ସଲମାନ ଖାନଙ୍କୁ ନେଇ ଜରିନଙ୍କ ବଡ଼ ବୟାନ୍ : କେବଳ କୋ-ଆର୍ଟିଷ୍ଟ ନୁହେଁ ସେ ମୋର ଗଡଫାଦର

Published By : Prameya-News7 Bureau | May 15, 2020 IST

ମୁମ୍ବାଇ ୧୫/୫: ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍ ଫିଲ୍ମ ‘ବୀର’ରୁ ବଲିଉଡରେ ପାଦ ଥାପିଥିଲେ। ସୁପରଷ୍ଟାର ସଲମାନ ଖାନ୍ ଥିବା ସତ୍ବେ ଏହି ଫିଲ୍ମ ବିଫଳ ହୋଇଥିଲା। କିନ୍ତୁ ଏହା ଦ୍ବାରା ଜରିନଙ୍କ ପାଇଁ ଅନେକ ସୁଯୋଗର ବାଟ ଫିଟିଯାଇଥିଲା। ସେ ଖୁସିରେ ଏହାର ଶ୍ରେୟ ସଲମାନଙ୍କୁ ଦିଅନ୍ତି କାରଣ ସେ ହିଁ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲଞ୍ଚ କରିଥିଲେ।

{"id":270419,"width":585,"height":387,"sizeSlug":"large"}

ଜରିନ୍ ନିକଟରେ କହିଥିଲେ,‘ ଏହି ଯାତ୍ରାରେ ଅନେକ ଉତ୍ଥାନ-ପତନ ରହିଥିଲା। ସେ ଜଣେ ଏପରି ମଣିଷ ଯିଏ ଇଣ୍ଡଷ୍ଟ୍ରିରେ ଆସିବାକୁ କେବେ ବି ସ୍ବପ୍ନ ଦେଖିନଥିଲେ। ତାଙ୍କୁ ଏଥିପାଇଁ ସୁଯୋଗ ଦେଇଥିବାରୁ ସେ ସଲମାନଙ୍କୁ ଧନ୍ୟବାଦ ଦେଉଛନ୍ତି। ତାଙ୍କ ବିନା ସେ ବଲିଉଡରେ କେବେ ପାଦ ଥାପି ପାରିନଥାନ୍ତେ।’

{"id":270420,"width":589,"height":392,"sizeSlug":"large"}

ସେ ଆହୁରି ମଧ୍ୟ କହିଥିଲେ ଯେ ,‘ ଫିଲ୍ମରେ ଆସିବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିନଥିଲା,କିନ୍ତୁ ଏଥିରେ ଆସିବା ପରେ ତାଙ୍କର ଅସଲ ସଂଘର୍ଷ ଆରମ୍ଭ ହୋଇଥିଲା। ସେ ଫିଲ୍ମ ବ୍ୟାକଗ୍ରାଉଣ୍ଡର ନୁହଁନ୍ତି। ଏଥିପାଇଁ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ କରିବାର କୌଶଳ ଶିଖିବାକୁ କିଛି ସମୟ ଲାଗିଥିଲା।

{"id":270421,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.