ଡିଜିଟାଲ ଦୁନିଆରେ ଜୀ ମିଡିଆ ଜାହିର କରୁଛି ଦବଦବା, ଲଞ୍ଚ୍ କରିବ ୪ ନୂଆ ଚ୍ୟାନେଲ

Published By : Prameya-News7 Bureau | January 25, 2022 IST

ନୂଆଦିଲ୍ଲୀ, ୨୫/୦୧:  ଦେଶରେ ସବୁଠୁ ବଡ ମିଡିଆ ନେଟଓ୍ୱର୍କ ଜୀ ମିଡିଆ ନିଜର ବିସ୍ତାର କରିବାକୁ ଯାଉଛି । କମ୍ପାନୀ ଦେଶର ଦକ୍ଷିଣ ପ୍ରାନ୍ତରେ ୪ଟି ନୂଆ ଡିଜିଟାଲ ନ୍ୟୁଜ ଚ୍ୟାନେଲ ଲଞ୍ଚ କରିବ । ପ୍ରମୁଖ ୪ଟି ଭାଷାରେ ଏହି ଚ୍ୟାନେଲର ପ୍ରସାରଣ ହେବ । ଏହି ସବୁ ଚ୍ୟାନେଲ ହେଲା ଜୀ କନ୍ନଡ, ଜୀ ତାମିଲ, ଜୀ ତେଲୁଗୁ ଓ ଜୀ ମାଲାୟଲମ । ଜୀ ମିଡିଆର ସଂସ୍ଥାପକ ତଥା ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ରା ଏହାକୁ ଲଞ୍ଚ୍ କରିବେ ।

ଜୀ ମିଡିଆ ପ୍ରଥମ ଥର ପାଇଁ ଡିଜିଟାଲ ଟିଭି ଚ୍ୟାନେଲ ଲଞ୍ଚ୍ କରିବାକୁ ଯାଉଛି । ଏହାର ପ୍ରସାରଣ ଜାନୁଆରୀ ୨୫ରୁ ହେବ । ଜୀ ତେଲୁଗୁକୁ ହାଇଦ୍ରାବାଦରୁ ଲଞ୍ଚ୍ କରାଯିବ । ଜୀ ମିଡିଆ ପୂର୍ବରୁ ତାମିଲନାଡୁରେ ଲୋକପ୍ରିୟ ଅଛି । ଦର୍ଶକଙ୍କ ଆଗ୍ରହକୁ ନଜରରେ ରଖି କମ୍ପାନୀ ଜୀ ତାମିଲ ମଧ୍ୟ ଲଞ୍ଚ୍ କରୁଛି ।

କମ୍ପାନୀର କହିବାନୁସାରେ, ସେମାନେ ଦେଶର ସବୁ ଭାଷା ସହ ଯୋଡି ହେବାକୁ ଚାହୁଁଛନ୍ତି । ରାଜ୍ୟର କୋଣ ଅନୁକୋଣରେ ଥିବା ଜନତାଙ୍କ ସହ କମ୍ପାନୀ ନିକଟତର ହେବ । ଏବେ ଡିଜିଟାଲ ମିଡିଆର ଚାହିଦା ବଢିବାରେ ଲାଗିଛି । ଏହି ସବୁ ରାଜ୍ୟରେ ଜୀ ନ୍ୟୁଜ ଏକ ନମ୍ବର ଚ୍ୟାନେଲ ମାନ୍ୟତା ପାଇଛି ।

ସୂଚନାଯୋଗ୍ୟ, ଜୀ ମିଡିଆ ନିଜର ୨୬ ବର୍ଷ ପୂରଣ କରି ସାରିଛି । କମ୍ପାନୀ ପାଖରେ ୬ଟି ବିନ୍ନ ଭିନ୍ନ ଭାଷାରେ ୧୪ଟି ଚ୍ୟାନେଲ ରହିଛି । ଚ୍ୟାନେଲଙ୍କୁ ପ୍ରାୟ ୨୨୦ ମିଲିୟନ ଦର୍ଶକ ଦେଖିଥାନ୍ତି । ଏହାସହ ଏହାର ଡିଜିଟାଲ ପ୍ଲାଟଫର୍ମ ସହ ୩୬୨ ମିଲିୟନ ୟୁଜର ଯୋଡି ହୋଇ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.