ZEEକୁ ମିଳିଲା UAE ଟି-20 ଲିଗ ମିଡିଆ ରାଇଟ୍ସ, ସବୁ ଚ୍ୟାନେଲ ସହ ZEE5ରେ ହେବ ପ୍ରସାରଣ

Published By : Prameya-News7 Bureau | May 24, 2022 IST

ନୂଆଦିଲ୍ଲୀ: ଦେଶର ଜଣାଶୁଣା ମିଡିଆ ହାଉସ ZEEକୁ ମିଳିଛି ୟୁଏଇ ଟି-୨୦ ଲିଗର ଗ୍ଲୋବାଲ ମିଡିଆ ରାଇଟ୍ସ। ମଙ୍ଗଳବାର ଏମିରେଟସ ବୋର୍ଡ ପକ୍ଷରୁ ଏହି ଚୁକ୍ତମାନା ବାବଦରେ ଘୋଷଣା କରାଯାଇଛି। ଗ୍ଲୋବାଲ ମିଡିଆ ଏବଂ ଏଣ୍ଟରଣ୍ଟେନମେଣ୍ଟ ପାୱର ହାଉସ ZEE ସହ ଏକ ଦୀର୍ଘ ମିଆଦି ମିଡିଆ ଟାଇଟସ ଉପରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଲିଗର ପ୍ରସାରଣ ZEEର ଲିନିୟର ଚ୍ୟାନେଲ ଏବଂ ଏହାର ଓଟିଟି ପ୍ଲାଟଫର୍ମ ZEE5ରେ ହେବ। ଭାରତ ସହ ଦୁନିଆରେ ମ୍ୟାଚ ଗୁଡିକର ସିଧାପ୍ରସାରଣ କରାଯିବ । ୟୁଏଇ ଟି-20 ଲିଗ୍ ଏକ ବଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଏଥିରେ ୬ଟି ଟିମ ଭାଗ ନେଇଥାନ୍ତି।

ଲିଗରେ ୬ ଟିମ ମଧ୍ୟରେ ମୋଟ ୩୪ଟି ମ୍ୟାଚ୍ ଖେଳାଯିବ । ଲିଗରେ ସାମିଲ ଟିମ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍, ଅଦାନୀ ସ୍ପୋର୍ଟ୍ସଲାଇନ୍ସ, କୋଲକାତା ନାଇଟ୍ ଡାଇଡର୍ସ, ଲାନ୍ସର କ୍ୟାପିଟାଲ, ଜିଏମଆର ଗ୍ରୁପ, କେପରୀ ଗ୍ଲୋବାଲ ସାମିଲ ରହିଛି। ୧୯୦ ଦେଶରେ ZEEର ଉପସ୍ଥିତି ଯୋଗୁଁ ଟୁର୍ଣ୍ଣାମେଣ୍ଟକୁ ଦର୍ଶକ ଏବଂ ପାର୍ଟନର୍ସଙ୍କ ନିକଟରେ ପହଞ୍ଚିବାରେ ସାହୟକ ହେବ। ନିଜ ବିଜନେସ ସହ ଆଡଭରଟାଇଜର ଏବଂ ବିତରଣ ସହଯୋଗୀଙ୍କ ସହ ମିଶି ZEEର ମଲ୍ଟି ଫ୍ଲାଟଫର୍ମ ଯୋଜନା ଟୁର୍ଣ୍ଣାମେଣ୍ଟକୁ ୧୦୦ ମିଲିୟନରୁ ଅଧିକ ଘରେ ପହଞ୍ଚିବାରେ ସହାୟକ ହେବ।

ସାରା ଦୁନିଆରେ ଟି-୨୦ କ୍ରିକେଟ ଲିଗର ଲୋକପ୍ରିୟତା ବେଶ ବଢିବାରେ ଲାଗିଛି। ଏହାରି ଭିତରେ ଏମିରେଟ୍ସ କ୍ରିକେଟ ବୋର୍ଡ ନିଜର ୟୁଏଇ ଟି-୨୦ ଲିଗ୍ ଆରମ୍ଭ କରିବା ନେଇ ଘୋଷଣା କରିଥିଲା। ୟୁଏଇ ଟି-୨୦ ଲିଗର ସିଧାପ୍ରସାରଣ ZEE ଗ୍ରୁପ କରିବ। ଏଥିପାଇଁ ଇସିବି ପୂର୍ବରୁ ZEE ଗ୍ରୁପ ସହ ୧୦ ବର୍ଷ ପାଇଁ ୧୨୦ ମିଲିୟନ ଡଲାରରେ ଚୁକ୍ତି କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.