Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିମାନବନ୍ଦରରୁ ୧୮ କୋଟି ଟଙ୍କାର ଡ୍ରଗ୍ସ ସହ ମହିଳା ଗିରଫ: ଜାମ୍ବିଆରୁ ବିଜନେସ୍ ଟ୍ରିପ୍‌ରେ ଆସିଥିଲେ ଭାରତ

24/09/2021 at 3:26 PM

ମୁମ୍ବାଇ ୨୪/୦୯ : ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏୟାର ଇଣ୍ଟେଲିଜେନ୍ସ ୟୁନିଟ ତରଫରୁ ବଡ କାର୍ଯ୍ୟାନୁଷ୍ଠାନ କରାଯାଇଛି। ୟୁନିଟ ୧୮ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି। ଏଜେନ୍ସି ଡ୍ରଗ୍ସ ସହ ଜଣେ ମହିଳା ଯାତ୍ରୀଙ୍କୁ ଗିରଫ କରିଛି। ଏଜେନ୍ସି ମହିଳାଙ୍କୁ ପଚରାଉଚୁରା କରୁଛି। ଗୁଇନ୍ଦା ସୂତ୍ରରୁ ଇଣ୍ଟେଲିଜେନ୍ସ ୟୁନିଟକୁ ସୂଚନା ମିଳିଥିଲା ଯେ ଜଣେ ମହିଳା ଯାତ୍ରୀ ଜାମ୍ବିଆରୁ ମୁମ୍ବାଇ ଯାତ୍ରା କରୁଛନ୍ତି। ମହିଳା ବହୁ ପରିମାଣର ଡ୍ରଗ୍ସ ନେଇ ଆସୁଛନ୍ତି। ସୂଚନା ପାଇବା ପରେ ଏଜେନ୍ସି ଆଲର୍ଟ ହୋଇଯାଇଥିଲା। ଇଣ୍ଟେଲିଜେନ୍ସ ୟୁନିଟ ବିମାନବନ୍ଦରରେ କଡା ନଜର ରଖିଥିଲା। ୟୁନିଟକୁ ଜଣେ ମହିଳାଙ୍କ ଉପରେ ସନ୍ଦେହ ହୋଇଥିଲା। ଏହାପରେ ମହିଳାଙ୍କୁ ପଚରାଉଚୁରା କରାଯାଇଥିଲା। ପଚରାଉଚୁରା ବେଳେ ମହିଳାଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା। ବ୍ୟାଗରୁ ବହୁ ପରିମାଣର ଡ୍ରଗ୍ସ ଜବତ ହୋଇଥିଲା। ମହିଳାଙ୍କ ବୟସ ପାଖାପାଖି ୪୦ ବର୍ଷ।

ମହିଳାଙ୍କ ବ୍ୟାଗରୁ ଡ୍ରଗ୍ସ ଜବତ ପରେ ତାଙ୍କୁ ଗିରଫ କରାଯାଇ ପଚରାଉଚୁରା କରାଯାଉଛି। ଇଣ୍ଟେଲିଜେନ୍ସ ୟୁନିଟ କହିବାନୁଯାୟୀ, ମହିଳାଙ୍କ ବ୍ୟାଗରୁ ପ୍ରାୟ ୩.୫୮୪ କିଲୋ ହେରୋଇନ ଜବତ ହୋଇଛି। ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ପ୍ରାୟ ୧୮ କୋଟି ଟଙ୍କା।

ଯାଞ୍ଚ ବେଳେ ଜଣାପଡିଛି ଯେ ମହିଳା ଯାତ୍ରୀ ଜାମ୍ବିଆରୁ ଅବାବା ଯାତ୍ରା କରି ମୁମ୍ବାଇରେ ପହଞ୍ଚିଥିଲେ। ମହିଳାଙ୍କ ନାଁ କ୍ୟୁବେନସି ଚିଲୁଫ୍ୟା ବୋଲି କୁହାଯାଇଛି। ସେ ଜାମ୍ବିଆ ନାଗରିକ ଓ ପ୍ରଥମଥର ଭାରତ ଯାତ୍ରା କରିଥିଲେ। ମହିଳା ଅସ୍ଥାୟୀ ବ୍ୟାସାୟିକ ଯାତ୍ରା ନାଁରେ ଯାତ୍ରା କରୁଥିଲେ ଯେପରି ଯାଞ୍ଚ ଏଜେନ୍ସିକୁ କୌଣସି ସନ୍ଦେହ ନ ହେଉ।

ଡ୍ରଗ୍ସ ସପ୍ଲାଏ ପଛରେ କିଏ ଅଛି, କେଉଁଠୁ ଆସେ, ଏହାର ମାଷ୍ଟରମାଇଣ୍ଡ କିଏ ଏବଂ ମାମଲାରେ କିଏ କିଏ ଜଡିତ ସେନେଇ ଇଣ୍ଟେଲିଜେନ୍ସ ଏଜେନ୍ସି ଯାଞ୍ଚ କରୁଛି।

   Related Posts