ଭଡ଼ା ଘରେ ଚାଲିଥିଲା ନକଲି ଜର୍ଦ୍ଦା କାରବାର, ପୋଲିସ ଚଢାଉରେ ଜବତ ହେଲା ୪ଲକ୍ଷ ଟଙ୍କାର ସାମଗ୍ରୀ

Published By : Prameya-News7 Bureau | October 25, 2020 IST

ଭଦ୍ରକ୨୫।୧୦ : ପୁଣି ଜବତ ହେଲା ନକଲି ଜର୍ଦ୍ଦା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷରୁ ଅଧିକ ହେବ । ଭଦ୍ରକ ଟାଉନ ପୋଲିସ ପକ୍ଷରୁ ଏହି ନକଲି ଜର୍ଦ୍ଦାକୁ ଜବତ କରିଛି ।

{"id":350539,"sizeSlug":"large"}

ଖବର ଅନୁଯାୟୀ, ଭଦ୍ରକ ସହରର ମୋଟେଲ ଛକ ନିକଟ ଏକ ଭଡା ଘରେ ନକଲି ଜର୍ଦ୍ଦା ଗଚ୍ଛିତ ଥିବା ଖବର ପୋଲିସକୁ ମିଳିଥିଲା । ଟାଉନ ପୋଲିସର ଏକ ଟିମ୍‌ ସେହି ଭଡା ଘର ଉପରେ ଚଢ଼ାଉ କରିଥିଲା ।ତେବେ ପୋଲିସକୁ ଚଢ଼ାଉ ସମୟରେ ବହୁ କମ୍ପାନୀର ନକଲି ଜର୍ଦ୍ଦା ମିଳିଥିଲା । ଜବତ ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଲୋକଙ୍କୁ ଗିରଫ କରିନାହିଁ ପୋଲିସ । ଘଟଣାରେ  ଅଧିକ ତନାଘନା ଜାରି ରଖିଛି ପୋଲିସ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.