ଜୀନତ ଅମାନଙ୍କ ସହ ଯୋଡି ହୋଇଥିଲା ଇମ୍ରାନ ଖାନଙ୍କ ନାଁ, ପୂର୍ବତନ ପତ୍ନୀ ଖୋଲିଥିଲେ ଅନେକ ଗୁମରର ରାଜ

Published By : Prameya-News7 Bureau | November 20, 2019 IST

ମୁମ୍ବାଇ୨୦|୧୧: ୭୦ ଓ ୮୦ ଦଶକରେ ଦର୍ଶକଙ୍କ ମଧ୍ୟରେ କେବଳ ଗୋଟିଏ ନାଁ ଶୁଣିବାକୁ ମିଳୁଥିଲା। ସେ ହେଉଛନ୍ତି ଅଭିନେତ୍ରୀ ଜୀନତ ଅମାନ। ଗ୍ଲାମର ଦୁନିଆରେ ଏଣ୍ଟ୍ରି କରିବା ପରେ ଜୀନତ ଖୁବ ଚର୍ଚ୍ଚାରେ ଥିଲେ।ସେହି ସମୟରେ ବୋଲ୍ଡ ସିନ ଦେବାରେ ଜୀନତଙ୍କୁ କୌଣସି ଅସୁବିଧା ନଥିଲା।ବୋଧ ହୁଏ ଏହି କାରଣରୁ ସେ ନିଜ କ୍ୟାରିଅରରେ ଖୁବ ଶୀଘ୍ର ସଫଳତା ହାସଲ କରିଥିଲେ।

{"id":186940,"sizeSlug":"large"}

୧୯୭୬ ମସିହାରୁ ୧୯୮୦ ଯାଏଁ ଜୀନତ ଓ ହେମା ମାଳିନୀ ସବୁଠୁ ଅଧିକ ଆୟ କରୁଥିବା ଅଭିନେତ୍ରୀ ଥିଲେ।ଜୀନତଙ୍କ ସୌନ୍ଦର୍ଯ୍ୟର ଦିୱାନା ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଥିଲେ।୭୦ ଓ ୮୦ ଦଶକର ହଟ୍‌ ଅଭିନେତ୍ରୀ ଜୀନତ ଅମାନଙ୍କର ଆଜି ଜନ୍ମଦିନ।

{"id":186941,"sizeSlug":"large"}

ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜୀନତଙ୍କ ପ୍ରେମରେ ପାଗଳ ଥିଲେ।ସେହି ସମୟରେ ଇମ୍ରାନଙ୍କୁ ଲେଡିକିଲର କୁହାଯାଉଥିଲା।ଅଧିକାଂଶ ଝିଅ ଇମ୍ରାନଙ୍କ ଉପରେ ଫିଦା ଥିଲା।ତାଙ୍କୁ ପ୍ଲେବଏ ମଧ୍ୟ କୁହାଯାଉଥିଲା। ମୁମ୍ବାଇର ଏକ ଇଭେଣ୍ଟରେ ଜୀନତ ଓ ଇମ୍ରାନଙ୍କ ଦେଖା ସାକ୍ଷାତ ହୋଇଥିଲା।

{"id":186942,"sizeSlug":"large"}

ସେବେଠୁ ଉଭୟଙ୍କ ପ୍ରେମ ଚର୍ଚ୍ଚା ଚାଲିଥିଲା। ଇମ୍ରାନ ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। ଇମ୍ରାନ ଖାନ ୩ ଥର ବିବାହ କରିଛନ୍ତି।  ଇମ୍ରାନଙ୍କୁ ନେଇ ତାଙ୍କ ପ୍ରଥମ ପତ୍ନୀ ରେହମ ଖାନ ଗୋଟେ ପୁସ୍ତକ ଲେଖିଥିଲେ।ଏଥିରେ ଇମ୍ରାନଙ୍କ ଜୀବନର ଅନେକ ରାଜ ଖୋଲିଛି।  

{"id":186944,"sizeSlug":"large"}

 ପ୍ରତ୍ୟେକ ଥର ଜୀନତଙ୍କୁ ଦେଖା କରିବା ପରେ ଇମ୍ରାନ ବହୁତ ଲାଜ କରୁଥିଲେ।ଏହା ଇମ୍ରାନଙ୍କ ସାଙ୍ଗ ସାଥି ଏକ ସାକ୍ଷାତକାରରେ କହିଥିଲେ। ଥରେ ଗୋଟେ ଇଭେଣ୍ଟରେ ସାମିଲ ହେବା ପାଇଁ ଜୀନତ ପାକିସ୍ତାନର ଲାହୋର ଯାଇଥିଲେ। ସେଠାରେ ଜୀନତଙ୍କୁ ଇମ୍ରାନଙ୍କ ସହ ଥିବା ସଂପର୍କ ବିଷୟରେ ପ୍ରଶ୍ନ ପଚାରାଯାଇଥିଲା। ତେବେ ଜୀନତ କହିଥିଲେ ଯେ, ଅତୀତର ରୋମନ୍ଥନ ତାଙ୍କୁ ଭଲଲାଗେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.