ୍ଗ ଡାଇରେକ୍ଟର କହିଥିଲେ ଯେ ସମସ୍ତେ ପ୍ରଥମେ ମନା କରନ୍ତି କିନ୍ତୁ ମାସେ ପରେ କାମ ପାଇବାକୁ କିଛି ବି କରିବାକୁ ରାଜି ହୋଇଯାନ୍ତି।

{"id":525127,"sizeSlug":"large","linkDestination":"none"}

ଏହାର ଜବାବରେ ଜିଶାନ କହିଥିଲେ ଯେ, ଯଦି ଟ୍ୟାଲେଣ୍ଟ ଛଡା ଅନ୍ୟ କିଛି ଜିନିଷ ଆଧାରରେ ପ୍ରୋଜେକ୍ଟ ମିଳେ ତାହେଲେ ସେ ରାତିରେ ଶୋଇପାରିବେନି। ଯଦି କିଛି କାମ ନ ହୁଏ ତାହେଲେ ସେ ଖୁସିରେ ସାଧାରଣ ଜୀବନ ବଞ୍ଚିବାକୁ, କାମ କରିବାକୁ ରାଜି ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.