କୁମ୍‌କୁମ୍ ଭାଗ୍ୟ ଫେମ୍ ‘ଇନ୍ଦୁ ଦାଦି’ ଓରଫ ଜରିନା ରୋଶନ ଖାନଙ୍କ ୫୪ବର୍ଷ ବୟସରେ ପରଲୋକ

Published By : Prameya-News7 Bureau | October 19, 2020 IST

ନୂଆଦିଲ୍ଲୀ ୧୯/୧୦: କୁମ୍‌କୁମ୍ ଭାଗ୍ୟ ଫେମ୍ ‘ଇନ୍ଦୁ ଦାଦି’ ଓରଫ ଜରିନା ରୋଶନ ଖାନଙ୍କ ୫୪ବର୍ଷ ବୟସରେ ହଠାତ୍ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି। ଜରିନାଙ୍କ ମୃତ୍ୟୁରେ ତାଙ୍କ କୋ-ଷ୍ଟାର୍ସ ଏବଂ କୁମକୁମ୍ ଭାଗ୍ୟର କଳାକାର ସ୍ତବ୍ଧ ଅଛନ୍ତି। ସମସ୍ତେ ଜରିନାଙ୍କ ସହ ପୁରୁଣା ଦିନକୁ ମନେ ପକାଇ ଶୋକ ପ୍ରକାଶ କରିଛନ୍ତି।

wp:core-embed/instagram {"url":"https://www.instagram.com/p/CGfcxd-B5gN/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CGfcxd-B5gN/?utm_source=ig_embed
/wp:core-embed/instagram

ଟିଭି ଅଭିନେତ୍ରୀ ଶୃତି ଝା ଜରିନାଙ୍କ ସହ ଏକ ଫଟୋ ଏବଂ ଜରିନା ଡାନ୍ସ କରୁଥିବା ବେଳର ଏକ ଭିଡିଓ ସେୟାର କରିଛନ୍ତି। ସେ ବ୍ରୋକନ ହାର୍ଟ ଇମୋଜୀ ଦେଇ ନିଜ ଦୁଃଖ ପ୍ରକାଶ କରିଛନ୍ତି। ଜରିନାଙ୍କ ତାଙ୍କ କୋ-ଷ୍ଟାର୍ସଙ୍କ ସହ ଭଲ ବଣ୍ଡିଂ ଥିଲା।

{"id":346946,"sizeSlug":"large"}

ଏକ ନ୍ୟୁଜ୍ ପୋର୍ଟାଲ୍ ସହ କଥା ହୋଇ ଅଭିନେତା ଅନୁରାଗ ଶର୍ମା ଖବରକୁ କନଫର୍ମ କରିଛନ୍ତି। ସେ ଜରିନାଙ୍କ ବ୍ୟକ୍ତିତ୍ବ ବିଷୟରେ କହିଛନ୍ତି ଯେ ସେ ବହୁତ ଖୋଲା କିସମର ଥିଲେ। ତାଙ୍କଠାରେ ସବୁବେଳେ ଏନର୍ଜି ଭରି ରହିଥିଲା। ତାଙ୍କୁ ଲାଗୁଛି ଯେ ସେ ନିଜ କ୍ୟାରିୟରର ଆରମ୍ଭ ଜଣେ ଷ୍ଟଣ୍ଟ୍ ଓମ୍ୟାନ୍ ଭାବେ କରିଥିଲେ ଏବଂ ସେ ରିୟଲ ଲାଇଫରେ ଜଣେ ଫାଇଟର ଭଳି ଥିଲେ। ସେମାନେ ଗତ ମାସରେ ଏକାଠି ଶୁଟ୍ କରିଥିଲେ ଏବଂ ସେହି ସମୟରେ ସେ ପୂରା ଠିକ୍ ଥିଲେ। କିନ୍ତୁ ହଠାତ୍ ଗୃପରୁ ସେମାନଙ୍କୁ ଏହି ଖବର ମିଳିଥିଲା।

{"id":346948,"sizeSlug":"large"}

ଜରିନା କୁମକୁମ୍ ଭାଗ୍ୟ ବ୍ୟତୀତ ୟେ ରିସ୍ତା କ୍ୟା କେହଲାତାରେ ମଧ୍ୟ କାମ କରିଛନ୍ତି। କୁମକୁମ୍ ଭାଗ୍ୟରେ ଇନ୍ଦୁ ଦାଦିଙ୍କ ଭୂମିକାରେ ସେ ଘରେ ଘରେ ପ୍ରସିଦ୍ଧ ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.