ଚର୍ଚ୍ଚାରେ ‘ସନଫ୍ଲାୱାର୍’ର ଟିଜର୍,ସୁନୀଲ ଗ୍ରୋବରଙ୍କ ସହ ଏହି ଷ୍ଟାର ଆସିବେ ନଜର

Published By : Prameya-News7 Bureau | April 13, 2021 IST

ମୁମ୍ବାଇ ୧୩/୦୪: ନିକଟରେ ZEE5 ଦ୍ୱାରା ନୂଆ ସିରିଜ୍ "ସନଫ୍ଲାୱାର୍"ର ଘୋଷଣା କରାଯାଇଥିଲା । ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ ଗୁଡ୍ କମ୍ପାନୀ ଦ୍ୱାରା ନିର୍ମିତ ଏହି ସିରିଜ୍ ବିକାଶ ବାହଲ୍ ଲେଖିଛନ୍ତି ଏବଂ ରାହୁଲ ସେନଗୁପ୍ତା ଏବଂ ବିକାଶ ବାହଲଙ୍କ ସହ ନିର୍ଦ୍ଦେଶିତ । 'ସନଫ୍ଲାୱାର୍' ହେଉଛି ମୁମ୍ବାଇର ଏକ ମଧ୍ୟବିତ୍ତ ଗୃହ ସମାଜର କାହାଣୀ , ଯେଉଁଥିରେ ବିଚିତ୍ର ଚରିତ୍ର ରହିଛି । ରୋମାଞ୍ଚ, କମେଡି ଏବଂ ଡ୍ରାମା ଠାରୁ ଆରମ୍ଭ କରି ନିଜ କାହାଣୀ ସହିତ ଚରିତ୍ର ପର୍ଯ୍ୟନ୍ତ ସବୁକିଛି ହାଉସିଂ ସୋସାଇଟିରେ ଘୂରି ବୁଲୁଛି ଯାହା ଆପଣଙ୍କୁ ଏକ ରୋଲର୍-କୋଷ୍ଟର୍ ରାଇଡରେ ନେବା ପାଇଁ ପ୍ରତିଜ୍ଞା କରିଛି । ଏବଂ ବର୍ତ୍ତମାନ ନିର୍ମାତାମାନେ ଏହାର ପ୍ରଥମ ଟିଜର ରିଲିଜ୍ କରିଛନ୍ତି ।

{"id":437654,"width":602,"height":288,"sizeSlug":"large","linkDestination":"none"}

ମୁଖ୍ୟ ଅଭିନେତା ସୁନୀଲ ଗ୍ରୋଭର ସେୟାର କରି ଲେଖିଛନ୍ତି, 'ଟିଜର ତିଆରି କରିବା ସମୟରେ ନିର୍ମାତାମାନଙ୍କ ଦ୍ୱାରା ଏହା ଏକ ସଚେତନ ନିଷ୍ପତ୍ତି, ଯାହା ସୋ ବିଷୟରେ ଅଧିକ କିଛି ପ୍ରକାଶ କରିବ ନାହିଁ, କିନ୍ତୁ ସଠିକ୍ ପରିମାଣର ଆଶା ସୃଷ୍ଟି କରିବ। ଅବଶ୍ୟ, ସନଫ୍ଲାୱାର୍ ରହସ୍ୟରେ ପରିପୂର୍ଣ୍ଣ ଏବଂ ଆମେ ଏହାକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛୁ ଏବଂ ଯେତେବେଳେ ଆପଣ ସୋ ଦେଖିବେ ସେତେବେଳେ ଆପଣ ଏହି ରହସ୍ୟ ବିଷୟରେ ଜାଣିବେ । ଟ୍ରେଲର ଶୀଘ୍ର ଏହାର ଆଧାର ସ୍ଥିର କରିବ । ବିକାଶ ବାହଲଙ୍କ ଦ୍ୱାରା ନିର୍ମିତ ଏହିପରି ଏକ ନୂତନ ଧାରା ଏବଂ ସ୍କ୍ରିପ୍ଟର ଅଂଶ ହୋଇଥିବାରୁ ମୁଁ କୃତଜ୍ଞ ଏବଂ ଉତ୍ସାହିତ । ମୁଁ ଭାବୁନାହିଁ ଯେ ଏହି ପ୍ରକାରର ଶୈଳୀ ପୂର୍ବରୁ ଚେଷ୍ଟା କରାଯାଇଛି । ତେଣୁ, ମୁଁ ଉତ୍ସାହିତ ଏବଂ ଏହା ନିଶ୍ଚିତ ଭାବରେ ଆପଣଙ୍କର  ହୋସ୍ ଉଡ଼ାଇଦେବ । '

{"id":437652,"width":605,"height":393,"sizeSlug":"large","linkDestination":"none"}

ଏହି ଶୋ’ରେ ସୁନୀଲ ଗ୍ରୋଭରଙ୍କ ବ୍ୟତୀତ ଏକ ଷ୍ଟାର-ଷ୍ଟେଡ୍ ଲାଇନ୍ ଅପ୍ ମଧ୍ୟ ସାମିଲ, ଯିଏକି ସନଫ୍ଲାୱାର୍ ସୋସାଇଟିର ବାସିନ୍ଦା -  ଏଥିରେ ମୁକୁଲ ଚଡ୍ଡାଙ୍କୁ ମିଷ୍ଟର  ଆହୁଜା, ରାଧା ଭଟ୍ଟଙ୍କୁ ତାଙ୍କ ପତ୍ନୀ ଶ୍ରୀମତୀ ଅହୁଜା, ଆଶିଷ ବିଦ୍ୟାର୍ଥୀଙ୍କୁ ଦିଲୀପ ଆୟରଙ୍କ ରୂପରେ, ସୋନଲ ଝାଙ୍କୁ ତାଙ୍କ ପତ୍ନୀ ଭୁମିକାରେ, ରଣଭୀର ଶୋରିଙ୍କୁ ଇନ୍ସପେକ୍ଟର ଦିଗେନ୍ଦ୍ର ଭାବରେ, ଗିରିଶ କୁଲକର୍ଣ୍ଣିଙ୍କୁ ତାମ୍ବେ ଭାବରେ, ପରି ରାଜ କପୁରଙ୍କ ଭୁମିକାରେ ଅଶ୍ୱିନ କୌଶଳ, ଶ୍ରୀମତୀ ରାଜ କପୁର ଭାବରେ ଶୋନାଲି ନାଗରାନି ଏବଂ ସଲୋନି ଖାନ୍ନା ଇତ୍ୟାଦି ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.