ଗିରଫ ହେଲେ ଜାଲିମ୍ ମୁଖ୍ୟ, କରୋନା ସନ୍ଦିଗ୍ଧଙ୍କୁ ଭାରତ ପଠାଇ ରଚିଥିଲେ ଷଡଯନ୍ତ୍ର

Published By : Prameya-News7 Bureau | April 13, 2020 IST

କାଠମାଣ୍ଡୁ, ୧୩|୦୪:  କରୋନା ସନ୍ଦିଗ୍ଧଙ୍କୁ ଭାରତ ପଠାଇବା ପାଇଁ ଷଡଯନ୍ତ୍ର ରଚିଥିବା ଜାଲିମ୍ ମୁଖିଆଙ୍କୁ ଗିରଫ କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୁଖ୍ୟଙ୍କୁ ରବିବାର ବିଳମ୍ବିତ ରାତ୍ରରେ ପରସା ଜିଲ୍ଲାରେ ଗିରଫ କରାଯାଇଛି । ନେପାଳ ରାସ୍ତାରେ ବିହାରର ପଶ୍ଚିମ ଚମ୍ପାରଣ ଓ ବୋତିଆ ଜିଲ୍ଲାକୁ କରୋନ ସନ୍ଦିଗ୍ଧଙ୍କୁ ପଠାଉଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ନେପାଳ ମିଡିଆର ରିପୋର୍ଟ ଅନୁସାରେ, ଦିଲ୍ଲୀ ନିଜାମୁଦ୍ଦୀନର ତବଲୀଗୀ ଜମାତ କାର୍ଯ୍ୟକ୍ରମରେ ଜାଲିମ୍ ମୁଖ୍ୟ ସାମିଲ ଥିଲେ । ସେଠାରୁ ଫେରିବା ପପରେ ସ ୨୪ଜଣ ଜମାତିଙ୍କୁ ମସଜିଦରେ ଶରଣ ଦେଇଥିଲେ । ଯାଂଚ ବେଳେ ଏହା ମଧ୍ୟରୁ ୩ଜଣ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା । ଏହି ଜମାତିଙ୍କ ମଧ୍ୟରେ ପାକିସ୍ତାନ ଓ ବାଂଲାଦେଶର ନାଗରିକ ମଧ୍ୟ ଥିଲେ । ରକ୍ସୋଲ ସୀମାରେ ଭାରତୀୟ ସୁରକ୍ଷାକର୍ମୀ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନେପାଳ ସାମୀକୁ ପଳାଇଥିଲେ ।

{"id":253296,"width":755,"height":424,"sizeSlug":"large"}

ଗତ କିଛିଦିନ ତଳେ ସଶସ୍ତ୍ର ସୀମା ବଳକୁ ଏକ ଚିଠି ମିଳିଥିଲା । ଏହାପରେ ପଶ୍ଚିମ ଚମ୍ପାରଣର ଜିଲ୍ଲାପାଳ ଭାରତ ଓ ନେପାଳ ସୀମା ଉପରେ କଡା ନଜର ରଖିବା ପାଇଁ କହିଥିଲେ । ନେପାଳର ପରସା ଜଗନ୍ନାଥପୁରରେ ରହୁଥିବା ଜାଲିମ୍ ମୁଖ୍ୟ ଭାରତରେ କରୋନା ସଂକ୍ରମିତଙ୍କୁ ପଠାଇ ମହାମାରୀ ସୃଷ୍ଟି କରିବାକୁ ଚାହୁଁଥିବା ଜଣାପଡିଥିଲା । ସେ ପୂର୍ବରୁ ନେପାଳ-ଭାରତରେ ବେଆଇନ ଅସ୍ତ୍ରଶସ୍ତ୍ର ଓ ଜାଲ ନୋଟ୍ କାରବାରରେ ସଂପୃକ୍ତ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.