ପୁଣି ପରଦାକୁ ଫେରିଲେ ଜାୟରା ୱସିମ୍, ହେଲେ ଟ୍ରୋଲ

Published By : Prameya-News7 Bureau | September 11, 2019 IST

ମୁମ୍ବାଇ୧୧|୯: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନ ପରେ ବଲିଉଡରେ କମ୍‌ ବ୍ୟାକ୍‌ କରିଛନ୍ତି।  ଫିଲ୍ମ 'ଦ ସ୍କାଇ ଇଜ୍‌ ପିଙ୍କ୍' ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ପ୍ରିୟଙ୍କା। ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଛି। ତେବେ ସୋସିଆଲ ମିଡିଆରେ  ଫିଲ୍ମର ପୋଷ୍ଟର ଓ ଗ୍ରୁପ ଫଟୋ ଭାଇରାଲ ହେବାରେ ଲାଗିଛି। ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଫରହାନ୍ ଅଖତର୍ ଓ ରୋହିତ ଶରଫ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

{"id":156180}

ହେଲେ ଫିଲ୍ମର ପୋଷ୍ଟର ଦେଖି ଦର୍ଶକ ରାଗୁଛନ୍ତି। ବଲିଉଡରେ ପ୍ରିୟଙ୍କାଙ୍କ ଫେରିବାକୁ ନେଇ ଖୁସି ହେଉଥିବା ବେଳେ ଜାୟରା ୱସିମ୍‌ଙ୍କୁ ପୁଣି ପରଦାରେ ଦେଖି ଲୋକେ ବହୁତ ଟ୍ରୋଲ କରୁଛନ୍ତି। ଟ୍ରେଲର ରିଲିଜ ହେବା ପରେ ଅଭିନେତ୍ରୀ ଜାୟରା ୱସିମ ପୁଣି ଚର୍ଚ୍ଚାରେ ଅଛନ୍ତି। ପୋଷ୍ଟରରେ ଦଙ୍ଗଲ ଫେମ୍‌ ଜାୟରାଙ୍କୁ ଦେଖି ଲୋକେ ଅନେକ କଥା କହୁଛନ୍ତି।

{"id":156181}

ଏବେ କିଛିଦିନ ପୂର୍ବରୁ ଧାର୍ମିକ ମାନ୍ୟତାକୁ ଆଧାର କରି ଜାୟରା ବଲିଉଡ୍‌ରୁ ବିଦାୟ ନେବା ବିଷୟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଘୋଷଣା କରିଥିଲେ। ତାଙ୍କର ଏହି ପୋଷ୍ଟ ମିଡିଆରେ କଳହ ସୃଷ୍ଟି କରିଥିଲା। ଧର୍ମକୁନେଇ ଜାୟରାଙ୍କର ଏଭଳି ନିଷ୍ପତ୍ତି ବହୁ ଲୋକ ପସନ୍ଦ କରିନଥିଲେ।ହେଲେ ଏବେ ଖବର ଆସୁଛି ଯେ ଜାୟରା 'ଦ ସ୍କାଇ ଇଜ୍‌ ପିଙ୍କ୍'ର ଟରୋଣ୍ଟୋ ହେବାକୁ ଥିବା ପ୍ରିମିୟରରେ ସାମିଲ ହୋଇପାରନ୍ତି। ଦର୍ଶକମାନେ ଟ୍ରେଲର୍‌ ରିଲିଜ୍ ହେବା ପରେ ଲଗାତାର ଭାବେ ଜାୟରାଙ୍କୁ ଟ୍ରୋଲ୍‌ କରୁଛନ୍ତି।

{"id":156182}

ଜଣେ ୟୁଜର ଲେଖିଛନ୍ତି ଯେ, 'ଇଏ ସେହି ଜାୟରା ୱସିମ୍‌ ଯିଏ ଆଲ୍ଲାହଙ୍କ ନାଁରେ ଫିଲ୍ମରୁ ଦୂରେଇଯିବା କଥା କହିଥିଲେ। କିନ୍ତୁ ଏବେ ସେ ପୁଣି ପରଦାରେ ନଜର ଆସିବେ। ଏସବୁ କ'ଣ କେବଳ ପବ୍ଲିସିଟି ଷ୍ଟଣ୍ଟ । କିଛି ଲୋକେ ଜାୟରା ୱସିମ୍‌ଙ୍କ ଇସଲାମ୍ ଧର୍ମକୁ ନେଇ ପ୍ରଶ୍ନ କରିଛନ୍ତି ଯେ, ଏବେ ତାଙ୍କ ଧର୍ମ କୁଆଡେ ଗଲା'। କିଛି ୟୁଜର 'ଦ ସ୍କାଇ ଇଜ୍‌ ପିଙ୍କ୍' ଫିଲ୍ମ ଦେଖିବାକୁ ଯିବେନାହିଁ ବୋଲି କହିଛନ୍ତି ତ କିଛି ଫିଲ୍ମ ବୟକଟ କରାଯିବା ନେଇ ଦାବି କରିଛନ୍ତି। କିଛି ୟୁଜର ଜାୟରାଙ୍କୁ ସମର୍ଥନ କରି ଲେଖିଛନ୍ତି ଯେ, ଜାୟରାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ୍‌। କିଛି ୟୁଜରର୍ସ ଲେଖିଛନ୍ତି ଯେ, ପବ୍ଲିସିଟି ଷ୍ଟଣ୍ଟ କରି ଇସଲାମର ନାଁ ଖରାପ କରିବା କଣ ଆବଶ୍ୟକ ଥିଲା।  

{"id":156184}

ଏହି ଫିଲ୍ମରେ ଜାୟରା ପ୍ରିୟଙ୍କା ଓ ଫରହାନଙ୍କ ଝିଅ ଭୂମିକାରେ ନଜର ଆସିଛନ୍ତି। ଫ୍ୟାମିଲି ଡ୍ରାମାକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ଫିଲ୍ମର ନିର୍ଦ୍ଦେଶନା ସୋନାଲି ବୋଷ ଦେଇଛନ୍ତି। ଫିଲ୍ମଟି ସେପ୍ଟେମ୍ବର ମାସ ୧୩ ତାରିଖରେ କାନାଡାର ଟରୋଣ୍ଟୋ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ। ଭାରତରେ ଏହି ଫିଲ୍ମ ଅକ୍ଟୋବର ମାସ ୧୧ ତାରିଖରେ ରିଲିଜ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.