Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜି-ନ୍ୟୁଜ୍‌ ଏଡ଼ିଟର ସୁଧିର ଚୌଧୁରୀଙ୍କ ନାଁରେ ମାମଲା ରୁଜ୍ଜୁ

10/05/2020 at 8:59 AM

ନୂଆଦିଲ୍ଲୀ ୧୦।୦୫ : ଅଡ଼ୁଆରେ ଜି-ନ୍ୟୁଜ୍‌ ଚିଫ୍‌ ଏଡ଼ିଟର ସୁଧିର ଚୌଧୁରୀ। ତାଙ୍କ ନାଁରେ ଥାନାରେ ଏତଲା ହୋଇଛି । ମାର୍ଚ୍ଚ ୧୧ ତାରିଖରେ ଟେଲିଭିଜନରେ ପ୍ରସାରିତ ଏକ  କାର୍ଯ୍ୟକ୍ରମରେ ମୁମଲିମ୍‌ ସଂପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ସହ ଧାର୍ମିକ ଶତ୍ରୁତା ନେଇ ଖଭର ପ୍ରସାରିତ କରିବାର ନେଇ କୋଡିକୋଡା କେଶବା ପୋଲିସ୍‌ ଥାନାରେ ଅଭିଯୋଗ ହୋଇଛି।   

ସୂଚନା ଯେ , ମାର୍ଚ୍ଚ ୧୧ ତାରିଖର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥାପନା କରୁଥିବା ସୁଧିର ଚୌଧୁରୀ ଫ୍ଲୋ ଚାର୍ଟ ବ୍ୟବହାର କରି ବିଭିନ୍ନ ପ୍ରକାରର ଜିହାଦ ଉପରେ ଆଲୋଚନା କରିଥିଲେ। ଏହାକୁ ନେଇ ମୁସଲିମ୍‌ ସଂପ୍ରଦାୟ ତିବ୍ର ବିରୋଧ କରିଥିଲା । କେରଳର ସିପିଆଇର ଯୁବ ୱିଙ୍ଗ୍ ଅଲ୍ ଇଣ୍ଡିଆ ୟୁଥ୍ ଫେଡେରେସନ୍ (AIYF) ର ରାଜ୍ୟ ଯୁଗ୍ମ ସଚିବ ଆଡଭ ପି ଗାଭାସଙ୍କ ଅଭିଯୋଗକୁ ଭିତ୍ତି କରି ଏହି ମାମଲା ଦାୟର କରାଯାଇଛି। ଗାଭସ୍‌ କହିଛନ୍ତି  ଏହା ପ୍ରସାରଣ ହେବାର ଦୁଇଦିନ ପରେ ସଂପୃକ୍ତ ପ୍ରୋଗ୍ରାମଟିର କ୍ଲିପ୍‌ଟି ଦେଖିବା ପରେ ସେ  ଆଙ୍କରଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ସ୍ଥିର କରିଥିଲେ  ଆଇପିଏସ୍‌ର ଧାରା ୨୯୫ଏରେ ସୁଧିରଙ୍କ ବିରୁଦ୍ଧରେ  Non-bailable ମାମଲା ରୁଜୁ ହୋଇଛି ।

   Related Posts