ଜରୀନ ଖାନ କଲେ ପର୍ଦ୍ଦାଫାଶ: ସଲମନଙ୍କ ସହ ହେବାକୁ ଯାଉଛି ତାଙ୍କ ମ୍ୟାରେଜ୍ , କିନ୍ତୁ...

Published By : Prameya-News7 Bureau | August 17, 2019 IST

ମୁମ୍ବାଇ୧୭|୮: ଫିଲ୍ମ ଭିର ମାଧ୍ୟମରେ ବଲିଉଡକୁ ଏଣ୍ଟ୍ରି କରିଥିବା ଅଭିନେତ୍ରୀ ଜରୀନ ଖାନ୍‌ ବମ୍ବେ ଟାଇମ୍ସକୁ ସାକ୍ଷାତାକାର ଦେଇ କହିଛନ୍ତି ଯେ, ସଲମନ ଖାନଙ୍କ ସହ ତାଙ୍କର ବାହାଘର ହେବାକୁ ଯାଉଛି। ଏହି କଥାକୁ ମଜାରେ କହିଦେଇଥିଲେ ବୋଲି ପରେ ଜରୀନ ଖାନ କହିଥିଲେ। ଏହି କଥା ଖବର କାଗଜ ମାଧ୍ୟମରେ ଚାରିଆଡେ ଖେଳିଯାଉ ବୋଲି ସେ ଚାହୁଁଥିଲେ।

ଜରୀନ ଖାନ୍ ଭିର୍‌ ଫିଲ୍ମରେ ସଲମନଙ୍କ ସହ କାମ କରିଥିଲେ । ଏହା ପରେ ସେ ବହୁତ ହିଟ୍ ଫିଲ୍ମରେ କରି ସାରିଲେଣି। ସଲମାନଙ୍କ ନାଁରେ ଗୁଜବ କାହିଁକି ସୃଷ୍ଟି କରୁଛନ୍ତି ବୋଲି ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ। ଏହା ଦ୍ବାରା ତାଙ୍କର କଣ ଫାଇଦା ହେବ ବୋଲି ମଧ୍ୟ ପଚାରିଥିଲେ।

ଉତ୍ତରରେ ଜରୀନ ଖାନ କହିଥିଲେ, ସଲମାନଙ୍କ ସହ ତାଙ୍କର ବାହାଘର ହେବାକୁ ଯାଉଛି ସେଥିପାଇଁ ଏହି ଗୁଜବ ପ୍ରଚାର କରିବା ପାଇଁ ସେ ଚାହୁଁଛନ୍ତି। ଜରୀନ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ସଲମାନଙ୍କୁ ହୁକଅପ କରିବାକୁ ସେ ଚାହୁଁଛନ୍ତି। ଏହି କଥା ପରେ ଜରୀନ କହିଥିଲେ ଯେ, ମ୍ୟାରେଜରେ ସେ ବିଶ୍ବାସ ରଖନ୍ତି ନାହିଁ ବରଂ ଏକା ରହି ଜୀବନକୁ ଉପଭୋଗ କରିବା ମଜା ଅଲଗା ହୋଇଥାଏ। ଶେଷରେ ହସ ହସ ମୁହଁରେ ଜାରୀନ ଖାନ କହିଛନ୍ତି ଯେ, ହୁକ୍ଅପ କରିବା ପାଇଁ କେବଳ ସଲମାନ ରହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.