Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ବିରୋଧରେ ବିଷ ଓଗାଳିଲା ଜାକିର ନାଇକ, କହିଲା- ଯନ୍ତ୍ରଣାଦାୟକ ଦଣ୍ଡ ମିଳିବ

30/10/2020 at 3:48 PM

ନୂଆଦିଲ୍ଲୀ ୩୦।୧୦: ଇସଲାମ ଉପରେ ବିବାଦୀୟ ଟିପ୍ପଣୀକୁ ନେଇ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ବିରୋଧରେ ସମଗ୍ର ଦୁନିଆରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ପ୍ରଦର୍ଶନର ଅଢୁଆଳରେ ଜାକିର ନାଇକ ନିଜର ଆତଙ୍କୀ ଏଜେଣ୍ଡାକୁ ଆଗକୁ ବଢାଇଛି। ଫ୍ରାନ୍ସିସ୍ ରାଷ୍ଟ୍ରପତିଙ୍କ ବିରୋଧରେ ଲଗାତାର ଉସୁକାଇବା ପରି ପୋଷ୍ଟ ଆସିବାରେ ଲାଗିଛି। ଜାକିର ନାଇକ ପ୍ରଥମେ ସାମାଜିକ ଗଣମାଧ୍ୟମରେ ଫ୍ରାନ୍ସର ସାମଗ୍ରୀ ବହିଷ୍କାର କରିବାକୁ ଅପିଲ୍ କରିଥିଲା।

ଏବେ ଜାକିର ନାଇକ ଆଉ ଏକ ବିବାଦୀୟ ପୋଷ୍ଟ ଅପଲୋଡ୍ କରିଛି। ଏଥିରେ ଲେଖା ହୋଇଛି ଆହ୍ଲାଙ୍କ ଦୂତଙ୍କୁ ଗାଳି ଦେଇଥିବା ଲୋକଙ୍କୁ ଯନ୍ତ୍ରଣାଦାୟକ ଦଣ୍ଡ ମିଳିବ(…But Those who abuse the messenger of allah will have a painful punishment)’।

ଜାକିର ନାଇକ ବିରୋଧରେ ପୂର୍ବରୁ ମଧ୍ୟ ଭାରତ ବିରୋଧରେ ଅନେକ ଉସୁକାଇବା ପରି ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ଅନେକ ଏଜେନ୍ସି ଅନୁଯାୟୀ ଭାରତରେ ଅନେକ ଲୋକ ଜାକିର ନାଇକ ଭାଷଣରେ ଅନୁପ୍ରାଣିତ ହୋଇ ଆତଙ୍କୀ କାର୍ଯ୍ୟରେ ଲିପ୍ତ ହୋଇଛନ୍ତି।

କଣ ପୂରା ମାମଲା

ଗତ ଦିନରେ ଫ୍ରାନ୍ସର ଏକ ଶିକ୍ଷକ ଶ୍ରେଣୀରେ ଛାତ୍ରଙ୍କୁ ପେଙ୍ଗବର ମହମ୍ମଦଙ୍କ ବିବାଦୀୟ କାର୍ଟୁନ ଦେଖାଇଥିଲେ। ଏହା ପରେ ଜଣେ ଛାତ୍ର ଉକ୍ତ ଶିକ୍ଷକଙ୍କ ହତ୍ୟା କରିଥିଲା। ଏହି ଘଟଣାକୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଇସଲାମି ଆତଙ୍କବାଦୀ ଆଖ୍ୟା ଦେଇଥିଲେ ଏବଂ କହିଥିଲେ ଇସଲାମ ଆମ ଦେଶର ଧର୍ମକୁ ଅଧିକାର କରିବାକୁ ଚାହୁଁଛି, ଯାହା କଦାପି ହେବ ନାହିଁ।

ଏହା ସହିତ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ ପେଙ୍ଗବର ମହମ୍ମଦଙ୍କ ବିବାଦୀୟ କାର୍ଟୁନ ଜାରି ରଖିବା କଥା କହିଥିଲେ। ଇମାନୁଏଲ ମାକ୍ରୋନଙ୍କ ବୟାନ ପରେ ଅନେକ ମୁସଲିମ ଦେଶ ତାଙ୍କ ବିରୋଧରେ ସଡକକୁ ଓହ୍ଲାଇଛନ୍ତି। ଫିଲିସ୍ତିନ, ତୁର୍କୀ, ଜୋର୍ଡାନ, କାତାର, ସାଉଦି ଆରବ, ବାଂଲାଦେଶ, ପାକିସ୍ତାନ ସମେତ ଅନେକ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏପରିକି ଫ୍ରାନ୍ସ ସାମଗ୍ରୀ ମଧ୍ୟ ବହିଷ୍କାର କରାଯାଉଛି।

   Related Posts