Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଲୀଲାବତୀ ହସ୍ପିଟାଲକୁ ନେଇ କ୍ରୋଧ ଜାହିର କଲେ ଅଭିନେତ୍ରୀ ଜରିନ୍ ଖାନ: କହିଲେ, ‘ଆମେ ଯାହାକୁ କରୋନା ଯୋଦ୍ଧା କହୁଛୁ ଅସଲରେ ସେମାନେ…’

24/09/2020 at 6:40 PM

ମୁମ୍ବାଇ ୨୪/୦୯ : ବଲିଉଡ ଅଭିନେତ୍ରୀ ଜରିନ ଖାନ କିଛି ଦିନ ହେଲା ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ଅଛନ୍ତି । ନିକଟରେ ସେ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ମୁମ୍ବାଇ ଲୀଲାବତୀ ହସ୍ପିଟାଲ ଉପରେ ନିଜର କ୍ରୋଧ ଜାହିର କରିଛନ୍ତି । କ୍ରୋଧିତ ହୋଇ ସେ କହିଛନ୍ତି, ଆମେ ଯାହାକୁ କରୋନା ଯୋଦ୍ଧା କହୁଛୁ, ଅସଲରେ ଆମକୁ ଯେତେବେଳେ ତାଙ୍କର ସବୁଠାରୁ ଅଧିକ ଆବଶ୍ୟକ ସେତେବେଳେ ସେ ଆମର ସାଥ ଦେଉନାହାନ୍ତି । ଜରିନଙ୍କ ଅଜାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ଲୀଲାବତୀ ହସ୍ପିଟାଲ ନିଆଯାଇଥିଲା । କୋଭିଡ ୱାର୍ଡରେ ଉତ୍ତାପ ଚେକ କରିବାରୁ ତାଙ୍କର ତାପମାତ୍ରା ନର୍ମାଲ ଥିଲା ତଥାପି ତାଙ୍କୁ ଜୋର ଜବରଦସ୍ତି କରୋନା ଟେଷ୍ଟ କରିବାକୁ କହିଥିଲେ ବୋଲି ସେ କହିଛନ୍ତି ।

ସେ ଏକ ଭିଡିଓ ସେୟାର କରି ସମସ୍ତ ଘଟଣା ସମ୍ପର୍କରେ କହିଛନ୍ତି । ଜରିନ ଯେତେବେଳେ ତାଙ୍କ ଅଜାଙ୍କ ଚିକିତ୍ସା କଥା କହିଥିଲେ, ହସ୍ପିଟାଲ କର୍ମଚାରୀ କହିଥିଲେ ଯେ ତାଙ୍କୁ ଏହିସବୁ କାମ କରିବାକୁ ହେବ, ଏହା ହିଁ ତାଙ୍କର ପ୍ରୋଟୋକଲ । କର୍ମଚାରୀଙ୍କ ବ୍ୟବହାର ମଧ୍ୟ ଭଲ ନଥିଲା ବୋଲି ସେ କହିଛନ୍ତି ।

ଜରିନ୍ ଖାନ୍ ତାଙ୍କ ଭିଡିଓରେ ଆହୁରି ମଧ୍ୟ କହିଛନ୍ତି, “ମୁଁ କେବଳ ବନ୍ଧୁମାନଙ୍କଠାରୁ ଶୁଣୁଥିଲି ଯେ ଯାହା ଘଟେ, ଏହି ସମୟରେ ଡାକ୍ତରଖାନା ଯିବା କଥା ନୁହେଁ, ସେମାନେ ବ୍ୟବସାୟ କରୁଛନ୍ତି । ତେଣୁ ମୁଁ ଭାବିଲି ଯେ ଏହିସବୁ ଘଟଣା ମୋତେ ଆପଣମାନଙ୍କ ସହ ସେୟାର କରିବା ଉଚିତ । ମୋ ଅଜାଙ୍କୁ ବୟସ ହେଲାଣି, ତାଙ୍କୁ ଚିକିତ୍ସା ଦରକାର ତଥାପି ହସ୍ପିଟାଲ ବୁଝି ପାରୁନଥିଲେ । ଆମେ ଯାହାକୁ କୋଭିଡ ୱାରିୟର୍ସ ବୋଲି କହୁଛୁ, ବାସ୍ତବରେ ଯେତେବେଳେ ଆମକୁ ସେମାନଙ୍କ ଆବଶ୍ୟକ ଥାଏ ସେତେବେଳେ ସେମାନେ ଆମକୁ ଏହିଭଳି ବ୍ୟବହାର କରିଥାନ୍ତି। ” ଅଭିନେତ୍ରୀ କହିଛନ୍ତି ଯେ ଶେଷରେ ସେ ନିଜ ଅଜାଙ୍କୁ ଘରକୁ ନେଇଆସିଥିଲେ ଓ ସକାଳେ ଅନ୍ୟ ଏକ ହସ୍ପିଟାଲକୁ ନେଇଯାଇଥିଲେ । ଜରିନ୍ ଖାନଙ୍କ ଏହି ଭିଡିଓରେ ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

   Related Posts